ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଭାରତ

ବାପୁଙ୍କ ଆଦର୍ଶ ଆଜି କେତେ ଜୀବନ୍ତ ?

ଗୋଟିଏ ମଣିଷ… ହାତରେ ଥିଲା ଚରଖା, ଦେହରେ ଖଦି… ଆଉ ଅସ୍ତ୍ର ଥିଲା ସତ୍ୟ ଓ ଅହିଂସା। ସେ ଥିଲେ ଜାତିର ପିତା ମହାତ୍ମା ଗାନ୍ଧୀ। ଗୋରା ଙ୍କ ସହ ଲଢ଼ି ସ୍ୱାଧୀନତା ପାଇଁ ସଂଘର୍ଷ କରି ଯିଏ ଏ ଜାତିକୁ, ମାଟିକୁ ମୁକ୍ତି ଦେଇଥିବା ଜଣେ ମହାପୁରୁଷ | ଏ ଜାତି ଯେତେ ଦିନ ଯାଏଁ ଥିବ ସେତେ ଦିନ ଯାଏଁ ଜାତି ର ପିତାଙ୍କ ତ୍ୟାଗ ଓ ବଳିଦାନ କୁ ମନେ ରଖିଥିବ | ଦେଶ ସ୍ୱାଧୀନ ହୋଇଗଲା… ସମୟ ବଦଳିଗଲା… ପିଢ଼ି ମଧ୍ୟ ବଦଳିଗଲା। କିନ୍ତୁ ଗାନ୍ଧୀଙ୍କ ଚିନ୍ତାଧାରା ଆଜି ବି ଆମ ସାମ୍ନାରେ ଠିଆ ହୋଇ ପ୍ରଶ୍ନ କରୁଛି ସତ୍ୟ, ଅହିଂସା ଓ ମାନବିକତାକୁ ଆମେ କେତେ ଦୂର ଦୈନଦିନ ଜୀବନରେ ଆଣିପାରିଛୁ ? ତେବେ ଆସନ୍ତୁ ବାପୁଙ୍କ ନାରା କୁ ଗାନ୍ଧୀ ଜୟନ୍ତୀରେ ମନେ ପକାଇବା…

“କର ବା ମର”ମାତ୍ର ଦୁଇଟି ଶବ୍ଦ… କିନ୍ତୁ ଏହି ଦୁଇଟି ଶବ୍ଦରେ ଲୁଚିଥିଲା ଏକ ସମ୍ପୂର୍ଣ୍ଣ ଜାତିର ସ୍ୱାଧୀନତାର ସଂକଳ୍ପ। ୧୯୪୨ ମସିହାରେ ମହାତ୍ମା ଗାନ୍ଧୀ ଦେଶବାସୀଙ୍କୁ ଦେଇଥିଲେ ଏହି ଐତିହାସିକ ଆହ୍ୱାନ। ଲକ୍ଷ୍ୟ ଥିଲା ସ୍ପଷ୍ଟ, ଗୋରା ମାନଙ୍କ ଶାସନର ଅନ୍ତ ଏବଂ ଭାରତର ସ୍ୱାଧୀନତା। ଗାନ୍ଧୀଙ୍କ ପାଖରେ ସଂଗ୍ରାମର ଅସ୍ତ୍ର ନଥିଲା, ଥିଲା ସତ୍ୟ ଓ ଅହିଂସା। ତାଙ୍କ ଗୋଟିଏ ଆହ୍ୱାନରେ ଦେଶର କୋଣ ଅନୁକୋଣରେ ଜାଗି ଉଠିଥିଲା ପ୍ରତିରୋଧର ଚେତନା। ଛାତ୍ର, ଯୁବକ, ମହିଳା, ଚାଷୀ ଓ ଅସଂଖ୍ୟ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ସାମିଲ ହୋଇଥିଲେ। “କର ବା ମର”ର ଅର୍ଥ ଥିଲା ସ୍ୱାଧୀନତା ହାସଲ ନହେବା ପର୍ଯ୍ୟନ୍ତ ସଂଗ୍ରାମ ଥମିବ ନାହିଁ। ଏହି ଆହ୍ୱାନ ଆଜି ବି ଭାରତର ସ୍ୱାଧୀନତା ସଂଗ୍ରାମର ଅଦମ୍ୟ ସାହସ ଓ ତ୍ୟାଗର ପ୍ରତୀକ। ଆଜି ଆମ ପାଖରେ ସ୍ୱାଧୀନତା ଅଛି। କିନ୍ତୁ ପ୍ରଶ୍ନ ହେଉଛି ସେହି “ସ୍ୱାଧୀନତାର ମୂଲ୍ୟ, ସତ୍ୟ ଓ ସେହି ଦାୟିତ୍ୱକୁ ଆମେ କେତେ ମନେ ରଖିଛୁ ?” ଏହି ନାରା ଆମକୁ ଆଜି କ’ଣ ଶିଖାଏ କେବଳ ଅଧିକାର ଦାବି, ନା ନିଜ କର୍ତ୍ତବ୍ୟ ପାଳନ ? ଆଜିର ରାଜନୀତିରେ ଗାନ୍ଧୀଙ୍କ ସତ୍ୟ ଓ ଅହିଂସାର ଆଦର୍ଶ କେତେ ଜୀବନ୍ତ ?

