ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ସ୍ୱାସ୍ଥ୍ୟ

ଛାତି ନୁହେଁ, କାନ୍ଧ ବିନ୍ଧା ବି ହୋଇପାରେ ହାର୍ଟ ଆଟାକ୍‌ର ଲକ୍ଷଣ: ଜାଣନ୍ତୁ କିପରି ରହିବେ ସୁରକ୍ଷିତ

ଭୁବନେଶ୍ୱର: ଆଜିକାଲିର ଅସନ୍ତୁଳିତ ଜୀବନଶୈଳୀ, ଖରାପ ଖାଦ୍ୟପେୟ, ଏବଂ ଅତ୍ୟଧିକ ମାନସିକ ଚାପ ଯୋଗୁଁ ହୃଦ୍‌ରୋଗ ଏକ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। କେବଳ ବୟସ୍କ ନୁହଁନ୍ତି, ବର୍ତ୍ତମାନ ଯୁବପିଢ଼ି ମଧ୍ୟ ହାର୍ଟ ଆଟାକ୍ ର ଶିକାର ହେଉଛନ୍ତି।

ଅନେକ ସମୟରେ ଲୋକମାନେ ହାର୍ଟ ଆଟାକ୍‌ର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକୁ ସାଧାରଣ ଗ୍ୟାସ୍‌ କିମ୍ବା ମାଂସପେଶୀ ଜନିତ ସମସ୍ୟା ଭାବି ଅବହେଳା କରିଦିଅନ୍ତି, ଯାହା ପରବର୍ତ୍ତୀ ସମୟରେ ପ୍ରାଣଘାତୀ ସାବ୍ୟସ୍ତ ହୋଇଥାଏ।

ହାର୍ଟ ଆଟାକ୍ କାହିଁକି ହୋଇଥାଏ: ହୃତ୍‌ପିଣ୍ଡକୁ ରକ୍ତ ଏବଂ ଅମ୍ଳଜାନ ଯୋଗାଉଥିବା କୋରୋନାରୀ ଧମନୀରେ ରକ୍ତ ଜମାଟ ବାନ୍ଧିବା କିମ୍ବା ପ୍ଲାକ୍ କାରଣରୁ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେଲେ ହାର୍ଟ ଆଟାକ୍ ସୃଷ୍ଟି ହୋଇଥାଏ। ରକ୍ତ ପ୍ରବାହ ଯେତେ ବିଳମ୍ବ ହୁଏ, ହୃତ୍‌ପିଣ୍ଡର ମାଂସପେଶୀ ସେତେ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ।

କନ୍ଧ ବ୍ୟଥା ଓ ପ୍ରାରମ୍ଭିକ ଲକ୍ଷଣ: କେବଳ ଛାତିରେ ଯନ୍ତ୍ରଣା ନୁହେଁ, ବରଂ ଅନ୍ୟାନ୍ୟ ସାଧାରଣ ଦେଖାଯାଉଥିବା ଲକ୍ଷଣ ମଧ୍ୟ ହାର୍ଟ ଆଟାକ୍‌ର ବଡ଼ ସଙ୍କେତ ହୋଇପାରେ:

କନ୍ଧ ଓ ବାହୁ ଯନ୍ତ୍ରଣା: ଗୋଟିଏ କିମ୍ବା ଉଭୟ ବାହୁ ଏବଂ କନ୍ଧରେ ଯନ୍ତ୍ରଣା କିମ୍ବା ଅସହଜତା ଅନୁଭୂତ ହେବା।

ପିଠି, ବେକ ଓ ପାଟି ଯନ୍ତ୍ରଣା: ବେକ, ପାଟି କିମ୍ବା ପିଠିର ଉପରିଭାଗରେ ହଠାତ୍ ଯନ୍ତ୍ରଣା ହେବା।

ଶ୍ୱାସକ୍ରିୟାରେ କଷ୍ଟ: ଛାତିରେ ଯନ୍ତ୍ରଣା ହେବା ପୂର୍ବରୁ କିମ୍ବା ସାଙ୍ଗରେ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହେବା।

ଛାତିରେ ଅସହଜତା: ଛାତିର ମଝିରେ କିମ୍ବା ବାମ ପାର୍ଶ୍ୱରେ ଚାପ, ଜକଡ଼ି ହୋଇଯିବା କିମ୍ବା ଭାରୀପଣ ଅନୁଭବ ହେବା।

ଅନ୍ୟାନ୍ୟ ଲକ୍ଷଣ: ହଠାତ୍ ପ୍ରବଳ ସ୍ୱେଦ ବୋହିବା, ମୁଣ୍ଡ ବୁଲାଇବା, ଦୁର୍ବଳତା କିମ୍ବା ବାନ୍ତି ଲାଗିବା।

କିପରି ନିଜକୁ ସୁରକ୍ଷିତ ରଖିବେ?

ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା: ବିପି, ସୁଗାର ଓ କୋଲେଷ୍ଟ୍ରୋଲ୍ ସ୍ତର ନିୟନ୍ତ୍ରଣରେ ରଖନ୍ତୁ।

ସନ୍ତୁଳିତ ଜୀବନଶୈଳୀ: ପ୍ରତିଦିନ ନିୟମିତ ଚାଲିବା, ସାଇକେଲ୍ ଚଲାଇବା ଭଳି ଶାରୀରିକ ବ୍ୟାୟାମ କରନ୍ତୁ।

ସୁଷମ ଖାଦ୍ୟ: ତେଲପ୍ରଚୁର ଓ ପ୍ରୋସେସଡ୍ ଖାଦ୍ୟରୁ ଦୂରେଇ ରୁହନ୍ତୁ।

ଧୂମପାନ ଓ ଚାପ ମୁକ୍ତ: ଧୂମପାନ ବର୍ଜନ କରନ୍ତୁ ଏବଂ ମାନସିକ ଚାପ ନିୟନ୍ତ୍ରଣ ପାଇଁ ଫିଜିକାଲ୍ ଆକ୍ଟିଭିଟି ବୃଦ୍ଧି କରନ୍ତୁ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)