ରବିବାର, 1 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
07:37 AM ଚେହେରାର ପ୍ରାକୃତିକ ଚମକ୍ ପାଇଁ ଆପଣାନ୍ତୁ ଏହି ୫-ଷ୍ଟେପ୍ ବିୟୁଟି ରୁଟିନ୍! | 07:30 AM ଦର୍ଜିଲିଂର ଆଧ୍ୟାତ୍ମିକ କେନ୍ଦ୍ର ମହାକାଳ ମନ୍ଦିର: ହିନ୍ଦୁ ଓ ବୌଦ୍ଧ ଧର୍ମର ଏକତାର ଅନନ୍ୟ ପ୍ରତିକ, ଜାଣନ୍ତୁ ଏହାର ଇତିହାସ ଓ ମାହାତ୍ମ୍ୟ | 07:25 AM ଡାଇବିଟିସ୍ ଠାରୁ ରୁହନ୍ତୁ ଦୂର: ସୁଗର କଣ୍ଟ୍ରୋଲ୍ କରିବାର ଏହି ୫ଟି ସହଜ ଉପାୟ, ଆଜିଠାରୁ ଆପଣାନ୍ତୁ | 07:15 AM ଅଶୁଭ ‘ବୈଧତି ଯୋଗ’: ଏହି ୫ଟି ରାଶିର ବ୍ୟକ୍ତିବିଶେଷ ରୁହନ୍ତୁ ସତର୍କ, ବଢ଼ିପାରେ ଆର୍ଥିକ ଓ ମାନସିକ ଚିନ୍ତା | 07:37 AM ଚେହେରାର ପ୍ରାକୃତିକ ଚମକ୍ ପାଇଁ ଆପଣାନ୍ତୁ ଏହି ୫-ଷ୍ଟେପ୍ ବିୟୁଟି ରୁଟିନ୍! | 07:30 AM ଦର୍ଜିଲିଂର ଆଧ୍ୟାତ୍ମିକ କେନ୍ଦ୍ର ମହାକାଳ ମନ୍ଦିର: ହିନ୍ଦୁ ଓ ବୌଦ୍ଧ ଧର୍ମର ଏକତାର ଅନନ୍ୟ ପ୍ରତିକ, ଜାଣନ୍ତୁ ଏହାର ଇତିହାସ ଓ ମାହାତ୍ମ୍ୟ | 07:25 AM ଡାଇବିଟିସ୍ ଠାରୁ ରୁହନ୍ତୁ ଦୂର: ସୁଗର କଣ୍ଟ୍ରୋଲ୍ କରିବାର ଏହି ୫ଟି ସହଜ ଉପାୟ, ଆଜିଠାରୁ ଆପଣାନ୍ତୁ | 07:15 AM ଅଶୁଭ ‘ବୈଧତି ଯୋଗ’: ଏହି ୫ଟି ରାଶିର ବ୍ୟକ୍ତିବିଶେଷ ରୁହନ୍ତୁ ସତର୍କ, ବଢ଼ିପାରେ ଆର୍ଥିକ ଓ ମାନସିକ ଚିନ୍ତା | 07:37 AM ଚେହେରାର ପ୍ରାକୃତିକ ଚମକ୍ ପାଇଁ ଆପଣାନ୍ତୁ ଏହି ୫-ଷ୍ଟେପ୍ ବିୟୁଟି ରୁଟିନ୍! | 07:30 AM ଦର୍ଜିଲିଂର ଆଧ୍ୟାତ୍ମିକ କେନ୍ଦ୍ର ମହାକାଳ ମନ୍ଦିର: ହିନ୍ଦୁ ଓ ବୌଦ୍ଧ ଧର୍ମର ଏକତାର ଅନନ୍ୟ ପ୍ରତିକ, ଜାଣନ୍ତୁ ଏହାର ଇତିହାସ ଓ ମାହାତ୍ମ୍ୟ | 07:25 AM ଡାଇବିଟିସ୍ ଠାରୁ ରୁହନ୍ତୁ ଦୂର: ସୁଗର କଣ୍ଟ୍ରୋଲ୍ କରିବାର ଏହି ୫ଟି ସହଜ ଉପାୟ, ଆଜିଠାରୁ ଆପଣାନ୍ତୁ | 07:15 AM ଅଶୁଭ ‘ବୈଧତି ଯୋଗ’: ଏହି ୫ଟି ରାଶିର ବ୍ୟକ୍ତିବିଶେଷ ରୁହନ୍ତୁ ସତର୍କ, ବଢ଼ିପାରେ ଆର୍ଥିକ ଓ ମାନସିକ ଚିନ୍ତା
ଓଡ଼ିଶା

