ଶନିବାର, 31 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
08:42 AM ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଅଗ୍ରୀମ ଜାମିନ ଖାରଜ, ବଢ଼ିଲା ଗିରଫଦାରୀ ଆଶଙ୍କା | 08:35 AM ସ୍କୁଲ ବହିରେ ୧,୬୭୮ଟି ଭୁଲ୍ ପ୍ରସଙ୍ଗ: ଓଡ଼ିଶା ହାଇକୋର୍ଟଙ୍କ ବଡ଼ ଆକ୍ସନ୍, ୧ ସପ୍ତାହ ମଧ୍ୟରେ ଜବାବ ମାଗିଲେ କୋର୍ଟ | 08:18 AM ଗଣତନ୍ତ୍ର ଓ ଭୋଟ୍ ଅଧିକାର ରକ୍ଷା ପାଇଁ ଆସନ୍ତାକାଲି ରାମଲୀଳା ମୈଦାନରେ ବିରୋଧୀଙ୍କ ‘ମହାସମାବେଶ’ | 08:12 AM ଆସୁଛି ମୁରାସୁ, ୬ ଘଣ୍ଟାରେ ଅବପାତ ଓ ୨୪ ଘଣ୍ଟାରେ ସୃଷ୍ଟି ହେବ ବାତ୍ୟା, ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ | 08:42 AM ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଅଗ୍ରୀମ ଜାମିନ ଖାରଜ, ବଢ଼ିଲା ଗିରଫଦାରୀ ଆଶଙ୍କା | 08:35 AM ସ୍କୁଲ ବହିରେ ୧,୬୭୮ଟି ଭୁଲ୍ ପ୍ରସଙ୍ଗ: ଓଡ଼ିଶା ହାଇକୋର୍ଟଙ୍କ ବଡ଼ ଆକ୍ସନ୍, ୧ ସପ୍ତାହ ମଧ୍ୟରେ ଜବାବ ମାଗିଲେ କୋର୍ଟ | 08:18 AM ଗଣତନ୍ତ୍ର ଓ ଭୋଟ୍ ଅଧିକାର ରକ୍ଷା ପାଇଁ ଆସନ୍ତାକାଲି ରାମଲୀଳା ମୈଦାନରେ ବିରୋଧୀଙ୍କ ‘ମହାସମାବେଶ’ | 08:12 AM ଆସୁଛି ମୁରାସୁ, ୬ ଘଣ୍ଟାରେ ଅବପାତ ଓ ୨୪ ଘଣ୍ଟାରେ ସୃଷ୍ଟି ହେବ ବାତ୍ୟା, ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ | 08:42 AM ଏସିଏଫ୍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ପତ୍ନୀ ବିଦ୍ୟାଭାରତୀଙ୍କ ଅଗ୍ରୀମ ଜାମିନ ଖାରଜ, ବଢ଼ିଲା ଗିରଫଦାରୀ ଆଶଙ୍କା | 08:35 AM ସ୍କୁଲ ବହିରେ ୧,୬୭୮ଟି ଭୁଲ୍ ପ୍ରସଙ୍ଗ: ଓଡ଼ିଶା ହାଇକୋର୍ଟଙ୍କ ବଡ଼ ଆକ୍ସନ୍, ୧ ସପ୍ତାହ ମଧ୍ୟରେ ଜବାବ ମାଗିଲେ କୋର୍ଟ | 08:18 AM ଗଣତନ୍ତ୍ର ଓ ଭୋଟ୍ ଅଧିକାର ରକ୍ଷା ପାଇଁ ଆସନ୍ତାକାଲି ରାମଲୀଳା ମୈଦାନରେ ବିରୋଧୀଙ୍କ ‘ମହାସମାବେଶ’ | 08:12 AM ଆସୁଛି ମୁରାସୁ, ୬ ଘଣ୍ଟାରେ ଅବପାତ ଓ ୨୪ ଘଣ୍ଟାରେ ସୃଷ୍ଟି ହେବ ବାତ୍ୟା, ସମୁଦ୍ରକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ
ଓଡ଼ିଶା

