ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

AI ଜରିଆରେ ସୁଜାତା କାର୍ତ୍ତିକେୟନଙ୍କ ନକଲି ଭିଡିଓ ଭାଇରାଲ୍: କ୍ୟାପିଟାଲ ଥାନାରେ ବିଜେଡିର ଏତଲା

ଭୁବନେଶ୍ୱର: AIର ଅପବ୍ୟବହାରକୁ ନେଇ ଓଡ଼ିଶା ରାଜନୀତିରେ ଏକ ବଡ଼ଧରଣର ବିବାଦ ଦେଖାଦେଇଛି। ବିଜୁ ଜନତା ଦଳ ପକ୍ଷରୁ ଦଳର ବରିଷ୍ଠ ନେତ୍ରୀ ତଥା ପୂର୍ବତନ ଆଇଏଏସ୍ ଅଫିସର ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ଟାର୍ଗେଟ୍ କରାଯାଇ ପ୍ରସ୍ତୁତ କରାଯାଇଥିବା ‘ଡିପ୍‌ଫେକ୍’ ଏବଂ ‘ଭଏସ୍-କ୍ଲୋନ୍‌ଡ’ ଭିଡିଓ ମାମଲାରେ ରାଜଧାନୀର କ୍ୟାପିଟାଲ ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି।

ବିଜେଡି ନେତ୍ରୀ ଅମୃତା ମିଶ୍ରଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତାମାନେ ଥାନାରେ ପହଞ୍ଚି ଇନଷ୍ଟାଗ୍ରାମ ଏବଂ ଫେସବୁକରେ ପରିଚାଳିତ ହେଉଥିବା “ଓଡ଼ିଆଙ୍କ ଛତା” ନାମକ ଏକ ସୋସିଆଲ ମିଡିଆ ଆକାଉଣ୍ଟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି।

ଭାଇରାଲ ହେଉଥିବା ଏହି ନକଲି ଭିଡିଓରେ ସୁଜାତା କାର୍ତ୍ତିକେୟନ କେନ୍ଦ୍ରାପଡ଼ା ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷଙ୍କୁ ଧମକ ଦେଉଥିବା ଏବଂ ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାକୁ ଚେଷ୍ଟା କରୁଥିବା ଭଳି ଏକ ଭ୍ରାନ୍ତପୂର୍ଣ୍ଣ ଦୃଶ୍ୟ ଦର୍ଶାଯାଇଛି।

ବିଜେଡିର ଅଭିଯୋଗ ଅନୁଯାୟୀ, ନିକଟରେ ଶେଷ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ କେନ୍ଦ୍ରାପଡ଼ାର ପ୍ରାୟ ସମସ୍ତ କଲେଜରେ ବିଜୁ ଛାତ୍ର ଜନତା ଦଳ ବିଜୟୀ ହୋଇଥିବାରୁ, ଏହାକୁ ସହ୍ୟ କରିନପାରି କିଛି ଗୋଷ୍ଠୀ ଏଭଳି ସାଇବର ଅପରାଧର ଆଶ୍ରୟ ନେଇଛନ୍ତି।

ବିଜେଡି ମୁଖପାତ୍ର ଡ. ଲେନିନ୍ ମହାନ୍ତି ଏବଂ ଅନ୍ୟାନ୍ୟ ନେତାମାନେ ଚେତାବନୀ ଦେଇ କହିଛନ୍ତି ଯେ, ଯଦି ପୋଲିସ ଏହି ମାମଲାରେ ତୁରନ୍ତ ତଦନ୍ତ କରି ସଂପୃକ୍ତ ଅପରାଧୀଙ୍କୁ ଗିରଫ ନକରେ, ତେବେ ଦଳ ପକ୍ଷରୁ ରାଜରାସ୍ତାରେ ଆନ୍ଦୋଳନ କରାଯିବ। ଉନ୍ନତ AI ଟେକ୍ନୋଲୋଜି ବ୍ୟବହାର କରି ମହିଳା ନେତ୍ରୀଙ୍କୁ ବଦନାମ କରିବା ଏବଂ ଜନସାଧାରଣଙ୍କୁ ଭ୍ରମିତ କରିବା ପ୍ରକ୍ରିୟାକୁ ଦଳ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)