ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ମହାତ୍ମା ଗାନ୍ଧୀଙ୍କ ସହିତ ଓଡ଼ିଶାର ରହିଥିଲା ଏକ ଗଭୀର ଆତ୍ମିକ ଓ ଐତିହାସିକ ସମ୍ପର୍କ, ଜାଣନ୍ତୁ ତାଙ୍କ ଗସ୍ତର କାହାଣୀ

ଭୁବନେଶ୍ୱର: ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ହୃଦୟରେ ଓଡ଼ିଶା ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଥିଲା। ୧୯୨୧ ରୁ ୧୯୪୬ ମସିହା ମଧ୍ୟରେ ମହାତ୍ମା ଗାନ୍ଧୀ ମୋଟ ୮ ଥର ଓଡ଼ିଶା ଗସ୍ତ କରିଥିଲେ। ରାଜ୍ୟର ବିଭିନ୍ନ ସହର, ଗ୍ରାମ ଏବଂ ଅଗଣିତ ସାଧାରଣ ଲୋକଙ୍କ ସହ ମିଶି ସେ ଓଡ଼ିଶା ମାଟିରେ ଅହିଂସା ଓ ସତ୍ୟର ବାର୍ତ୍ତା ପ୍ରଚାର କରିଥିଲେ। ଏହି ଗସ୍ତଗୁଡ଼ିକ କେବଳ ରାଜନୈତିକ ଅଭିଯାନ ନଥିଲା, ବରଂ ଓଡ଼ିଶାବାସୀଙ୍କ ସହିତ ଏକ ଗଭୀର ଭାବପ୍ରବଣ ସମ୍ପର୍କ ସୃଷ୍ଟି କରିଥିଲା।

ପ୍ରଥମ ଗସ୍ତ (ମାର୍ଚ୍ଚ ୧୯୨୧): ଅସହଯୋଗ ଆନ୍ଦୋଳନ ସମୟରେ ଗାନ୍ଧୀଜୀ ପ୍ରଥମଥର ପାଇଁ ୧୯୨୧ ମାର୍ଚ୍ଚ ୨୩ ତାରିଖରେ କଟକରେ ପହଞ୍ଚିଥିଲେ। କାଠଯୋଡ଼ି ନଦୀ ଶେଯ, କଦମ-ଇ-ରସୁଲ ଏବଂ ସତ୍ୟବାଦୀ ବନବିଦ୍ୟାଳୟ ପରିଦର୍ଶନ କରି ସେ ଓଡ଼ିଶାରେ ସ୍ୱାଧୀନତା ଆନ୍ଦୋଳନର ବିହନ ବୁଣିଥିଲେ।

ଖଦୀ ପ୍ରସାର (ଡିସେମ୍ବର ୧୯୨୭): ଖଦୀ ଏବଂ ଗ୍ରାମ୍ୟ ଶିଳ୍ପର ପ୍ରଚାର ପାଇଁ ସେ ଡିସେମ୍ବର ୪ ରୁ ୨୧ ପର୍ଯ୍ୟନ୍ତ ଓଡ଼ିଶାରେ ରହି ବାଲେଶ୍ୱର, ଭଦ୍ରକ ଏବଂ ବ୍ରହ୍ମପୁର ଆଦି ସ୍ଥାନ ଗସ୍ତ କରିଥିଲେ।

ଐତିହାସିକ ହରିଜନ ପଦଯାତ୍ରା (ମେ ୧୯୩୪): ଅସ୍ପୃଶ୍ୟତା ଦୂରୀକରଣ ଏବଂ ଦଳିତଙ୍କ କଲ୍ଯାଣ ପାଇଁ ଗାନ୍ଧୀଜୀ ଓଡ଼ିଶାରୁ ହିଁ ପ୍ରଥମ କରି ଐତିହାସିକ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ। ପୁରୀରୁ କଟକ ଏବଂ ଯାଜପୁରର ବାଡ଼ି ଅଞ୍ଚଳରୁ ଭଦ୍ରକ ପର୍ଯ୍ୟନ୍ତ ସେ ପାଦରେ ଚାଲି ଚାଲି ସମାଜରେ ସମାନତାର ବାର୍ତ୍ତା ଦେଇଥିଲେ।

ଶେଷ ଗସ୍ତ (ଜାନୁଆରୀ ୧୯୪୬): ୧୯୪୬ ଜାନୁଆରୀ ୨୦ ତାରିଖରେ ଚେନ୍ନାଇ ଯିବା ବାଟରେ ଟ୍ରେନ୍ ଯୋଗେ ବାଲେଶ୍ୱର, ଭଦ୍ରକ, କଟକ ଏବଂ ବ୍ରହ୍ମପୁର ଷ୍ଟେସନରେ ଅଟକି ସେ ଜନସାଧାରଣଙ୍କୁ ଶେଷ ଦର୍ଶନ ଦେଇଥିଲେ।

ଏହିପରିଭାବେ ଗାନ୍ଧୀଜୀଙ୍କ ପାଦପଡ଼ିଥିବା ଓଡ଼ିଶାର ମାଟି ଆଜି ମଧ୍ୟ ତାଙ୍କର ସତ୍ୟ, ଅହିଂସା ଏବଂ ସାମାଜିକ ସଚେତନତାର ବାର୍ତ୍ତାକୁ ମନେ ପକାଉଛି। ଗାନ୍ଧୀ ଜୟନ୍ତୀ ଅବସରରେ ଓଡ଼ିଶା ତାର ସେହି ମହାନ ଜନନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)