ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ଛାତ୍ର ସଂସଦ ନିର୍ବାଚନ: ୩୪୮ଟି କଲେଜରେ ୭,୧୬୯ ଜଣ ପ୍ରାର୍ଥୀ ବୈଧ, ହଜାରାଧିକ ପ୍ରାର୍ଥୀ ନିର୍ଦ୍ଦ୍ୱନ୍ଦ୍ୱରେ ବିଜୟୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେବାକୁଥିବା ଛାତ୍ର ସଂସଦ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ପ୍ରକ୍ରିୟା ଶେଷ ହୋଇଛି। ପ୍ରାପ୍ତ ତଥ୍ୟ ଅନୁଯାୟୀ, ରାଜ୍ୟର ୩୪୮ଟି କଲେଜରେ ମୋଟ ୭,୧୬୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ରାଜ୍ୟର ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ପାଇଁ ମୋଟ ୮,୩୨୫ଟି ନାମାଙ୍କନପତ୍ର ଦାଖଲ ହୋଇଥିଲା। ଯାଞ୍ଚ ସମୟରେ ୧,୧୫୬ଟି ନାମାଙ୍କନପତ୍ର ପ୍ରତ୍ୟାଖ୍ୟାନ କରାଯାଇଥିବାବେଳେ ବାକି ୭,୧୬୯ଟି ନାମାଙ୍କନକୁ ବୈଧ ବୋଲି ଘୋଷଣା କରାଯାଇଛି।

ଚଳିତ ନିର୍ବାଚନରେ ଏକ ବଡ଼ କଥା ହେଉଛି ଯେ ଅନେକ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହୋଇସାରିଛନ୍ତି। କଲେଜ ସ୍ତରରେ ୧,୬୨୦ ଜଣ ପ୍ରାର୍ଥୀ ଏବଂ ବିଶ୍ୱବିଦ୍ୟାଳୟ ସ୍ତରରେ ୩୩ ଜଣ ପ୍ରାର୍ଥୀ ନିର୍ଦ୍ଦ୍ୱନ୍ଦ୍ୱରେ ବିଜୟଲାଭ କରିଛନ୍ତି।

ବ୍ୟାପକ ସଂଖ୍ୟାରେ ପ୍ରାର୍ଥୀମାନେ ବୈଧ ବିବେଚିତ ହୋଇଥିବାରୁ ଆଗାମୀ ଦିନରେ କଡ଼ା ପ୍ରତିଦ୍ୱନ୍ଦ୍ୱତା ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି। ସୂଚନାଯୋଗ୍ୟ ଯେ ଆସନ୍ତା ଅକ୍ଟୋବର ୧୫ ତାରିଖରେ ମତଦାନ ଅନୁଷ୍ଠିତ ହେବ ଏବଂ ସେହିଦିନ ହିଁ ଭୋଟ୍ ଗଣନା ପରେ ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)