ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ରାଜ୍ୟରେ ଭିତ୍ତିଭୂମି ବିକାଶର ମନ୍ଥର ଗତିକୁ ନେଇ ସରକାରଙ୍କୁ ଅରୁଣ ସାହୁଙ୍କ କଟାକ୍ଷ; କାଉଣ୍ଟର କଲେ ମନମୋହନ ସାମଲ

ଭୁବନେଶ୍ୱର: ରାଜ୍ୟରେ ଭିତ୍ତିଭୂମି ବିକାଶ କାର୍ଯ୍ୟର ମନ୍ଥର ଗତିକୁ ନେଇ ଶାସକ ଦଳର ନେତାଙ୍କ ଚିଠିକୁ ଘେରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ଏହି ପ୍ରସଙ୍ଗରେ ସରକାରଙ୍କୁ ସମାଲୋଚନା କରି ସେ କବିତା ମାଧ୍ୟମରେ କଟାକ୍ଷ କରି କହିଛନ୍ତି ଯେ, “ସରକାର ଅଢ଼େଇ ବର୍ଷରେ ଦେଲେଣି ସବୁ ଉଡ଼େଇ, ଆଉ ଅଢ଼େଇ ବର୍ଷ ରହିଲେ ଲୋକ ଏମାନଙ୍କୁ ଦେବେ ବୁଡ଼େଇ।”

ଏହାସହ ଶାସକ ଦଳର ନେତାମାନେ ନିଜ ସରକାରଙ୍କୁ ଚିଠି ଲେଖିବା ସେମାନଙ୍କର ଆନ୍ତରିକତା ଓ ସ୍ୱଚ୍ଛ ମନବୃତ୍ତି ନା ଏହା ଏକ ‘ହାଇ ଭୋଲ୍ଟେଜ୍ ଡ୍ରାମା’ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।

ଅରୁଣ ସାହୁ ଆହୁରି ମଧ୍ୟ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣି ୯୫ ପ୍ରତିଶତ ସମସ୍ୟାର ସମାଧାନ କରୁଥିବା ଦାବି କରୁଛନ୍ତି, ତେବେ ସେ ନିଜ ଦଳର ବିଧାୟକ ଓ ସାଂସଦଙ୍କ ଅଭିଯୋଗ କାହିଁକି ଶୁଣୁନାହାନ୍ତି? ସରକାରରେ କୌଣସି କାମ ହେଉନଥିବା କଥା ଦଳୀୟ ନେତାଙ୍କ ଚିଠିରୁ ହିଁ ପଦାରେ ପଡ଼ିଛି ଏବଂ ବିଜେପି ମଧ୍ୟରେ ଆଭ୍ୟନ୍ତରୀଣ ଗଣତନ୍ତ୍ର ନାହିଁ ବୋଲି ସେ ଅଭିଯୋଗ କରିଛନ୍ତି।

ଅପରପକ୍ଷରେ, ବିଜେଡିର ଏହି ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ସେ କହିଛନ୍ତି ଯେ, ଅଭିଯୋଗ କରିବାର ନୈତିକତା ବିରୋଧୀଙ୍କର ନାହିଁ। ବିଗତ ୮୦ ବର୍ଷ ଧରି ସେମାନେ କିଛି କରିନଥିବା ବେଳେ ଆଜି ପ୍ରଶ୍ନ ଉଠାଉଛନ୍ତି।

ସରକାର ସମସ୍ତ କାର୍ଯ୍ୟକୁ ତ୍ୱରାନ୍ୱିତ ଢଙ୍ଗରେ କରୁଛନ୍ତି ଏବଂ ସଂକଳ୍ପ ପତ୍ରରେ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ୫ ବର୍ଷ ମଧ୍ୟରେ ସମସ୍ତ କାମ ପୂରଣ କରାଯିବ। ମୌଳିକ ସମସ୍ୟାର ସମାଧାନ କରିବା ସରକାରଙ୍କ ପ୍ରାଥମିକତା। ନେତାମାନେ ଚିଠି ଲେଖିବା ଦ୍ୱାରା ବିକାଶ କାର୍ଯ୍ୟ ଆହୁରି ବେଗବାନ୍ ହେବ, ତେଣୁ ଏହାକୁ ନକାରାତ୍ମକ ଦିଗରେ ନନେବାକୁ ସେ ପରାମର୍ଶ ଦେଇଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)