ପ୍ରତିବର୍ଷ ୨ ଅକ୍ଟୋବର ଆସେ… ଗାନ୍ଧୀଙ୍କ ଫଟୋରେ ଫୁଲ ପଡ଼େ, ପ୍ରତିମୂର୍ତ୍ତିରେ ମାଳା ପଡ଼େ, ତାଙ୍କ ବାର୍ତ୍ତା ପୁଣିଥରେ ଶୁଣାଯାଏ। କିନ୍ତୁ ଏହି ସବୁ ମଧ୍ୟରେ ଗୋଟିଏ ପ୍ରଶ୍ନ ଚୁପଚାପ୍ ଠିଆ ହୋଇ ରହେ ଆମେ କେବଳ ଗାନ୍ଧୀଙ୍କ ଛବିକୁ ମନେ ରଖିଛୁ… ନା ତାଙ୍କ ଚିନ୍ତାକୁ ବି ନିଜ ଜୀବନରେ ଜାଗା ଦେଇଛୁ ? କାରଣ ଗାନ୍ଧୀଙ୍କୁ ମନେ ପକାଇବା ସହଜ… କିନ୍ତୁ ଗାନ୍ଧୀଙ୍କ ଭଳି ସତ୍ୟର ପଥରେ ଚାଲିବା ସେତିକି ସହଜ ନୁହେଁ। ଯଦି ଆମେ ଦେଖିବା ଗାନ୍ଧୀଙ୍କ ସମୟରେ ଲୋକଙ୍କ ପାଖରେ ଥିଲା ସଭା…ଆଜି ହାତରେ ଅଛି ସ୍ମାର୍ଟଫୋନ୍। ସେତେବେଳେ ଥିଲା ଚିଠି ଓ ଖବରକାଗଜ…ଆଜି ଗୋଟିଏ ଶବ୍ଦ କିଛି ସେକେଣ୍ଡରେ ଲକ୍ଷ ଲକ୍ଷ ଲୋକଙ୍କ ପାଖରେ ପହଞ୍ଚୁଛି। କିନ୍ତୁ ଏହି ବଦଳୁଥିବା ସମୟ ମଧ୍ୟରେ ଗାନ୍ଧୀଙ୍କ କିଛି ପ୍ରଶ୍ନ ଆଜି ବି ସେମିତି ଠିଆ ହୋଇ ରହିଛି।

ରାଜନୀତିରେ ସତ୍ୟର ସ୍ଥାନ କେଉଁଠି ? ଆଉ ସାଧାରଣ ମଣିଷର ସ୍ୱର ରାଜନୀତିର କେନ୍ଦ୍ରରେ କେତେ ଦୂର ରହିଛି ?


