ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଭାରତ

IIT ବମ୍ବେ ଛାତ୍ର ସାହିଲ ମୃତ୍ୟୁ ମାମଲା: ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଫୋନ୍ କରି ସମବେଦନା ଜଣାଇଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ/ମୁମ୍ବାଇ: ଆଇଆଇଟି ବମ୍ବେର ଦ୍ୱିତୀୟ ବର୍ଷର ଛାତ୍ର ସାହିଲ ୱାକୋଡେଙ୍କ ମୃତ୍ୟୁ ମାମଲାରେ ରାଜନୈତିକ ତଥା ସାମଜିକ ସ୍ତରରେ ତତ୍ପରତା ବୃଦ୍ଧି ପାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୃତ ଛାତ୍ର ସାହିଲଙ୍କ ପରିବାରବର୍ଗଙ୍କ ସହ ଫୋନ୍ ଯୋଗେ କଥା ହୋଇଛନ୍ତି ଏବଂ ସେମାନଙ୍କୁ ସମୂହ ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ରାହୁଲ ଗାନ୍ଧୀଙ୍କ ପରିବାର ସହ ଆଲୋଚନା: ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ ସାହିଲଙ୍କ ପରିବାର ୱାଶିମ୍ ଜିଲ୍ଲାରୁ ମୁମ୍ବାଇ ଅଭିମୁଖେ ଯାତ୍ରା କରୁଥିଲେ, ସେହି ସମୟରେ ରାହୁଲ ଗାନ୍ଧୀ ଏକ ଭିଡିଓ କଲ୍ ଜରିଆରେ ସେମାନଙ୍କ ସହ କଥା ହୋଇଥିଲେ।

ପ୍ରାୟ ୧୭ ମିନିଟ୍ ଧରି ହୋଇଥିବା ଏହି ଆଲୋଚନା ସମୟରେ ରାହୁଲ ଗାନ୍ଧୀ ପରିବାରକୁ “ମୁଁ ଆପଣଙ୍କ ସାଥୀରେ ଅଛି” ବୋଲି ଆଶ୍ୱସନା ଦେବା ସହ ନ୍ୟାୟ ପାଇଁ କରାଯାଉଥିବା ଲଢ଼ଇରେ ସବୁପ୍ରକାର ସହଯୋଗ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ସମୟରେ ଭାରତୀୟ ଯୁବ କଂଗ୍ରେସ ଅଧ୍ୟକ୍ଷ ଉଦୟ ଭାନୁ ଚିବ୍ ଏବଂ ମହାରାଷ୍ଟ୍ର ୟୁନିଟ୍ ମୁଖ୍ୟ ଶିବରାଜ ମୋରେ ମଧ୍ୟ ଉପସ୍ଥିତ ଥିଲେ।

ଗତ ସେପ୍ଟେମ୍ବର ୧୮ ତାରିଖରେ ୨୨ ବର୍ଷୀୟ ସାହିଲ ୱାକୋଡେଙ୍କ ମୃତଦେହ ତାଙ୍କ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଜବତ ହୋଇଥିଲା। ପରୀକ୍ଷା ହଲରେ ମୋବାଇଲ୍ ଫୋନ୍ ଏବଂ ଚାଟ୍‌ଜିପିଟି (ChatGPT) ବ୍ୟବହାର କରିବା ଅଭିଯୋଗକୁ କେନ୍ଦ୍ର କରି ଏହି ଅଘଟଣ ଘଟିଥିବା କୁହାଯାଉଛି।

ଅନ୍ୟପକ୍ଷରେ, ସାହିଲଙ୍କ ପରିବାର ଏହାକୁ ଏକ ସୁଚିନ୍ତିତୋ ହତ୍ୟା ଏବଂ ଜାତିଗତ ଉତ୍ପୀଡ଼ନ ବୋଲି ଅଭିଯୋଗ କରିବା ସହ ସମ୍ପୃକ୍ତ ପ୍ରଫେସର ଏବଂ ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ନ୍ୟାୟ ଦାବିରେ ପରିବାରବର୍ଗ ଆଇଆଇଟି ବମ୍ବେ ଗେଟ୍ ସମ୍ମୁଖରେ ଆମରଣ ଅନଶନ ଆନ୍ଦୋଳନ ଆରମ୍ଭ କରିଛନ୍ତି। ବର୍ତ୍ତମାନ ମୁମ୍ବାଇ ପୋଲିସର କ୍ରାଇମବ୍ରାଞ୍ଚ ଟିମ୍ ଏହି ମାମଲାର ଗଭୀର ତାପ୍ତ କରୁଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)