ସ୍କୁଲ ବହିରେ ୧,୬୭୮ଟି ଭୁଲ୍ ପ୍ରସଙ୍ଗ: ଓଡ଼ିଶା ହାଇକୋର୍ଟଙ୍କ ବଡ଼ ଆକ୍ସନ୍, ୧ ସପ୍ତାହ ମଧ୍ୟରେ ଜବାବ ମାଗିଲେ କୋର୍ଟ

କଟକ: ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ପ୍ରଚୁର ତ୍ରୁଟି ଓ ଭୁଲ୍ ରହିଥିବା ଅଭିଯୋଗ ମାମଲାରେ ଓଡ଼ିଶା ହାଇକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ପ୍ରସଙ୍ଗରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରି ଆସନ୍ତା ଗୋଟିଏ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ବିଚାରପତି ହରୀଶ ଟଣ୍ଡନ ଏବଂ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିବା ସହ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ନଭେମ୍ବର ୯ ତାରିଖରେ ଧାର୍ଯ୍ୟ କରିଛନ୍ତି। ମାନବାଧିକାର କର୍ମୀ তথা ଆଇନଜୀବୀ ପ୍ରବୀର କୁମାର ଦାସଙ୍କ ପକ୍ଷରୁ ଏହି ଜନସ୍ୱାର୍ଥ ମାମଲା ଦାୟର କରାଯାଇଥିଲା।

ସମ୍ବିଧାନର ଧାରା ୨୧A ଏବଂ ଶିକ୍ଷା ଅଧିକାର ଆଇନ (RTE Act, 2009) ଅନୁଯାୟୀ ୬ ରୁ ୧୪ ବର୍ଷର ଶିଶୁଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ଯୋଗାଇଦେବା ସରକାରଙ୍କ ଏକ ମୌଳିକ କର୍ତ୍ତବ୍ୟ। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ଦ୍ୱାରା ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀର ୫୫ଟି ପାଠ୍ୟପୁସ୍ତକରେ ପ୍ରାୟ ୧,୬୭୮ଟି ବଡ଼ ଧରଣର ତ୍ରୁଟି ରହିଥିବା ଦର୍ଶାଯାଇଛି। ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରକାଶନ ଓ ବଣ୍ଟନ ଯୋଗୁଁ ରାଜ୍ୟ ରାଜକୋଷର ପ୍ରାୟ ୧୭୫ କୋଟି ଟଙ୍କା କ୍ଷତି ହୋଇଥିବା ପିଟିସନ୍‌ରେ ଦାବି କରାଯାଇଛି।

ଏହି ପ୍ରସଙ୍ଗ ବିବାଦୀୟ ହେବା ପରେ ଗତ ଜୁନ୍ ୧୭ ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଥିଲା। ରାଜ୍ୟ ସରକାର SCERT ର ପୂର୍ବତନ ନିର୍ଦ୍ଦେଶକ ମନୋଜ କୁମାର ପାଢ଼ୀଙ୍କ ସମେତ ୪ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ। ପରବର୍ତ୍ତୀ ସମୟରେ କ୍ରାଇମ୍ ବ୍ରାଞ୍ଚ ଏହି ମାମଲାର ତଦନ୍ତ ଭାର ନେଇ ପୂର୍ବତନ ନିର୍ଦ୍ଦେଶକଙ୍କୁ ଗିରଫ ମଧ୍ୟ କରିଥିଲା।

ଆବେଦନକାରୀ ହାଇକୋର୍ଟଙ୍କ ଆଦେଶ ମାଧ୍ୟମରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ନିର୍ଭୁଲ ବହି ଯୋଗାଇଦେବା ଏବଂ ଭବିଷ୍ୟତରେ ଏପରି ତ୍ରୁଟି ରୋକିବା ପାଇଁ ଉଚ୍ଚସ୍ତରୀୟ କମିଟିର ସୁପାରିଶଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ନିବେଦନ କରିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)