ଆସୁଛି ମୁରାସୁ, ୬ ଘଣ୍ଟାରେ ଅବପାତ ଓ ୨୪ ଘଣ୍ଟାରେ ସୃଷ୍ଟି ହେବ ବାତ୍ୟା, ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ

ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ସଂଲଗ୍ନ ଆଣ୍ଡାମାନ ସାଗର ଉପରେ ସୃଷ୍ଟ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରଟି ଦ୍ରୁତଗତିରେ ଶକ୍ତି ସଞ୍ଚୟ କରୁଛି। ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ସିଷ୍ଟମ୍ ଆଗାମୀ ୬ ଘଣ୍ଟା ମଧ୍ୟରେ ଅବପାତ ଏବଂ ପରବର୍ତ୍ତୀ ୨୪ ଘଣ୍ଟା ମଧ୍ୟରେ ଏକ ପୂର୍ଣ୍ଣାଙ୍ଗ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି।

ସିଷ୍ଟମ୍‌ଟି ସୃଷ୍ଟି ହେବା ପରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରି ଆସନ୍ତା ନଭେମ୍ବର ୨ ତାରିଖ ସନ୍ଧ୍ୟା ସୁଦ୍ଧା ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ସଂଲଗ୍ନ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟତର ହେବ।

ଏହି ପ୍ରଣାଳୀର ପ୍ରଭାବରେ IMD ପକ୍ଷରୁ ଅକ୍ଟୋବର ୩୧ ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ପ୍ରବଳ ପବନ ଓ ସମୁଦ୍ରର ଅଶାନ୍ତ ସ୍ଥିତି ନେଇ ଆଲର୍ଟ ଜାରି କରାଯାଇଛି ।ଅକ୍ଟୋବର ୩୧ ଅପରାହ୍ନ ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୪୦ ରୁ ୫୦ କିମି (ଝଟକା ପବନ ୬୦ କିମି) ପହଞ୍ଚିବ। ନଭେମ୍ବର ୧ ରୁ ୨ ମଧ୍ୟରେ ପବନର ବେଗ ୪୫ ରୁ ୫୫ କିମି (ଝଟକା ୬୫ କିମି) ରହିବ।

ନଭେମ୍ବର ୨ ସକାଳରୁ ପବନର ବେଗ ୪୦ ରୁ ୫୦ କିମି (ଝଟକା ୬୦ କିମି) ରହିବା ସହ ସନ୍ଧ୍ୟା ସୁଦ୍ଧା ଏହା ବୃଦ୍ଧି ପାଇ ଘଣ୍ଟାପ୍ରତି ୫୦ ରୁ ୬୦ କିମି (ଝଟକା ୭୦ କିମି) ରେ ପହଞ୍ଚିବ।ନଭେମ୍ବର ୨ ରୁ ୩ ମଧ୍ୟରେ ସମୁଦ୍ର ଭିତରେ ପବନର ବେଗ ୫୦ ରୁ ୬୦ କିମିରୁ ବୃଦ୍ଧି ପାଇ ଘଣ୍ଟାପ୍ରତି ୭୦ କିମି ଛୁଇଁପାରେ।

ସମୁଦ୍ର ସ୍ଥିତି ଅତ୍ୟନ୍ତ ଅଶାନ୍ତ ଓ ଭୟଙ୍କର ରହିବାକୁ ଥିବାରୁ IMD ପକ୍ଷରୁ ମତ୍ସ୍ୟଜୀବୀମାନଙ୍କୁ ଆଣ୍ଡାମାନ ସାଗର, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ଏବଂ ବଙ୍ଗୋପସାଗରର ଗଭୀର ସମୁଦ୍ର ମଧ୍ୟକୁ ନଯିବା ପାଇଁ କଡ଼ା ପରାମର୍ଶ ଦିଆଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)