ଇସଲାମାବାଦ: ୧୯୫୩ ମସିହା ପରେ ପ୍ରଥମଥର ପାଇଁ ପାକିସ୍ତାନକୁ ଏକ ବଡ଼ ଆନ୍ତର୍ଜାତୀୟ କୂଟନୈତିକ ସଫଳତା ମିଳିଛି। ବାଂକକ୍ରେ ଅନୁଷ୍ଠିତ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି ଏବଂ ବିଶ୍ୱବ୍ୟାଙ୍କ ଗ୍ରୁପ୍ ର ବାର୍ଷିକ ବୈଠକ ଅବସରରେ ପାକିସ୍ତାନକୁ ୨୦୨୭ ବର୍ଷ ପାଇଁ ବୋର୍ଡ ଅଫ୍ ଗଭର୍ନର୍ସର ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି।
ପାକିସ୍ତାନର ଅର୍ଥନୈତିକ ବ୍ୟାପାର ମନ୍ତ୍ରୀ ତଥା ବିଶ୍ୱବ୍ୟାଙ୍କରେ ଦେଶର ଗଭର୍ନର ଥିବା ଅହଦ ଖାନ ଚୀମା ୨୦୨୭ ପାଇଁ ଏହି ଦାୟିତ୍ୱ ଗ୍ରହଣ କରିବେ। ଏହି ନିଯୁକ୍ତି ପାକିସ୍ତାନକୁ ବିଶ୍ୱର ପ୍ରମୁଖ ଅର୍ଥନୈତିକ ନୀତିନିର୍ଦ୍ଧାରକ, କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ନର ଏବଂ ବିତ୍ତମନ୍ତ୍ରୀମାନଙ୍କ ଆଲୋଚନାର କେନ୍ଦ୍ରବିନ୍ଦୁରେ ପହଞ୍ଚାଇଛି। ପାକିସ୍ତାନ ସରକାର ଏହାକୁ ଏକ ‘ଐତିହାସିକ ମାଇଲଖୁଣ୍ଟ’ ବୋଲି ବର୍ଣ୍ଣନା କରିଛନ୍ତି।
ବିଶ୍ଳେଷକଙ୍କ ମତରେ, ଏହି ଅଧ୍ୟକ୍ଷତା ପଦବୀ ମୁଖ୍ୟତଃ କୂଟନୈତିକ ଏବଂ ପ୍ରଣାଳୀଗତ ଅଟେ, ଯାହାଦ୍ୱାରାୠଣ ବଣ୍ଟନ କିମ୍ବା ନୀତିଗତ ଅନୁମୋଦନ ଉପରେ କୌଣସି ପ୍ରତ୍ୟକ୍ଷ ଅଧିକାର ମିଳି ନଥାଏ। ତଥାପି, ଗଭୀର ଆର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ଏବଂ ଅନ୍ତର୍ଜାତୀୟ ଆର୍ଥବ ସହାୟତା ଉପରେ ନିର୍ଭର କରୁଥିବା ପାକିସ୍ତାନ ପାଇଁ ଏହା ଏକ ପ୍ରମୁଖ ପ୍ରତିଷ୍ଠାଜନକ ସଫଳତା ଅଟେ।