ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ପୁରୀରେ ଖାଦ୍ୟ ସୁରକ୍ଷା କଡ଼ାକଡ଼ି: ଅପମିଶ୍ରଣ ଅଭିଯୋଗରେ ୫ଟି ଖଜା ପ୍ରସ୍ତୁତି କାରଖାନା ସିଲ୍, ୪ କୁଇଣ୍ଟାଲ ଖଜା ଜବତ

ପୁରୀ: ଆଗାମୀ ପର୍ବପର୍ବାଣୀ ଏବଂ ସ୍ୱତନ୍ତ୍ର ଋତୁକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ଏବଂ ଅପମିଶ୍ରଣ ରୋକିବା ପାଇଁ ଖଜା ପ୍ରସ୍ତୁତି ୟୁନିଟ୍‌ଗୁଡ଼ିକ ଉପରେ ଚଢ଼ଉ ଜୋରଦାର କରାଯାଇଛି।

ମଙ୍ଗଳବାର ଦିନ ପୁରୀ ପ୍ରଶାସନ ଏବଂ ଖାଦ୍ୟ ସୁରକ୍ଷା ବିଭାଗର ଏକ ମିଳିତ ଟିମ୍ ଶ୍ରୀମନ୍ଦିର ନିକଟସ୍ଥ ବଳଭଦ୍ରପୁର, ଦୋଳମଣ୍ଡପ ସାହି ସମେତ ବିଭିନ୍ନ ଅଞ୍ଚଳରେ ଥିବା ଖଜା ପ୍ରସ୍ତୁତି କେନ୍ଦ୍ରଗୁଡ଼ିକରେ ଚଢ଼ଉ କରିଥିଲେ। ଏହି ଅଭିଯାନ ସମୟରେ ଅଧିକାରୀମାନେ ପ୍ରାୟ ୪ କୁଇଣ୍ଟାଲ୍ ଖଜା, ଚିନି ପାଚିଲା ରସ ଏବଂ ୮ଟି ରୋଷେଇ ଗ୍ୟାସ୍ ସିଲିଣ୍ଡର ଜବତ କରିଛନ୍ତି।

ଖାଦ୍ୟ ସୁରକ୍ଷା ନିୟମ ଉଲ୍ଲଂଘନ କରି ଅସ୍ୱାସ୍ଥ୍ୟକର ପରିବେଶରେ ଖଜା ପ୍ରସ୍ତୁତ କରୁଥିବା ଅଭିଯୋଗରେ ମୋଟ ୫ଟି ଖଜା ପ୍ରସ୍ତୁତି ୟୁନିଟ୍‌କୁ ସିଲ୍ କରାଯିବା ସହ ଦୁଇଟି ଠେଲାଗାଡ଼ି ମଧ୍ୟ ଜବତ କରାଯାଇଛି।

ଶ୍ରୀ ଜଗନ୍ନାଥଙ୍କ ମହାପ୍ରସାଦ ତଥା ପୁରୀର ପାରମ୍ପରିକ ପ୍ରସିଦ୍ଧ ମିଠା ‘ଖଜା’ ପ୍ରତି ଭକ୍ତ ଓ ପର୍ଯ୍ୟଟକମାନଙ୍କର ପ୍ରବଳ ଚାହିଦା ଥାଏ। ତେଣୁ ଗ୍ରାହକମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଏବଂ ମାନକ ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ଏହିଭଳି ଯାଞ୍ଚ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଆଗକୁ ମଧ୍ୟ ଜାରି ରହିବ ବୋଲି ଜଣାପଡ଼ିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)