ମଙ୍ଗଳବାର, 20 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ?
ବିଦେଶ

ପାକିସ୍ତାନର ଭୂକମ୍ପ ଝଟକା: ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୮ ରେକର୍ଡ

ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଆଜି ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଭାରତର ‘ନ୍ୟାସନାଲ ସେଣ୍ଟର ଫୋର୍ ସିସ୍ମୋଲୋଜି’ର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲ୍‌ରେ ଏହି ଭୂକମ୍ପର ତୀବ୍ରତା ୫.୮ ରେକର୍ଡ କରାଯାଇଛି।

NCS ଅନୁଯାୟୀ, ଶନିବାର ସକାଳ ୧୦:୩୭ ମିନିଟ୍‌ରେ ଏହି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରବିନ୍ଦୁ ୨୭.୯୪୪ ଉତ୍ତର ଅକ୍ଷାଂଶ ଏବଂ ୬୬.୫୩୨ ପୂର୍ବ ଦ୍ରାଘିମାରେ, ଭୂପୃଷ୍ଠରୁ ମାତ୍ର ୧୫ କିଲୋମିଟର ଗଭୀରତାରେ ରହିଥିଲା।

ଭୂକମ୍ପର କେନ୍ଦ୍ରବିନ୍ଦୁ କମ୍ ଗଭୀରତାରେ ଥିବାରୁ ଆଖପାଖ ଅଞ୍ଚଳରେ ତୀବ୍ର କମ୍ପନ ଅନୁଭୂତ ହୋଇଛି। ଏହାପୂର୍ବରୁ ଗତ ଜୁନ୍ ୨୬ ତାରିଖରେ ମଧ୍ୟ ପାକିସ୍ତାନରେ ୫.୩ ତୀବ୍ରତାର ଏକ ଭୂକମ୍ପ ରେକର୍ଡ କରାଯାଇଥିଲା, ଯାହାର ଗଭୀରତା ୭୫ କିଲୋମିଟର ରହିଥିଲା।

ଭୌଗୋଳିକ ଅବସ୍ଥିତି ଅନୁଯାୟୀ, ଭାରତୀୟ ଏବଂ ୟୁରେସୀୟ ଟେକ୍ଟୋନିକ୍ ପ୍ଲେଟ୍‌ଗୁଡ଼ିକର ମିଳନ ସ୍ଥଳରେ ପାକିସ୍ତାନ ଅବସ୍ଥିତ। ବିଶେଷ କରି ବେଲୁଚିସ୍ତାନ, ଖାଇବର ପାଖତୁନଖ୍ୱା ଏବଂ ଗିଲଗିଟ୍-ବାଲଟିସ୍ତାନ ଅଞ୍ଚଳଗୁଡ଼ିକ ମୁଖ୍ୟ ଫଲ୍ଟ ଲାଇନ୍ ନିକଟରେ ରହିଥିବାରୁ ଏଠାରେ କ୍ରମାଗତ ଭାବେ ସିସ୍ମିକ୍ କାର୍ଯ୍ୟକଳାପ ବା ଭୂକମ୍ପ ଅନୁଭୂତ ହୋଇଥାଏ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)