ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ପ୍ରବଳ ବନ୍ୟା ସତ୍ତ୍ଵେ ବି କନ୍ୟା ଘରେ ପହଞ୍ଚିଲେ ବର, ହୃଦୟ ଛୁଇଁବ ଏହି କାହାଣୀ

ବାଲେଶ୍ଵର: ସୁବର୍ଣ୍ଣରେଖା ନଦୀର ବନ୍ୟାଜଳ ବାଲେଶ୍ୱର ଜିଲ୍ଲାରେ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିବାବେଳେ ଭୋଗରାଇ ବ୍ଲକରୁ ଏକ ହୃଦୟସ୍ପର୍ଶୀ ଏବଂ ଚର୍ଚ୍ଚିତ ଘଟଣା ସାମ୍ନାକୁ ଆସିଛି। ବନ୍ୟା ଯୋଗୁଁ ସବୁକିଛି ଠପ୍ ହୋଇଯାଇଥିଲେ ମଧ୍ୟ ବାହାଘର ଅଟକି ନଥିଲା ଏବଂ ବର ନିଜ କନ୍ୟାଘରକୁ ଡଙ୍ଗାରେ ଯାଇ ବିବାହ ସମ୍ପନ୍ନ କରିଛନ୍ତି।

ଭୋଗରାଇ ବ୍ଲକର ମନୁଆନଗରର ହେମନ୍ତ ପାତ୍ର ନିଜ ବାହାଘର ପାଇଁ ଫୁଲରେ ସଜ୍ଜିତ କାର୍, ଡିଜେ ଏବଂ ବରଯାତ୍ରୀଙ୍କ ସହ କନ୍ୟାଘରକୁ ଯିବାକୁ ଯୋଜନା କରିଥିଲେ। କିନ୍ତୁ ପ୍ରବଳ ବର୍ଷା ଓ ବନ୍ୟା ଏଥିରେ ବାଧକ ସାଜିଥିଲା। ତଥାପି ନିର୍ଦ୍ଧାରିତ ଦିନରେ ବିବାହ କରିବା ପାଇଁ ହେମନ୍ତ ଏକ ଡଙ୍ଗାରେ ବସି ସୀମିତ ବରଯାତ୍ରୀ ଓ ବ୍ରାହ୍ମଣଙ୍କ ସହ କନ୍ୟାଘରେ ପହଞ୍ଚି ବିବାହ ସମ୍ପନ୍ନ କରିଥିଲେ।

ଜିଲ୍ଲାରେ ସୁବର୍ଣ୍ଣରେଖା ନଦୀର ଚତୁର୍ଥ ବନ୍ୟା ପ୍ରବାହ କାରଣରୁ ୧୨ଟି ବ୍ଲକ ମଧ୍ୟରୁ ୧୧ଟି ବ୍ଲକ ପ୍ରଭାବିତ ହୋଇଛି। ପ୍ରାୟ ୭୦୦ଟି ଗାଁ ଜଳମଗ୍ନ ହୋଇଥିବାବେଳେ ୬୭,୨୬୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ରାଜଘାଟ ନିକଟରେ ବିପଦ ସଙ୍କେତ (୧୦.୩୬ ମିଟର) ଉପରେ ସୁବର୍ଣ୍ଣରେଖା ନଦୀ ୧୧.୨୦ ମିଟରରେ ପ୍ରବାହିତ ହେଉଛି। ଝାଡ଼ଖଣ୍ଡ ସରକାର ଗାଲୁଡିହ ବ୍ୟାରେଜର ୧୩ଟି ଗେଟ୍ ଖୋଲିବା ପରେ ଭୋଗରାଇ, ଜଳେଶ୍ୱର, ବାଲିଆପାଳ ଏବଂ ବସ୍ତା ଅଞ୍ଚଳରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି।

ଉଦ୍ଧାର କାର୍ଯ୍ୟ ପାଇଁ ୪ଟି ଓଡ୍ରାଫ୍ (ODRAF), ୨ଟି ଏନ୍‌ଡିଆର୍‌ଏଫ୍ (NDRF) ଏବଂ ୧୨ଟି ଅଗ୍ନିଶମ ବାହିନୀ ଟିମ୍ ମୁତୟନ କରାଯାଇଛି। ଏହାଛଡ଼ା ରିଲିଫ୍ କ୍ୟାମ୍ପ୍ ଏବଂ ରନ୍ଧା ଖାଦ୍ୟ କେନ୍ଦ୍ରଗୁଡ଼ିକ କାର୍ଯ୍ୟକାରୀ ହେଉଛି।

ଭଦ୍ରକ ଜିଲ୍ଲାରେ ମଧ୍ୟ ବନ୍ୟା ପ୍ରଭାବରେ ୧.୮୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବାବେଳେ ୫୨,୮୫୧ ଜଣଙ୍କୁ ସ୍ଥାନାନ୍ତର କରାଯାଇ ୬୬ଟି ମାଗଣା ରନ୍ଧା ଖାଦ୍ୟ କେନ୍ଦ୍ର ଖୋଲାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)