ଶୁକ୍ରବାର, 30 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି | 05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି | 05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି
ଓଡ଼ିଶା

ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ବୃଦ୍ଧି ପାଉଥିବା ଟ୍ରାଫିକ୍ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ସୁବ୍ୟବସ୍ଥିତ ଯାନବାହନ ପାର୍କିଂ ପାଇଁ ଭୁବନେଶ୍ୱର ମହାନଗର ନିଗମ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ନଗରର ୫ଟି ପ୍ରମୁଖ ଓ ବ୍ୟସ୍ତବହୁଳ ସ୍ଥାନରେ ଆଧୁନିକ ‘ସ୍ମାର୍ଟ ପାର୍କିଂ’ ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି। ଏହି ବ୍ୟବସ୍ଥା ଅଧୀନରେ ଗାଡ଼ି ଚାଳକମାନେ ଗାଡ଼ି ପାର୍କିଂ କରିବାର ୨ ଘଣ୍ଟା ପୂର୍ବରୁ ମୋବାଇଲ୍ ଆପ୍‌ ମାଧ୍ୟମରେ ଆଗୁଆ ସ୍ଲଟ୍ ବୁକ୍ କରିପାରିବେ।

ବିଏମ୍‌ସି ଡେପୁଟି କମିଶନର୍ ସୁମନ୍ କିଶୋର ଡୁଙ୍ଗ୍‌ଡୁଙ୍ଗ୍‌ଙ୍କ ସୂଚନା ଅନୁଯାୟୀ, ଆସନ୍ତା ନଭେମ୍ବର ମାସ ପ୍ରଥମ ସପ୍ତାହରୁ ଏହି ସ୍ମାର୍ଟ ପାର୍କିଂ ବ୍ୟବସ୍ଥା କାର୍ଯ୍ୟକ୍ଷମ ହେବ। ସାଧାରଣତଃ ସକାଳ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ପାର୍କିଂ ସୁବିଧା ଉପଲବ୍ଧ ହେବ।

ଚିହ୍ନଟ ହୋଇଥିବା ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନ:
୧. ସରକାରୀ ପଲିଟେକ୍ନିକ୍ ରୁ ନିସ୍ୱାସ୍ (NISWASS) କଲେଜ ରାସ୍ତା

୨. ନିସ୍ୱାସ୍ (NISWASS) କଲେଜ ରୁ XIMB ରାସ୍ତା

୩. ଉତ୍କଳ ହସ୍ପିଟାଲ୍ ଆଖପାଖ ଅଞ୍ଚଳ

୪. ଖଣ୍ଡଗିରି

୫. ବୋମିଖାଲ୍ ଫ୍ଲାଏଓଭର ତଳେ ଥିବା ଖାଲି ସ୍ଥାନ

ସ୍ମାର୍ଟ ପାର୍କିଂର ମୁଖ୍ୟ ବିଶେଷତା:

ଅନଲାଇନ୍ ଆଡ୍‌ଭାନ୍ସ ବୁକିଂ: ମୋବାଇଲ୍ ଆପ୍ ଜରିଆରେ ୨ ଘଣ୍ଟା ପୂର୍ବରୁ ସ୍ଲଟ୍ ବୁକ୍ କରିହେବ। ବୁକିଂ ସଫଳ ହେବା ପରେ ମୋବାଇଲ୍‌କୁ ଆଲର୍ଟ ମେସେଜ୍ ଓ ଡିଜିଟାଲ୍ ରସିଦ୍‌ ଆସିବ।

ଡିଜିଟାଲ୍ ପେମେଣ୍ଟ: ଏଠାରେ କେବଳ ଡିଜିଟାଲ୍ ମାଧ୍ୟମରେ ଫି’ ଗ୍ରହଣ କରାଯିବ। କ୍ୟାସ୍ କାରବାର ସମ୍ପୂର୍ଣ୍ଣ ବନ୍ଦ ରହିବ। ନିୟମିତ ଯାତାୟାତକାରୀଙ୍କ ପାଇଁ ଦୈନିକ, ସାପ୍ତାହିକ ଓ ମାସିକ ଡିଜିଟାଲ୍ ପାସ୍ ସୁବିଧା ମଧ୍ୟ ରହିବ।

EV ଚାର୍ଜିଂ ଓ ସୁରକ୍ଷା: ପାର୍କିଂ ସ୍ଥଳଗୁଡ଼ିକରେ ଇଲେକ୍ଟ୍ରିକ୍ ଭେହିକିଲ୍ ଚାର୍ଜିଂ ପଏଣ୍ଟ, ସିସିଟିଭି ନଜରଦାରୀ ଏବଂ ସ୍ମାର୍ଟ ବେଞ୍ଚ୍‌ ନିର୍ମାଣ କରାଯିବ।

ସମସ୍ତ ଗାଡ଼ି ପାଇଁ ବ୍ୟବସ୍ଥା: ଦୁଇଚକିଆ ଯାନଠାରୁ ଆରମ୍ଭ କରି କମର୍ସିଆଲ୍ ଚାରିଚକିଆ ଯାନ ପର୍ଯ୍ୟନ୍ତ ସ୍ଥାନର ଉପଲବ୍ଧତା ଅନୁସାରେ ପାର୍କିଂ ସୁବିଧା ମିଳିବ।

କଟକ ରୋଡ୍, ଲକ୍ଷ୍ମୀସାଗର, ବୋମିଖାଲ୍, ଖଣ୍ଡଗିରି ଓ ଭିଏସ୍‌ଏସ୍ ନଗର ଆଦି ଓଭରବ୍ରିଜ୍‌ ତଳେ ବେଆଇନ ଭାବେ ଗାଡ଼ି ପାର୍କିଂ କରାଯାଉଥିବାରୁ ଏହି ନୂତନ ଯୋଜନା ଟ୍ରାଫିକ୍ ସୁଗମ କରିବା ସହ ବିଏମ୍‌ସି ପାଇଁ ରାଜସ୍ୱ ଆଦାୟରେ ମଧ୍ୟ ସାହାଯ୍ୟ କରିବ। ପ୍ରଥମ ପର୍ଯ୍ୟାୟ ସଫଳ ହେଲେ ସହରର ଅନ୍ୟାନ୍ୟ ଅଞ୍ଚଳକୁ ଏହାକୁ ସମ୍ପ୍ରସାରିତ କରାଯିବ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)