ଶନିବାର, 31 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
08:42 AM ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଅଗ୍ରୀମ ଜାମିନ ଖାରଜ, ବଢ଼ିଲା ଗିରଫଦାରୀ ଆଶଙ୍କା | 08:35 AM ସ୍କୁଲ ବହିରେ ୧,୬୭୮ଟି ଭୁଲ୍ ପ୍ରସଙ୍ଗ: ଓଡ଼ିଶା ହାଇକୋର୍ଟଙ୍କ ବଡ଼ ଆକ୍ସନ୍, ୧ ସପ୍ତାହ ମଧ୍ୟରେ ଜବାବ ମାଗିଲେ କୋର୍ଟ | 08:18 AM ଗଣତନ୍ତ୍ର ଓ ଭୋଟ୍ ଅଧିକାର ରକ୍ଷା ପାଇଁ ଆସନ୍ତାକାଲି ରାମଲୀଳା ମୈଦାନରେ ବିରୋଧୀଙ୍କ ‘ମହାସମାବେଶ’ | 08:12 AM ଆସୁଛି ମୁରାସୁ, ୬ ଘଣ୍ଟାରେ ଅବପାତ ଓ ୨୪ ଘଣ୍ଟାରେ ସୃଷ୍ଟି ହେବ ବାତ୍ୟା, ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ | 08:42 AM ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଅଗ୍ରୀମ ଜାମିନ ଖାରଜ, ବଢ଼ିଲା ଗିରଫଦାରୀ ଆଶଙ୍କା | 08:35 AM ସ୍କୁଲ ବହିରେ ୧,୬୭୮ଟି ଭୁଲ୍ ପ୍ରସଙ୍ଗ: ଓଡ଼ିଶା ହାଇକୋର୍ଟଙ୍କ ବଡ଼ ଆକ୍ସନ୍, ୧ ସପ୍ତାହ ମଧ୍ୟରେ ଜବାବ ମାଗିଲେ କୋର୍ଟ | 08:18 AM ଗଣତନ୍ତ୍ର ଓ ଭୋଟ୍ ଅଧିକାର ରକ୍ଷା ପାଇଁ ଆସନ୍ତାକାଲି ରାମଲୀଳା ମୈଦାନରେ ବିରୋଧୀଙ୍କ ‘ମହାସମାବେଶ’ | 08:12 AM ଆସୁଛି ମୁରାସୁ, ୬ ଘଣ୍ଟାରେ ଅବପାତ ଓ ୨୪ ଘଣ୍ଟାରେ ସୃଷ୍ଟି ହେବ ବାତ୍ୟା, ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ | 08:42 AM ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଅଗ୍ରୀମ ଜାମିନ ଖାରଜ, ବଢ଼ିଲା ଗିରଫଦାରୀ ଆଶଙ୍କା | 08:35 AM ସ୍କୁଲ ବହିରେ ୧,୬୭୮ଟି ଭୁଲ୍ ପ୍ରସଙ୍ଗ: ଓଡ଼ିଶା ହାଇକୋର୍ଟଙ୍କ ବଡ଼ ଆକ୍ସନ୍, ୧ ସପ୍ତାହ ମଧ୍ୟରେ ଜବାବ ମାଗିଲେ କୋର୍ଟ | 08:18 AM ଗଣତନ୍ତ୍ର ଓ ଭୋଟ୍ ଅଧିକାର ରକ୍ଷା ପାଇଁ ଆସନ୍ତାକାଲି ରାମଲୀଳା ମୈଦାନରେ ବିରୋଧୀଙ୍କ ‘ମହାସମାବେଶ’ | 08:12 AM ଆସୁଛି ମୁରାସୁ, ୬ ଘଣ୍ଟାରେ ଅବପାତ ଓ ୨୪ ଘଣ୍ଟାରେ ସୃଷ୍ଟି ହେବ ବାତ୍ୟା, ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ
ଓଡ଼ିଶା

କନ୍ଧମାଳରେ ବାତ୍ୟା ‘ଅର୍ଣ୍ଣବ’ର ତାଣ୍ଡବ: ଭୂସ୍କଳନରେ ୯ ମାସର ଶିଶୁ ସହ ୩ ମୃତ, ୧୩ ନିଖୋଜ, ଶୋକ ପ୍ରକାଶ କଲେ ନବୀନ

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଭୟଙ୍କର ଭୂସ୍କଳନ ଘଟିଛି। ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୩ ଜଣ ନିଖୋଜ ରହିଛନ୍ତି। ଏହି ମର୍ମନ୍ତୁଦ ଘଟଣା ଉପରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିବା ସହ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି।

୩ ଜଣଙ୍କ ମୃତ୍ୟୁ ଓ ୧୩ ନିଖୋଜ: ରାଇକିଆ ବ୍ଲକ୍ ଡାଙ୍ଗେସୀ ଗାଁରେ ଭୂସ୍କଳନ ହେବା ଯୋଗୁଁ ୯ ମାସର ଶିଶୁ ସମେତ ଗୋଟିଏ ପରିବାରର ୩ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଅଚ୍ୟୁତ ପ୍ରଧାନ, ତାଙ୍କ ସ୍ତ୍ରୀ ଅନିଷା ପ୍ରଧାନ ଏବଂ ସେମାନଙ୍କର ୯ ମାସର ଶିଶୁ ସନ୍ତାନ।

ଅନ୍ୟ ଏକ ଦୁର୍ଘଟଣାରେ ଗଞ୍ଜାମ-କନ୍ଧମାଳ ସୀମାନ୍ତ ଗିଡ଼ିପାବାଲି ଗାଁରେ ବଡ଼ ଭୂସ୍କଳନ ଯୋଗୁଁ ୧୩ ଜଣ ନିଖୋଜ ଅଛନ୍ତି, ଯେଉଁଠାରୁ ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଜି. ଉଦୟଗିରି ବ୍ଲକ୍ ଗାଟିଙ୍ଗିଆ ପଞ୍ଚାୟତ ନିକଟବର୍ତ୍ତୀ ୬ଟି ଭିନ୍ନ ଭିନ୍ନ ସ୍ଥାନରେ ଭୂସ୍କଳନ ହୋଇଥିବା ରିପୋର୍ଟ ମିଳିଛି।

ନବୀନ ପଟ୍ଟନାୟକଙ୍କ ଟ୍ୱିଟ୍: ସାମାଜିକ ଗଣମାଧ୍ୟମ ‘X’ ରେ ନିଜର ବାର୍ତ୍ତା ରଖି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଲେଖିଛନ୍ତି, “ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ଭୂସ୍କଳନ ଯୋଗୁଁ ଅନେକ ଧନଜୀବନ ହାନି ଏବଂ ଲୋକେ ନିଖୋଜ ଥିବା ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ପ୍ରଭାବିତ ଲୋକଙ୍କ ସୁରକ୍ଷିତ ଉଦ୍ଧାର ଏବଂ ଜନଜୀବନକୁ ସ୍ୱାଭାବିକ କରିବା ପାଇଁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ମୁଁ ସରକାରଙ୍କୁ ଅନୁରୋଧ କରୁଛି। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍‌ଗତି ପ୍ରାର୍ଥନା କରୁଛି।”

ପ୍ରଶାସନ ପକ୍ଷରୁ SDRF ଏବଂ ଉଦ୍ଧାରକାରୀ ଟିମ୍ ମୁତୟନ କରାଯାଇ ନିଖୋଜ ଲୋକଙ୍କୁ ଖୋଜିବା ଏବଂ ରାସ୍ତାଘାଟ ସଫା କରିବା କାର୍ଯ୍ୟ ଜାରି ରହିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)