ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତର ଠାରେ ‘କକ୍ରୋଚ୍ ଜନତା ପାର୍ଟି’ର ପ୍ରସ୍ତୁତ ପ୍ରତିବାଦ ଆନ୍ଦୋଳନ ପୂର୍ବରୁ ରାଜଧାନୀରେ ପରିସ୍ଥିତି ଅତ୍ୟନ୍ତ ଉତ୍ତେଜନାପୂର୍ଣ୍ଣ ରହିଛି। ଆନ୍ଦୋଳନରେ ଯାଗଦେବା ପାଇଁ ଆସୁଥିବା CJP ପ୍ରତିଷ୍ଠାତା ଅଭିଜିତ ଦୀପକେଙ୍କୁ ଦିଲ୍ଲୀ ପୋଲିସ ସିଧାସଳଖ ବିମାନ ଭିତରୁ ଅଟକ ରଖିଛି।
ଶନିବାର ସକାଳେ ଅଭିଜିତ ଦୀପକେ ଏବଂ ଅନ୍ୟ CJP ସଦସ୍ୟମାନେ ଦିଲ୍ଲୀରେ ଅବତରଣ କରିବାକ୍ଷଣି ଦିଲ୍ଲୀ ପୋଲିସର ଏକ ଟିମ୍ ହସ୍ତକ୍ଷେପ କରିଥିଲା। ପୋଲିସ କର୍ମଚାରୀମାନେ ସିଧାସଳଖ ବିମାନ ଭିତରକୁ ପ୍ରବେଶ କରି ଅଭିଜିତ ଦୀପକେ, ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ପ୍ରମୁଖଙ୍କୁ ଅଟକ ରଖିଥିଲେ।
ଏହି ସମୟରେ ଅଭିଜିତ ଦୀପକେ ନିଜର ଇନଷ୍ଟାଗ୍ରାମରେ ଲାଇଭ୍ କରି ସ୍ଥିତି ସ୍ପଷ୍ଟ କରିଥିଲେ। ଭିଡିଓରେ ଦେଖିବାକୁ ମିଳିଛି ଯେ CJP ସଦସ୍ୟମାନେ ପୋଲିସକୁ ପ୍ରଶ୍ନ କରୁଛନ୍ତି ଯେ, ସେମାନେ ବିମାନରୁ ଓହ୍ଲାଇବା ପର୍ଯ୍ୟନ୍ତ କାହିଁକି ଅପେକ୍ଷା କଲେ ନାହିଁ।
ପୋଲିସକୁ କଡ଼ା ବିରୋଧ କରି ଦୀପକେ କହିଥିଲେ, “ଆପଣମାନେ ଆମକୁ ବାହାରକୁ ଆସିବାକୁ ଦେଇଥାନ୍ତେ, ଆମେ ଗିରଫ ହେବାକୁ ଭୟ କରୁନାହୁଁ।”ଜନ୍ତର ମନ୍ତରରେ ହେବାକୁଥିବା ଏହି ଆନ୍ଦୋଳନକୁ ଦମନ କରିବା ପାଇଁ ପୋଲିସ ଏଭଳି କଡ଼ା ପଦକ୍ଷେପ ନେଇଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି।