ମଙ୍ଗଳବାର, 20 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ?
ଅପରାଧ

ଫ୍ଲାଏଦୁବାଇ ଆକ୍ରମଣ: କୋ-ପାଇଲଟଙ୍କୁ ନେଇ ହେଲା ବଡ଼ ଖୁଲାସା

ନୂଆଦିଲ୍ଲୀ: ଦୁବାଇରୁ ଇସ୍ରାଏଲର ଟେଲ୍ ଆଭିବ୍ ଯାଉଥିବା ଏକ ଫ୍ଲାଏଦୁବାଇ ବିମାନରେ ସେପ୍ଟେମ୍ବର ୩୦ ତାରିଖରେ ଘଟିଥିବା ଭୟାବହ ଘଟଣାରେ ସହ-ପାଇଲଟ୍ ହମାମ୍ ଅଲ୍-ହମାମୀ ଭାରତୀୟ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ଆକ୍ରମଣ କରିବା ସହ ବିମାନକୁ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ତେବେ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କ ସାହସିକତା ଏବଂ ଦୃଢ଼ ପ୍ରତିରୋଧ ଯୋଗୁଁ ଏକ ବଡ଼ଧରଣର ବିପର୍ଯ୍ୟୟ ଟଳିଯାଇଛି।

ସୂତ୍ରରୁ ପ୍ରକାଶ ଯେ, ଓମାନର ନାଗରିକ ହମାମ୍ ଅଲ୍-ହମାମୀ ଗତବର୍ଷ (୨୦୨୪) ଓମାନ ଏୟାରରେ ଟ୍ରେନିଂ ସମୟରେ ଚରମପନ୍ଥୀ ସାମଗ୍ରୀ ସହ ଧରାପଡ଼ିଥିଲା। ଏହି ସୁରକ୍ଷା ଚିନ୍ତାଜନକ କାରଣରୁ ଓମାନରେ ତାଙ୍କର ଉଡ଼ାଣ ଉପରେ କଟକଣା ଲଗାଯାଇଥିଲା। ମାତ୍ର ଏହାସତ୍ତ୍ୱେ କିପରି ସେ ‘ଫ୍ଲାଏଦୁବାଇ’ରେ ଚାକିରି ପାଇଲେ ଏବଂ ସମ୍ବେଦନଶୀଳ ଦୁବାଇ-ଇସ୍ରାଏଲ୍ ରୁଟ୍‌ରେ ଉଡ଼ାଣ ଭରିଲେ, ତାହାକୁ ନେଇ ବର୍ତ୍ତମାନ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୩୪,୦୦୦ ଫୁଟ୍ ଉଚ୍ଚତାରେ ଆକାଶରେ ଉଡ଼ୁଥିବା ବେଳେ ବୋଇଂ ୭୩୭ ବିମାନର କକପିଟ୍ ଭିତରେ ଅଲ୍-ହମାମୀ କ୍ୟାପଟେନ୍ ସ୍ମିତ୍ ମଚ୍ଛରଙ୍କୁ ଛୁରୀକାଘାତ କରିଥିଲେ। ଏହି ଆକ୍ରମଣ ପରେ ବିମାନଟି ମାତ୍ର ଦୁଇ ମିନିଟ୍ ମଧ୍ୟରେ ପ୍ରାୟ ୧୬,୦୦୦ ଫୁଟ୍ ତଳକୁ ଖସିଯାଇଥିଲା।

ଗୁରୁତର ଆହତ ହୋଇଥଲେ ମଧ୍ୟ କ୍ୟାପଟେନ୍ ମଚ୍ଛର ଦୃଢ଼ ମୁକାବିଲା କରି କକପିଟ୍ ଦ୍ୱାର ଖୋଲି ଦେଇଥିଲେ, ଯାହାଫଳରେ ଅନ୍ୟ ଯାତ୍ରୀ ଏବଂ କ୍ରୁ-ସଦସ୍ୟମାନେ ଭିତରେ ପଶି ଅଭିଯୁକ୍ତକୁ କାବୁ କରିନେଇଥିଲେ। ପରେ ବିମାନଟି ସୌଦି ଆରବର ତବୁକ୍ ଠାରେ ଜରୁରୀକାଳୀନ ଅବତରଣ କରିଥିଲା ଏବଂ ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବାହାରକୁ ଆସିଥିଲେ।

ଏହି ଘଟଣାରେ ସମ୍ପୃକ୍ତ ଆତଙ୍କବାଦୀ ଲିଙ୍କ୍ ଓ ଅନ୍ୟାନ୍ୟ ଦିଗକୁ ନେଇ ୟୁଏଇ (UAE) ଆଟର୍ନି-ଜେନେରାଲ୍ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରିଛନ୍ତି। ଆହତ ଭାରତୀୟ ପାଇଲଟ୍ ସ୍ମିତ୍ ମଚ୍ଛରଙ୍କ ବାହାଦୁରୀକୁ ସବୁ ମହଲରେ ପ୍ରଶଂସା କରାଯାଉଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)