ଶୁକ୍ରବାର, 30 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି | 05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି | 05:18 AM ରାଜ୍ୟସଭା କ୍ରସ୍ ଭୋଟିଂ ଝଡ଼: ବିଜେଡିର ୫ ଏମ୍‌ଏଲ୍‌ଏଙ୍କୁ ହାଇକୋର୍ଟଙ୍କ ନୋଟିସ୍, ଡିସେମ୍ବର ୪ ସୁଦ୍ଧା ମାଗିଲେ ଜବାବ | 05:08 AM ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ | 05:03 AM ଭୁବନେଶ୍ୱରରେ ଆରମ୍ଭ ହେବ ‘ସ୍ମାର୍ଟ ପାର୍କିଂ’: ନଭେମ୍ବର ପ୍ରଥମ ସପ୍ତାହରୁ ୫ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମିଳିବ ସୁବିଧା | 04:53 AM SI ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: OUSSSC ଡାଟା ଅପ୍‌ଡେଟ୍ ଓ ଯାଞ୍ଚ ସମୟସୀମା ନଭେମ୍ବର ୮ ପର୍ଯ୍ୟନ୍ତ ବୃଦ୍ଧି
ଓଡ଼ିଶା

ବିପଦ ସଙ୍କେତ ଡେଇଁଲା ଜଳକା ଓ ରୁଷିକୂଲ୍ୟା, ଗଞ୍ଜାମରେ ୪୨ ହଜାରରୁ ଅଧିକ ଲୋକ ପ୍ରଭାବିତ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ନଦୀଗୁଡ଼ିକର ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ବାଲେଶ୍ୱରର ଜଳକା ଏବଂ ଗଞ୍ଜାମର ରୁଷିକୂଲ୍ୟା ନଦୀ ନିଜ ନିଜର ବିପଦ ସଙ୍କେତ ଅତିକ୍ରମ କରିଥିବାରୁ ତଳିଆ ଅଞ୍ଚଳଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଜଳକା ନଦୀ (ବାଲେଶ୍ୱର): ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ୍‌ର ମାଥାନୀଠାରେ ଜଳକା ନଦୀର ବିପଦ ସଙ୍କେତ ୬.୫୦ ମିଟର ରହିଥିବା ବେଳେ ବର୍ତ୍ତମାନ ଏହା ୬.୫୮ ମିଟରରେ ପ୍ରବାହିତ ହେଉଛି। ଅର୍ଥାତ୍ ନଦୀର ଜଳସ୍ତର ବିପଦ ସଙ୍କେତଠାରୁ ୮ ସେଣ୍ଟିମିଟର ଉପରେ ରହିଛି।

ରୁଷିକୂଲ୍ୟା ନଦୀ (ଗଞ୍ଜାମ): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ନିକଟରେ ରୁଷିକୂଲ୍ୟା ନଦୀର ବିପଦ ସଙ୍କେତ ୧୬.୮୩୫ ମିଟର ଥିବା ବେଳେ ଜଳସ୍ତର ୧୮.୨୮୦ ମିଟରରେ ପହଞ୍ଚିଛି। ଏହି ନଦୀ ବିପଦ ସଙ୍କେତଠାରୁ ପ୍ରାୟ ୧.୪୪୫ ମିଟର ଉପରେ ପ୍ରବାହିତ ହେଉଛି, ଯାହା ଗମ୍ଭୀର ବନ୍ୟାର ଆଶଙ୍କା ସୃଷ୍ଟି କରିଛି।

ଗଞ୍ଜାମ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ:ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ସୂଚନା ଦେଇଛନ୍ତି ଯେ, ବାତ୍ୟା ଓ ବନ୍ୟା ଯୋଗୁଁ କେବଳ ଗଞ୍ଜାମ ଜିଲ୍ଲାରେ ପ୍ରାୟ ୪୨,୫୦୦ ଲୋକ ପ୍ରଭାବିତ ହୋଇଛନ୍ତି। ବନ୍ୟା ଜଳରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ୧୬ଟି ସରକାରୀ ଡଙ୍ଗା ଏବଂ ୨୫ଟି ବେସରକାରୀ ଡଙ୍ଗା ମୁତୟନ କରାଯାଇଛି।

ନଦୀକୂଳିଆ ଏବଂ ତଳିଆ ଅଞ୍ଚଳଗୁଡ଼ିକରେ ଜଳପ୍ଲାବନ ହେବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାନୀୟ ବାସିନ୍ଦାଙ୍କୁ ଆଲର୍ଟରେ ରଖାଯାଇଛି ଏବଂ ସ୍ଥିତି ଉପରେ ସରକାର ନିରନ୍ତର ନଜର ରଖିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)