ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ପୁରୀ ଶ୍ରୀମନ୍ଦିର ଉପରେ ପୁଣି ଉଡ଼ିଲା ରହସ୍ୟମୟ ଡ୍ରୋନ୍: ସୁରକ୍ଷା ବ୍ୟବସ୍ଥାକୁ ନେଇ ବଢ଼ିଲା ଚିନ୍ତା

ପୁରୀ: ବାରମ୍ବାର କଟକଣା ଏବଂ କଡ଼ା ସୁରକ୍ଷା ସତ୍ତ୍ୱେ ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଉପରେ ପୁଣିଥରେ ଏକ ଡ୍ରୋନ୍ ଉଡ଼ିଥିବା ଦେଖିବାକୁ ମିଳିଛି। ଆଜି ଭୋର ସକାଳେ ଶ୍ରୀମନ୍ଦିର ଉପରେ ଏହି ଡ୍ରୋନ୍ ଘୂରି ବୁଲୁଥିବା ଦେଖିବାକୁ ମିଳିବା ପରେ ମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ଥରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୫ଟା ସମୟରେ ମନ୍ଦିରର ଉତ୍ତର ପାର୍ଶ୍ୱ ତଥା ଶ୍ରୀମନ୍ଦିର ଏବଂ କରିଡର୍ ଅଞ୍ଚଳ ଉପରେ ଏକ ଅଜଣା ଡ୍ରୋନ୍ ଉଡ଼ୁଥିବାର ନଜର ଆସିଥିଲା। ଏହି ଡ୍ରୋନ୍ ଜରିଆରେ ମନ୍ଦିରର ଗୋପନୀୟ ଭିଡିଓ କିମ୍ବା ଫଟୋ କ୍ୟାପ୍ଚର୍ କରାଯାଉଥିବା ସନ୍ଦେହ କରାଯାଉଛି। ତେବେ କିଏ ଏବଂ କେଉଁଠାରୁ ଏହି ଡ୍ରୋନ୍ ଅପରେଟ୍ କରୁଥିଲା, ସେ ସମ୍ପର୍ଣ୍ଣ ସ୍ପଷ୍ଟ ହୋଇନାହିଁ। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।

ବାରମ୍ବାର ସୁରକ୍ଷା ଉଲ୍ଲଂଘନ ଓ ଭକ୍ତଙ୍କ ଅସନ୍ତୋଷ:ଶ୍ରୀମନ୍ଦିର ଏବଂ ଏହାର ଚତୁର୍ଦ୍ଦିଗକୁ ‘ନୋ-ଡ୍ରୋନ୍ ଜୋନ୍’ ବା ନିଷ୍ଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ପୂର୍ବରୁ ମଧ୍ୟ ଏପରି ଅନେକ ଘଟଣା ସାମ୍ନାକୁ ଆସିଛି। ବାରମ୍ବାର ଏପରି ନିୟମ ଉଲ୍ଲଂଘନ ହେବାରୁ ସାଧାରଣରେ ଏବଂ ସେବାୟତମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଭବିଷ୍ୟତରେ ଏପରି ଘଟଣାକୁ ରୋକିବା ପାଇଁ ଶ୍ରୀମନ୍ଦିର ପରିସରରେ ତୁରନ୍ତ ‘ଆଣ୍ଟି-ଡ୍ରୋନ୍ ଟେକ୍ନୋଲୋଜି’ବ୍ୟାପକ ଭାବେ ସ୍ଥାପନ କରିବାକୁ ଭକ୍ତ ଓ ସଚେତନ ନାଗରିକମାନେ ଦାବି କରିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)