ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ବାଣିଜ୍ୟ

ନଭେମ୍ବର ୧ ରୁ ବଦଳିବ ଫୋନ୍ କଲ୍ ନିୟମ: ଅଜଣା ନମ୍ବରରୁ ଆସିଲେ ବି ସ୍କ୍ରିନରେ ଦେଖାଯିବ ପ୍ରକୃତ ନାମ!

ନୂଆଦିଲ୍ଲୀ: ଦେଶରେ ବଢ଼ିଚାଲିଥିବା ଡିଜିଟାଲ୍ ଠକେଇ, ସ୍ପାମ୍ କଲ୍ ଏବଂ ନକଲି ଫୋନ୍ କଲ୍‌କୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୂରସଞ୍ଚାର ବିଭାଗର ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ଆସନ୍ତା ନଭେମ୍ବର ୧, ୨୦୨୬ ରୁ ଭାରତର ସମସ୍ତ ମୋବାଇଲ୍ ବ୍ୟବହାରକାରୀଙ୍କ ପାଇଁ ‘କଲିଙ୍ଗ୍ ନେମ୍ ପ୍ରେଜେଣ୍ଟେସନ୍’ ବା କଲ୍‌କର୍ତ୍ତାଙ୍କ ନାମ ପ୍ରଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଯାଉଛି। ଏହାଦ୍ୱାରା ଅଜଣା କଲ୍ କିମ୍ବା ସ୍ପାମ୍ ନମ୍ବରଗୁଡ଼ିକର ପରିଚୟ ସହଜରେ ଜାଣି ହେବ।

ମୋବାଇଲ୍ ସ୍କ୍ରିନରେ ଏକକାଳୀନ ଦୁଇଟି ଧାଡ଼ି ନଜର ଆସିବ। ପ୍ରଥମ ଧାଡ଼ିରେ କଲ୍ କରୁଥିବା ବ୍ୟକ୍ତିଙ୍କ ନମ୍ବର ଏବଂ ଦ୍ୱିତୀୟ ଧାଡ଼ିରେ ପ୍ରାପ୍ତକର୍ତ୍ତାଙ୍କ ଫୋନ୍‌ବୁକ୍‌ରେ ସଂରକ୍ଷିତ ନାମ ଦୃଶ୍ୟମାନ ହେବ। ଯଦି ନମ୍ବରଟି ସେଭ୍ ହୋଇନଥାଏ, ତେବେ କଲ୍‌କର୍ତ୍ତାଙ୍କ କେୱାଇସି (KYC) ଅନୁସାରେ ସେଲୁଲାର୍ ନେଟୱାର୍କରେ ପଞ୍ଜୀକୃତ ହୋଇଥିବା ପ୍ରକୃତ ନାମ ସ୍କ୍ରିନରେ ପ୍ରଦର୍ଶିତ ହେବ।

ବିଦେଶରୁ ଆସୁଥିବା କଲ୍‌ଗୁଡ଼ିକ ପାଇଁ ସ୍ୱତନ୍ତ୍ର ଟେକ୍ସଟ୍ ଲେବଲ୍ ରହିବ, ଯାହା ବାହାରୁ ଆସୁଥିବା ସୂଚନା ଦେବ। ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ବ୍ୟକ୍ତିଗତ ନାମ ବଦଳରେ ସେମାନଙ୍କର ରେଜିଷ୍ଟର୍ଡ ଟ୍ରେଡ୍ ମାର୍କ କିମ୍ବା ଜିଏସ୍‌ଟି (GST) ଯାଞ୍ଚ ହୋଇଥିବା ବାଣିଜ୍ୟିକ ନାମ ପ୍ରଦର୍ଶନ କରିପାରିବେ। ଏହାପାଇଁ ଟେଲିକମ୍ ଅପରେଟରମାନେ କାଗଜପତ୍ର ଯାଞ୍ଚ କରିବେ। ବର୍ତ୍ତମାନ ଏହି ନିୟମ ୪ଜି ଏବଂ ୫ଜି ନେଟୱାର୍କରେ ଲାଗୁ ହେଉଥିବାବେଳେ ପୁରୁଣା ୨ଜି/୩ଜି ନେଟୱାର୍କ ପାଇଁ ପରେ ବିଚାର କରାଯିବ।

ଅନ୍ୟପକ୍ଷରେ, ଯେଉଁ ଉପଭୋକ୍ତାମାନେ ନିଜର ପରିଚୟ ଗୋପନ ରଖିବାକୁ ଚାହାଁନ୍ତି, ସେମାନେ ‘Calling Line Identification Restriction’ (CLIR) ବ୍ୟବସ୍ଥା ଜରିଆରେ ଏଥିରୁ ଓ୍ୱାଟ୍-ଆଉଟ୍ କରିପାରିବେ। ଟେଲିକମ୍ ଅପରେଟରମାନଙ୍କୁ କଲ୍ ଶେଷ ହେବାକ୍ଷଣି ତଥ୍ୟଗୁଡ଼ିକୁ ତୁରନ୍ତ ଡିଲିଟ୍ କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି, ଯାହାଦ୍ୱାରା ଉପଭୋକ୍ତାଙ୍କ ଗୋପନୀୟତା ଅକ୍ଷୁର୍ଣ୍ଣ ରହିବ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)