ମଙ୍ଗଳବାର, 20 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ?
ସ୍ୱାସ୍ଥ୍ୟ

ଶୋଇବା ବେଳେ ଅଚାନକ ଗୋଡ଼ରେ ରହିଯାଉଛି କି ପବନ, ଜାଣନ୍ତୁ କାହିଁକି ହୁଏ ଏମିତି

ସ୍ୱାସ୍ଥ୍ୟ ଟିପ୍ସ: ଅଧିକାଂଶ ଲୋକଙ୍କର ଏକ ସାଧାରଣ ଅଭିଯୋଗ ଥାଏ ଯେ, ରାତିରେ ଗଭୀର ନିଦ୍ରାରେ ଶୋଇଥିବା ସମୟରେ ଅଚାନକ ସେମାନଙ୍କର ପାଦ କିମ୍ବା ମାଂସପେଶୀରେ ପବନ ରହିଯାଏ । ଯାହାଫଳରେ ଗୋଡ ଯନ୍ତ୍ରଣା ହେବା ସହ ଠିଆ ହେବା କଷ୍ଟକର ହୋଇଯାଏ । ଏହି ସ୍ଥିତି ଅତ୍ୟନ୍ତ ଯନ୍ତ୍ରଣାଦାୟକ ହେବା ସହ ନିଦ ମଧ୍ୟ ଭାଙ୍ଗିଦେଇଥାଏ।

ଏନଏଚଏସ (NHS) ର ରିପୋର୍ଟ ଅନୁଯାୟୀ, ‘ଲେଗ୍ କ୍ରାମ୍ପ’ ହେଉଛି ପାଦର ମାଂସପେଶୀଗୁଡ଼ିକରେ ହଠାତ୍ ହେଉଥିବା ଏକ ତୀବ୍ର ଟାଣ କିମ୍ବା ସଙ୍କୋଚନ। ଏହା କିଛି ସେକେଣ୍ଡରୁ ଆରମ୍ଭ କରି କିଛି ମିନିଟ୍ ପର୍ଯ୍ୟନ୍ତ ରହିପାରେ। ଏହାର ମୁଖ୍ୟ ଲକ୍ଷଣଗୁଡ଼ିକ ହେଲା:

ଆଣ୍ଠୁ ତଳକୁ ଏବଂ ପାଦର ପଛପଟେ ପ୍ରବଳ ଯନ୍ତ୍ରଣା ହେବା।

ମାଂସପେଶୀ କିଛି ସମୟ ପାଇଁ ଜାକି ହୋଇଯିବା।

କ୍ରାମ୍ପ ବା ପବନ ଠିକ୍ ହେବା ପରେ ମଧ୍ୟ ପ୍ରାୟ ୨୪ ଘଣ୍ଟା ପର୍ଯ୍ୟନ୍ତ ସେହି ସ୍ଥାନରେ ଯନ୍ତ୍ରଣା ଅନୁଭବ ହେବା।

ମୁଖ୍ୟ କାରଣଗୁଡ଼ିକ:

ଡିହାଇଡ୍ରେସନ୍: ଶରୀରରେ ପର୍ାପ୍ତ ପରିମାଣରେ ପାଣି ନ ପିଇବା।

ଅଧିକ ପରିଶ୍ରମ: ବ୍ୟାୟାମ କିମ୍ବା କଠିନ ପରିଶ୍ରମ ସମୟରେ ମାଂସପେଶୀ ଉପରେ ଅଧିକ ଚାପ ପଡ଼ିବା।

ବୟସାଧିକ୍ୟ: ବୟସ ବଢ଼ିବା ସହିତ ଏହି ସମସ୍ୟା ଅଧିକ ଦେଖାଦେଇଥାଏ।

ଗର୍ଭାବସ୍ଥା: ବିଶେଷକରି ଗର୍ଭାବସ୍ଥାର ଶେଷ ପର୍ଯ୍ୟାୟରେ।

ଔଷଧର ପ୍ରଭାବ: କୋଷ୍ଟ୍ରୋଲ୍ କମ କରୁଥିବା ଔଷଧ କିମ୍ବା ହାଇ ବ୍ଲଡ୍ ପ୍ରେସର ଔଷଧର ସେବନ।

ଏଥିରୁ କିପରି ଆଶ୍ୱସ୍ତି ପାଇବେ?

ରାତିରେ କ୍ରାମ୍ପ ହେଲେ ତୁରନ୍ତ ବିଛଣାରୁ ଉଠି ସିଧା ଠିଆ ହୋଇଯାଆନ୍ତୁ, ଯାହାଦ୍ୱାରା ମାଂସପେଶୀ ଉପରେ ଚାପ ପଡ଼ି ଯନ୍ତ୍ରଣା କମିଯାଏ।ନିୟମିତ ଭାବେ ଷ୍ଟ୍ରେଚିଂ ଏବଂ ବ୍ୟାୟାମ କରନ୍ତୁ।ଦିନସାରା ପର୍ଯ୍ୟାପ୍ତ ପରିମାଣରେ ଜଳ ଏବଂ ତରଳ ପଦାର୍ଥ ଗ୍ରହଣ କରନ୍ତୁ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)