ଏଗୁଡ଼ିକ କେବଳ ଇତିହାସର ପ୍ରଶ୍ନ ନୁହେଁ। ଆଜି ଯେତେବେଳେ ରାଜନୀତିରେ ଭାଷଣ, ପ୍ରତିଶ୍ରୁତି, ବିରୋଧ, ପ୍ରତିବାଦ ଓ ତୀବ୍ର ମତଭେଦ ଦେଖିବାକୁ ମିଳୁଛି ସେତେବେଳେ ଗାନ୍ଧୀଙ୍କ ସତ୍ୟାଗ୍ରହ ଓ ଅହିଂସାର ରାଜନୀତିକୁ ମନେ ପକାଇବା ସ୍ୱାଭାବିକ। କାରଣ ଗାନ୍ଧୀ କେବଳ ଇଂରେଜଙ୍କ ବିରୋଧରେ ଲଢ଼ି ନଥିଲେ , ସେ ଲଢ଼ିଥିଲେ ଭୟ ବିରୋଧରେ, ଅସମାନତା ବିରୋଧରେ, ଅସ୍ପୃଶ୍ୟତା ବିରୋଧରେ। ଆଉ ଆଜି…ଗାନ୍ଧୀ ଜୟନ୍ତୀରେ ତାଙ୍କ ଫଟୋରେ ମାଳା ପଡ଼ିବ… ତାଙ୍କ ନାଁରେ କାର୍ଯ୍ୟକ୍ରମ ହେବ…ତାଙ୍କ ବାର୍ତ୍ତା ପୁଣି ମନେ ପକାଯିବ। କିନ୍ତୁ ଏହା ପରେ ଗୋଟିଏ ବଡ଼ ପ୍ରଶ୍ନ ରହିଯାଏ | ଗାନ୍ଧୀଙ୍କୁ ଆମେ କେବଳ ମନେ ପକାଉଛୁ… ନା ତାଙ୍କ ଚିନ୍ତାଧାରାକୁ ଆଜିର ଭାରତରେ ବଞ୍ଚାଇ ରଖିଛୁ ? ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ପଡ଼ିବ… ଇତିହାସର ପୃଷ୍ଠାରେ ନୁହେଁ…ଆଜିର ଭାରତର ରାଜନୀତି, ସମାଜ ଓ ସାଧାରଣ ମଣିଷର ଜୀବନ ଭିତରେ।

ଯେଉଁ ନାରା ଦିନେ ଏକ ସମ୍ପୂର୍ଣ୍ଣ ଦେଶକୁ ଏକାଠି କରିଥିଲା, ଯେଉଁ ନାରା ଲକ୍ଷ ଲକ୍ଷ ଭାରତୀୟଙ୍କ ମନରେ ସ୍ୱାଧୀନତାର ଆଶା ଓ ସାହସ ଭରିଥିଲା, ଆଜି ସେହି ଗାନ୍ଧୀଙ୍କ ନାଁ ରାଜନୀତିର ମଞ୍ଚରେ ବାରମ୍ବାର ଶୁଣାଯାଉଛି। ନିର୍ବାଚନୀ ଭାଷଣଠାରୁ ଆରମ୍ଭ କରି ରାଜନୈତିକ ମଞ୍ଚ, ସଭା ଓ ଆଲୋଚନା ବିଭିନ୍ନ ସମୟରେ ଗାନ୍ଧୀଙ୍କ ଚିନ୍ତାଧାରାର ଉଲ୍ଲେଖ ହେଉଛି। କିନ୍ତୁ ଏଠି ହିଁ ଉଠୁଛି ଏକ ବଡ଼ ପ୍ରଶ୍ନ ଗାନ୍ଧୀଙ୍କ ନାଁ କେବଳ ଭାଷଣ, ପୋଷ୍ଟର ଓ ମଞ୍ଚରେ ସୀମିତ ରହିଯାଉଛି କି ? ନା ସତ୍ୟ, ଅହିଂସା, ସାଧାରଣ ଲୋକଙ୍କ ପ୍ରତି ଦାୟିତ୍ୱ ଓ ଜନସେବା ଭଳି ତାଙ୍କ ଆଦର୍ଶ ମଧ୍ୟ ଆଜିର ରାଜନୀତିର ଆଚରଣ ଓ କାର୍ଯ୍ୟରେ ପ୍ରତିଫଳିତ ହେଉଛି ? ଗାନ୍ଧୀଙ୍କ ନାଁ ନେବା ସହଜ… କିନ୍ତୁ ତାଙ୍କ ଆଦର୍ଶକୁ ରାଜନୀତିରେ ବଞ୍ଚାଇ ରଖିବା ହିଁ କ’ଣ ପ୍ରକୃତ ଚ୍ୟାଲେଞ୍ଜ ନୁହେଁ ?

