ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଧର୍ମ ଓ ସଂସ୍କୃତି

ଶକ୍ତିପୀଠରେ ଚାଲିଛି ମା’ଙ୍କ ମହାନବମୀ ପୂଜା, ମଣ୍ଡପରେ ମହାଅଷ୍ଟମୀ ଆରାଧନା: ଉତ୍ସବମୁଖର ସାରା ଓଡ଼ିଶା

ଭୁବନେଶ୍ୱର: ଶାରଦୀୟ ନବରାତ୍ରୀ ଅବସରରେ ସାରା ରାଜ୍ୟରେ ଏବେ ଅପୂର୍ବ ପାର୍ବଣର ମାହୋଲ ଦେଖିବାକୁ ମିଳିଛି। ଆଜି ବିଭିନ୍ନ ସିଦ୍ଧ ଶକ୍ତିପୀଠଗୁଡ଼ିକରେ ମା’ଙ୍କର ପବିତ୍ର ମହାନବମୀ ପୂଜା ଆଡ଼ମ୍ବରପୂର୍ଣ୍ଣ ଭାବେ ଚାଲିଥିବା ବେଳେ ପୂଜା ମଣ୍ଡପଗୁଡ଼ିକରେ ମହାଅଷ୍ଟମୀ ପୂଜା ଅନୁଷ୍ଠିତ ହେଉଛି। ମା’ ଜଗତଜନନୀଙ୍କ ଆରାଧନା ପାଇଁ ପ୍ରତ୍ୟେକ ଦେବୀପୀଠ ଓ ମଣ୍ଡପ ଏବେ ଆଲୋକମାଳା ଓ ଚଣ୍ଡିପାଠରେ ଚଳଚଞ୍ଚଳ ହୋଇଉଠିଛି।

ପୀଠ ଓ ମଣ୍ଡପରେ ସ୍ୱତନ୍ତ୍ର ବିଧିକାନ୍ତି:ବିଭିନ୍ନ ଶକ୍ତିପୀଠରେ ନିଜ ନିଜର ପାରମ୍ପରିକ ରୀତିନୀତି, ଷୋଡ଼ଶ ଉପଚାର ଏବଂ ସ୍ୱତନ୍ତ୍ର ବିଧିବିଧାନ ଅନୁଯାୟୀ ମା’ଙ୍କ ନବମୀ ପୂଜା ଓ ହୋମଯଜ୍ଞ କରାଯାଉଛି। ଅନ୍ୟପକ୍ଷରେ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ପୂଜା ମଣ୍ଡପଗୁଡ଼ିକରେ ମା’ ଦୁର୍ଗାଙ୍କ ମହାଅଷ୍ଟମୀ ପୂଜା, ସୂର୍ଯ୍ୟପୂଜା ଏବଂ ସନ୍ଧିପୂଜା ପାଇଁ ଭକ୍ତଙ୍କ ପ୍ରବଳ ସୁଅ ଛୁଟୁଛି।

ଘଣ୍ଟ, ଶଙ୍ଖ, ହୁଳହୁଳି ଏବଂ ବେଦମନ୍ତ୍ରର ପବିତ୍ର ଧ୍ୱନିରେ ଗଗନପବନ ପ୍ରକମ୍ପିତ ହେଉଥିବା ବେଳେ ଶ୍ରଦ୍ଧାଳୁମାନେ ଶାନ୍ତି ଓ ସମୃଦ୍ଧି ପାଇଁ ମା’ଙ୍କ ନିକଟରେ ଭୋଗରାଗ ଅର୍ପଣ କରି ଆଶୀର୍ବାଦ ଭିକ୍ଷା କରୁଛନ୍ତି। ରାଜଧାନୀ ଭୁବନେଶ୍ୱର, କଟକ, ପୁରୀ, ବାଲେଶ୍ୱର ଏବଂ ସମ୍ବଲପୁର ଭଳି ପ୍ରମୁଖ ସହରଗୁଡ଼ିକରେ ପୂଜା ମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ଓ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)