ବୁଧବାର, 21 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
04:22 AM ଦଶହରା ପରେ ବିଷାକ୍ତ ହେଲା ଦିଲ୍ଲୀ ବାୟୁ: ‘ଖରାପ’ ଶ୍ରେଣୀରେ AQI, ନଭେମ୍ବର ୧ ରୁ କଠୋର କଟକଣା | 04:13 AM ୧୯୫୯ର ସେହି ବଳିଦାନକୁ ମନେ ପକାଉଛି ଦେଶ: ଜାଣନ୍ତୁ ପୋଲିସ ସ୍ମୃତି ଦିବସର ଇତିହାସ | 04:02 AM CJP ନେତାଙ୍କ ମାମଲା କ୍ରାଇମବ୍ରାଞ୍ଚକୁ ସ୍ଥାନାନ୍ତର: ଜେଲ୍ ଦଣ୍ଡ ବିରୁଦ୍ଧରେ ହାଇକୋର୍ଟ ଗଲେ ସୌରଭ ଓ ଆଶୁତୋଷ | 03:49 AM ଟାଇଗର ଶ୍ରଫ୍ ଗୁଳିମାଡ଼ ଘଟଣା: ପୁଣି ୪ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍ | 04:22 AM ଦଶହରା ପରେ ବିଷାକ୍ତ ହେଲା ଦିଲ୍ଲୀ ବାୟୁ: ‘ଖରାପ’ ଶ୍ରେଣୀରେ AQI, ନଭେମ୍ବର ୧ ରୁ କଠୋର କଟକଣା | 04:13 AM ୧୯୫୯ର ସେହି ବଳିଦାନକୁ ମନେ ପକାଉଛି ଦେଶ: ଜାଣନ୍ତୁ ପୋଲିସ ସ୍ମୃତି ଦିବସର ଇତିହାସ | 04:02 AM CJP ନେତାଙ୍କ ମାମଲା କ୍ରାଇମବ୍ରାଞ୍ଚକୁ ସ୍ଥାନାନ୍ତର: ଜେଲ୍ ଦଣ୍ଡ ବିରୁଦ୍ଧରେ ହାଇକୋର୍ଟ ଗଲେ ସୌରଭ ଓ ଆଶୁତୋଷ | 03:49 AM ଟାଇଗର ଶ୍ରଫ୍ ଗୁଳିମାଡ଼ ଘଟଣା: ପୁଣି ୪ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍ | 04:22 AM ଦଶହରା ପରେ ବିଷାକ୍ତ ହେଲା ଦିଲ୍ଲୀ ବାୟୁ: ‘ଖରାପ’ ଶ୍ରେଣୀରେ AQI, ନଭେମ୍ବର ୧ ରୁ କଠୋର କଟକଣା | 04:13 AM ୧୯୫୯ର ସେହି ବଳିଦାନକୁ ମନେ ପକାଉଛି ଦେଶ: ଜାଣନ୍ତୁ ପୋଲିସ ସ୍ମୃତି ଦିବସର ଇତିହାସ | 04:02 AM CJP ନେତାଙ୍କ ମାମଲା କ୍ରାଇମବ୍ରାଞ୍ଚକୁ ସ୍ଥାନାନ୍ତର: ଜେଲ୍ ଦଣ୍ଡ ବିରୁଦ୍ଧରେ ହାଇକୋର୍ଟ ଗଲେ ସୌରଭ ଓ ଆଶୁତୋଷ | 03:49 AM ଟାଇଗର ଶ୍ରଫ୍ ଗୁଳିମାଡ଼ ଘଟଣା: ପୁଣି ୪ ଜଣଙ୍କୁ ଗିରଫ କଲା ଦିଲ୍ଲୀ ପୋଲିସ ସ୍ପେଶାଲ୍ ସେଲ୍
ଭାରତ

