ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ପବିତ୍ର ମହାଳୟା: ରାଜ୍ୟର ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରୁଛନ୍ତି ଶ୍ରଦ୍ଧାଳୁ, ଆଜିଠୁ ମା’ ଜଗତଜନନୀଙ୍କ ଆଗମନ

ଭୁବନେଶ୍ଵର: ଆଜି ପବିତ୍ର ମହାଳୟା ବା ସର୍ବପିତୃ ଅମାବାସ୍ୟା। ପିତୃପୁରୁଷଙ୍କ ସ୍ମୃତିଚାରଣ ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନର ଏକ ମହାନ ପର୍ବ ଭାବେ ପାଳିତ ହେଉଥିବା ଏହି ଅବସରରେ ରାଜ୍ୟବ୍ୟାପୀ ଆଧ୍ୟାତ୍ମିକ ପରିବେଶ ଦେଖିବାକୁ ମିଳିଛି। ପିତୃପକ୍ଷର ଅବସାନ ଘଟାଇ ଆଜିର ଦିନରେ ମର୍ତ୍ତ୍ୟମଣ୍ଡଳକୁ ଆସିଥିବା ପିତୃପୁରୁଷଙ୍କୁ ଜଳାଞ୍ଜଳି ଓ ପିଣ୍ଡଦାନ କରାଯାଉଛି।

ଧର୍ମ ନଗରୀ ପୁରୀ ସମେତ ରାଜ୍ୟର ବିଭିନ୍ନ ନଦୀ କୂଳ, ତୀର୍ଥ ପୁଷ୍କରିଣୀ ଏବଂ ମହୋଦଧିରେ ସକାଳୁ ସକାଳୁ ଶ୍ରଦ୍ଧାଳୁମାନଙ୍କର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଶ୍ରଦ୍ଧାଳୁମାନେ ବିଧିପୂର୍ବକ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ ଓ ତର୍ପଣ କରୁଛନ୍ତି। ଯେଉଁ ବ୍ୟକ୍ତିମାନେ ବର୍ଷର ନିର୍ଦ୍ଦିଷ୍ଟ ତିଥିରେ ପିତୃପୁରୁଷଙ୍କ ଶ୍ରାଦ୍ଧ କରିପାରି ନାହାନ୍ତି, ସେମାନେ ଆଜିର ଏହି ପବିତ୍ର ଅମାବାସ୍ୟାରେ ପିଣ୍ଡଦାନ କରିଥାନ୍ତି।

ବିଧି ପରମ୍ପରା ଅନୁଯାୟୀ, ମହାଳୟା ତିଥିରେ ଅଟାଗୁଳାର ପିଣ୍ଡ ତିଆରି କରି ଦାନ କରିବା ସହିତ ବ୍ରାହ୍ମଣଙ୍କୁ ମହାପ୍ରସାଦ ଭୋଜନ କରାଇଲେ ପିତୃପୁରୁଷମାନେ ମୋକ୍ଷ ପ୍ରାପ୍ତ ହୋଇଥାନ୍ତି ଏବଂ ସେମାନଙ୍କ ଆଶୀର୍ବାଦ ପରିବାର ଉପରେ ରହିଥାଏ ବୋଲି ଗଣମାଧ୍ୟମ ଓ ଧର୍ମଗ୍ରନ୍ଥରେ ବିଶ୍ୱାସ ରହିଛି।

ମହାଳୟା ଅମାବାସ୍ୟା କେବଳ ପିତୃପକ୍ଷର ସମାପ୍ତି ଘଟାଏ ନାହିଁ, ବରଂ ଏହା ରାଜ୍ୟରେ ଆଗାମୀ ଶାରଦୀୟ ଦୁର୍ଗାପୂଜା ଏବଂ ମାଆ ଦୁର୍ଗାଙ୍କ ମର୍ତ୍ତ୍ୟାଗମନର ସୂଚନା ମଧ୍ୟ ଦେଇଥାଏ। ଆଜିଠାରୁ ଦେବୀପକ୍ଷ ଆରମ୍ଭ ହେଉଥିବାରୁ ଚାରିଆଡ଼େ ଏକ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି।

ଅନ୍ୟପଟେ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀ ମହାଳୟା ଅବସରରେ ଧବଳମୁଖୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଏହି ପବିତ୍ର ଅବସରରେ ମା’ଙ୍କ ମୁଖମଣ୍ଡଳ ଧବଳ ବର୍ଣ୍ଣରେ ସଜ୍ଜିତ ହୋଇଥାଏ। ମା’ଙ୍କ ଏହି ଦୁର୍ଲଭ ଓ ଦିବ୍ୟ ବେଶ ଦର୍ଶନ କରିବା ପାଇଁ ସମ୍ବଲପୁରସ୍ଥିତ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଭକ୍ତଙ୍କର ପ୍ରବଳ ଭିଡ଼ ଜମିଥାଏ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)