ଅମୃତସର: ପଞ୍ଜାବ ଆନ୍ତଃଜିଲ୍ଲା ସିନିୟର ଦିନିକିଆ ପ୍ରତିଯୋଗିତାରେ ଅଭିଷେକ ଶର୍ମା ତରନତାରନ ବିପକ୍ଷରେ ମାତ୍ର ୯୧ ବଲ୍ରୁ ୨୩୩ ରନ୍ କରିଛନ୍ତି। ତାଙ୍କ ଇନିଂସରେ ୧୫ ଚୌକା ଓ ୨୫ ଛକା ରହିଥିଲା।
ଅଭୟ ଚୌଧୁରୀଙ୍କ ସହ ଅଭିଷେକ ୩୦୫ ରନ୍ର ଓପନିଂ ଭାଗୀଦାରୀ କରିଥିଲେ। ଅମୃତସର ସିନିୟର ଦଳ ୫୦ ଓଭରରେ ୮ ୱିକେଟ୍ ହରାଇ ୫୩୩ ରନ୍ର ବିଶାଳ ସ୍କୋର କରିଥିଲା।
ସୂତ୍ର: ମୂଳ ରିପୋର୍ଟ