ମଙ୍ଗଳବାର, 20 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ?
ଭାରତ

CJP ଆନ୍ଦୋଳନ: ଜନ୍ତର ମନ୍ତର ଆସିବା ପୂର୍ବରୁ ୟୁଟ୍ୟୁବର୍ ଧ୍ରୁବ ରାଠୀଙ୍କ ସମେତ ୧୦୦୦ରୁ ଅଧିକ ଆନ୍ଦୋଳନକାରୀ ଅଟକ

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଭୋଟ୍ ତାଲିକା ସଂଶୋଧନକୁ ବିରୋଧ କରି ‘କକ୍ରୋଚ୍ ଜନତା ପାର୍ଟି’ ପକ୍ଷରୁ ଦିଲ୍ଲୀର ଜନ୍ତର ମନ୍ତରରେ ଆନ୍ଦୋଳନ ପାଇଁ ଡାକରା ଦିଆଯାଇଥିବାବେଳେ ରାଜଧାନୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପୋଲିସର କଡ଼ା କଟକଣା ଓ ପ୍ରତିବନ୍ଧକ ସତ୍ତ୍ୱେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।

ଦିଲ୍ଲୀ ପୋଲିସ ଜନ୍ତର ମନ୍ତର ଅଭିମୁଖେ ଆସୁଥିବା ୧୦୦୦ରୁ ଅଧିକ ଆନ୍ଦୋଳନକାରୀ ଏବଂ ବିରୋଧୀ କର୍ମୀଙ୍କୁ ରାଜୀବ ଚୌକ ଓ ବିଭିନ୍ନ ସ୍ଥାନରେ ଅଟକ ରଖିଛି। ପ୍ରସିଦ୍ଧ ୟୁଟ୍ୟୁବର୍ ତଥା ସୋସିଆଲ ମିଡିଆ ପ୍ରଭାବଶାଳୀ ଧ୍ରୁବ ରାଠୀଙ୍କୁ ଗୁରୁଗ୍ରାମସ୍ଥିତ ବାସଭବନରୁ ପୋଲିସ ଅଟକ ରଖିଥିବା ସୂତ୍ରରୁ ଜଣାପଡ଼ିଛି।

ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀକୁ ସଂଯୋଗ କରୁଥିବା ପ୍ରାୟ ୨୫୦ରୁ ଅଧିକ ଟ୍ରେନ୍ ବାତିଲ କରାଯାଇଛି ଏବଂ ସୀମାଗୁଡ଼ିକରେ କଡ଼ା ଯାଞ୍ଚ ଚାଲିଛି। ଜନ୍ତର ମନ୍ତର, ଜନପଥ ଏବଂ ନିର୍ବାଚନ ଆୟୋଗ କାର୍ଳାୟ ଆଖପାଖ ଅଞ୍ଚଳକୁ ଅତି ସମ୍ବେଦନଶୀଳ ଜୋନ୍ ଭାବେ ଚିହ୍ନଟ କରାଯାଇଛି।

ସୁରକ୍ଷା ଦୃଷ୍ଟିରୁ ବିଏନ୍‌ଏସ୍‌ଏସ୍ (BNSS) ର ଧାରା ୧୬୩ ଲାଗୁ କରାଯାଇଥିବାବେଳେ ସୁପ୍ରିମକୋର୍ଟ ଏବଂ ମଣ୍ଡି ହାଉସ୍ ସମେତ ପ୍ରମୁଖ ମେଟ୍ରୋ ଷ୍ଟେସନଗୁଡ଼ିକୁ ବନ୍ଦ ରଖାଯାଇଛି।ଆଇନଶୃଙ୍ଖଳା ରକ୍ଷା ପାଇଁ ପୋଲିସ କର୍ମଚାରୀମାନଙ୍କୁ ବଡି କ୍ୟାମେରା ସଜ୍ଜିତ କରାଯାଇଛି ଏବଂ ଡ୍ରୋନ୍ ଜରିଆରେ ସ୍ଥିତି ଉପରେ କଡ଼ା ନଜର ରଖାଯାଇଛି।ସମ୍ବେଦନଶୀଳ ଅଞ୍ଚଳରେ ଇଣ୍ଟରନେଟ୍ ସେବାକୁ ମଧ୍ୟ ଅସ୍ଥାୟୀ ଭାବେ କଟକଣା କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)