ସତ୍ୟ ଓ ଅହିଂସା ଥିଲା ଗାନ୍ଧୀଙ୍କ ରାଜନୀତିର ମୂଳ ଆଧାର। ଆଜିର ରାଜନୀତିରେ ମତଭେଦ, ତୀବ୍ର ରାଜନୈତିକ ବିତର୍କ ଓ ପରସ୍ପର ଅଭିଯୋଗ ମଧ୍ୟରେ ସେହି ମୂଲ୍ୟବୋଧର ସ୍ଥାନ କେଉଁଠି ? ଗାନ୍ଧୀଙ୍କ ପାଇଁ ରାଜନୀତି ଥିଲା ଜନସେବାର ମାଧ୍ୟମ। ହେଲେ ଆଜି ମଧ୍ୟ ଜନତାଙ୍କ ସ୍ୱର, ସ୍ୱଚ୍ଛତା, ଜବାବଦେହିତା ଓ ସାଧାରଣ ଲୋକଙ୍କ ହିତକୁ ରାଜନୀତିର କେନ୍ଦ୍ରରେ ରଖିବା ନେଇ ନିରନ୍ତର ପ୍ରଶ୍ନ ଉଠୁଛି। ତେବେ ଗାନ୍ଧୀଙ୍କୁ ମନେ ରଖିବା କ’ଣ କେବଳ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ? ନା ତାଙ୍କ ସତ୍ୟ, ଅହିଂସା ଓ ଜନସେବାର ଆଦର୍ଶକୁ ରାଜନୀତିରେ ବଞ୍ଚାଇ ରଖିବା ହିଁ ହେଉଛି ପ୍ରକୃତ ପରୀକ୍ଷା ?

“ଯେଉଁ ମାଟିରେ ଗାନ୍ଧୀଙ୍କ ପାଦ ପଡ଼ିଥିଲା… ସେହି ମାଟି ସହ ତାଙ୍କ ସମ୍ପର୍କ କେବଳ ଇତିହାସର ଏକ ଅଧ୍ୟାୟ ନୁହେଁ, ଥିଲା ଭାବନା ଓ ସଂଗ୍ରାମର ଏକ ଗଭୀର କାହାଣୀ।”ଗାନ୍ଧୀଙ୍କ ସହ ଓଡ଼ିଶାର ସମ୍ପର୍କ ଥିଲା ଅତ୍ୟନ୍ତ ଗଭୀର। ୧୯୨୧ରୁ ୧୯୪୬ ମଧ୍ୟରେ ସେ ଏକାଧିକଥର ଓଡ଼ିଶା ଆସିଥିଲେ। ଏହି ଗସ୍ତ କେବଳ ସ୍ୱାଧୀନତା ଆନ୍ଦୋଳନର ପ୍ରଚାର ପାଇଁ ନଥିଲା; ଓଡ଼ିଶାର ଦାରିଦ୍ର୍ୟ, ଦୁର୍ଭିକ୍ଷ ଓ ସାଧାରଣ ଲୋକଙ୍କ ଜୀବନକୁ ସେ ନିକଟରୁ ଦେଖିଥିଲେ।
୧୯୨୧ ମାର୍ଚ୍ଚ ୨୩ରେ କସ୍ତୁରବାଙ୍କ ସହ କଟକରେ ପହଞ୍ଚି ଭଦ୍ରକ, ସତ୍ୟବାଦୀ, ପୁରୀ ଓ ବ୍ରହ୍ମପୁର ଭଳି ସ୍ଥାନରେ ଲୋକଙ୍କୁ ଭେଟିଥିଲେ। ପରେ ଖଦି ପ୍ରଚାର, ଗ୍ରାମୀଣ ସ୍ୱାବଲମ୍ବନ ଓ ସାମାଜିକ ସମାନତା ପାଇଁ ମଧ୍ୟ ସେ ଓଡ଼ିଶାରେ କାମ କରିଥିଲେ। ୧୯୩୪ର ହରିଜନ ପଦଯାତ୍ରା ତାଙ୍କ ସାମାଜିକ ସଂଗ୍ରାମର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଥିଲା।

ଆଜି ଗାନ୍ଧୀ ନାହାନ୍ତି… କିନ୍ତୁ ଓଡ଼ିଶାର ମାଟିରେ ତାଙ୍କ ପଦଚିହ୍ନ ଅଛି। ପ୍ରଶ୍ନ ଏବେ ଏତିକି ଆମେ କେବଳ ତାଙ୍କୁ ମନେ ପକାଉଛୁ, ନା ତାଙ୍କ ଆଦର୍ଶକୁ ମଧ୍ୟ ଜୀବନ୍ତ ରଖୁଛୁ ? କାରଣ ଗାନ୍ଧୀଙ୍କ ଶରୀର ଚାଲିଗଲା… କିନ୍ତୁ ତାଙ୍କ ଚିନ୍ତା ଆଜି ବି ଆମ ସମାଜକୁ ପ୍ରଶ୍ନ କରୁଛି ?

Debi Prasad Ojha
ଲେଖକ
Debi Prasad Ojha

Editorial Head at Nirnay TV, leading the newsroom’s editorial direction, news standards, and content strategy. Committed to accurate, responsible, and impactful journalism that keeps audiences informed and empowers them with the truth.

8 ଟି ଖବର ଦେଖନ୍ତୁ →

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)