ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ବିଦେଶ

ଆଫଗାନିସ୍ତାନରେ ସିଙ୍ଗଲ୍ ଟ୍ରାଭେଲ୍ କରି ଅଟକ ହେଲେ ବ୍ଲଗର ଅରୁଣିମା

ନୂଆଦିଲ୍ଲୀ/କାବୁଲ: ଆଫଗାନିସ୍ତାନରେ ଏକାକୀ ଭ୍ରମଣ କରୁଥିବା କେରଳର ଜଣାଶୁଣା ମହିଳା ଟ୍ରାଭେଲ୍ ବ୍ଲଗର ଅରୁଣିମା (‘ବ୍ୟାକପ୍ୟାକର ଅରୁଣିମା’) ଏକ ବଡ଼ ବିପଦରୁ ଅଳ୍ପକେ ବଞ୍ଚିଯାଇଛନ୍ତି। ଆଫଗାନିସ୍ତାନର ବାମିୟାନ୍ (Bamyan) ଅଞ୍ଚଳରେ ଏକାକୀ ଭ୍ରମଣ କରୁଥିବା ବେଳେ ସେଠାକାର ‘ମୁଜାହିଦ୍ଦିନ୍’ (ତାଲିବାନ୍ କର୍ତ୍ତୃପକ୍ଷ) ତାଙ୍କୁ ଅଟକ ରଖି ଗିରଫ କରିବାର ଧମକ ଦେଇଥିଲେ। ଏହାପରେ ସେ ସୋସିଆଲ୍ ମିଡିଆରେ ଏସଓଏସ୍ (SOS) ବାର୍ତ୍ତା ସେୟାର କରି ଭାରତୀୟ ଦୂତାବାସର ସାହାଯ୍ୟ ଲୋଡ଼ିଥିଲେ।

ସେଠାକାର ନିୟମ ଅନୁସାରେ, କୌଣସି ମହିଳା ଏକାକୀ (ବିନା ପୁରୁଷ ସାଥୀ କିମ୍ବା ଗାଇଡ୍) ଭ୍ରମଣ କରିପାରିବେ ନାହିଁ। ବାମିୟାନ୍ କର୍ତ୍ତୃପକ୍ଷ ଅରୁଣିମାଙ୍କ ପାସପୋର୍ଟ, ଭିସା ଓ ଆବଶ୍ୟକୀୟ ଅନୁମତିପତ୍ର (Permit) ଯାଞ୍ଚ କରିବା ପରେ ସେ ନିୟମ ଭଙ୍ଗ କରିଥିବା ଅଭିଯୋଗ ଆଣିଥିଲେ ଏବଂ ତାଙ୍କୁ ଜେଲ୍‌ ପଠାଇବାକୁ ଧମକ ଦେଇଥିଲେ।

ନିୟମ ଭଙ୍ଗର ଅଭିଯୋଗ: ଅରୁଣିମାଙ୍କ କହିବା ଅନୁଯାୟୀ, ଆଫଗାନିସ୍ତାନରେ ମହିଳାମାନଙ୍କ ପାଇଁ ଏକାକୀ ବୁଲିବା ନିଷେଧ। ସେ ପୂର୍ବରୁ ଜଲାଲାବାଦ୍‌ରେ ଅନୁମତିପତ୍ର ଆବେଦନ କରିଥିଲେ ମଧ୍ୟ ଏକାକୀ ମହିଳା ହୋଇଥିବାରୁ ତାଙ୍କୁ ପରମିଟ୍ ଦିଆଯାଇ ନଥିଲା।

ସ୍ଥାନୀୟ ବ୍ୟକ୍ତିଙ୍କ ସାହାଯ୍ୟ: ଅଟକ ହେବା ପରେ ଭୟଭୀତ ହୋଇ ଅରୁଣିମା ତାଙ୍କୁ ବାମିୟାନ୍ ଆଣିବାରେ ସାହାଯ୍ୟ କରିଥିବା ଜଣେ ସ୍ଥାନୀୟ ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ। ସେହି ବ୍ୟକ୍ତିଜଣକ ଆସି ତାଲିବାନ୍ କର୍ତ୍ତୃପକ୍ଷଙ୍କ ସହ କଥାବାର୍ତ୍ତା କରିଥିଲେ।

ସମାଧାନ ଓ ମୁକ୍ତି: ଦୀର୍ଘ ଆଲୋଚନା ଏବଂ ଗୁହାରି ପରେ, ଅରୁଣିମା ଆଫଗାନିସ୍ତାନ ଛାଡ଼ି ଉଜବେକିସ୍ତାନ ସୀମା ଆଡ଼କୁ ଚାଲିଯିବାକୁ ରାଜି ହେବାରୁ କର୍ତ୍ତୃପକ୍ଷ ତାଙ୍କୁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

ମାନସିକ ଯନ୍ତ୍ରଣା: ଏହି ଘଟଣାକୁ ନେଇ ଅରୁଣିମା କହିଛନ୍ତି, “ମୋର ଗୋଟିଏ ବୋଲି ‘ଅପରାଧ’ ଥିଲା ଯେ ମୁଁ ଜଣେ ମହିଳା ହୋଇ ଏକାକୀ ଭ୍ରମଣ କରୁଥିଲି। କିଛି ଘଣ୍ଟା ପାଇଁ ମୋତେ ନର୍କ ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା।”

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)