CJP ନେତାଙ୍କ ମାମଲା କ୍ରାଇମବ୍ରାଞ୍ଚକୁ ସ୍ଥାନାନ୍ତର: ଜେଲ୍ ଦଣ୍ଡ ବିରୁଦ୍ଧରେ ହାଇକୋର୍ଟ ଗଲେ ସୌରଭ ଓ ଆଶୁତୋଷ

ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟିର ନେତା ସୌରଭ ଦାସ ଏବଂ ଆଶୁତୋଷ ରାଙ୍କାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କ୍ରମଶଃ କଡ଼ାକଡ଼ି ହେବାରେ ଲାଗିଛି। ଦିଲ୍ଲୀ ପୋଲିସ ଏହି ମାମଲାର ଦ୍ୱିତୀୟ ଏଫ୍‌ଆଇଆର୍ କୁ ମଧ୍ୟ କ୍ରାଇମବ୍ରାଞ୍ଚକୁ ସ୍ଥାନାନ୍ତର କରିଛି। ଏହାପୂର୍ବରୁ ପ୍ରଥମ ମାମଲା ମଧ୍ୟ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଥିଲା।

ଅକ୍ଟୋବର ୧୩ ତାରିଖରେ ନିଷିଦ୍ଧ ଜନ୍ତର ମନ୍ତର ଅଞ୍ଚଳରେ ବେଆଇନ ପ୍ରବେଶ ଏବଂ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ ଅଭିଯୋଗରେ ପୋଲିସ ସୌରଭ ଦାସ, ଆଶୁତୋଷ ରାଙ୍କା ଏବଂ ଅଜିଙ୍କ୍ୟ ସିନ୍ଧେଙ୍କ ସମେତ ୧୪ ଜଣଙ୍କୁ ଅଟକ ରଖିଥିଲା। ଏହି ଘଟଣାକୁ ନେଇ ପୋଲିସ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଏଫ୍‌ଆଇଆର୍ ରୁଜୁ କରାଯାଇଥିଲା, ଯାହାର ଏବେ କ୍ରାଇମବ୍ରାଞ୍ଚ ଦ୍ୱାରା ମିଳିତ ତଦନ୍ତ କରାଯାଉଛି।

ଅନ୍ୟପକ୍ଷରେ, ସ୍ୱତନ୍ତ୍ର ଏକଜିକ୍ୟୁଟିଭ୍ ମାଜିଷ୍ଟ୍ରେଟ୍ କୋର୍ଟ ଦ୍ୱାରା ଜାମିନଦାର ମାନଙ୍କ ପରିଚୟ ଏବଂ ଆଧାର କାର୍ଡ଼ର ତଥ୍ୟରେ ତ୍ରୁଟି ଦର୍ଶାଇ ଜାମିନ ଆବେଦନ ଖାରଜ କରାଯିବା ପରେ ଉଭୟ ନେତା ତିହାଡ଼ ଜେଲରେ ଅଛନ୍ତି। କୋର୍ଟଙ୍କ ଆଦେଶକୁ ଚାଲେଞ୍ଜ କରି CJP ନେତାମାନେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କ ଆବେଦନରେ ଜେଲ୍ ଅବଧି ବୃଦ୍ଧି ଏବଂ ଜାମିନ ନାକାଜ ହେବାକୁ ସମ୍ବିଧାନର ଧାରା ୨୧ ଅନୁଯାୟୀ ବ୍ୟକ୍ତିଗତ ସ୍ୱାଧୀନତାର ଉଲ୍ଲଘଂନ ବୋଲି ଦର୍ଶାଯାଇଛି।

ଅନ୍ୟପକ୍ଷରେ ପୋଲିସ ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ବାରମ୍ବାର ନିଷିଦ୍ଧ ସ୍ଥାନରେ ପ୍ରତିବାଦ ପାଇଁ ଲୋକଙ୍କୁ ଏକାଠି କରିବା ଅଭିଯୋଗ ଆଣି ସେମାନଙ୍କ ମୁକ୍ତିକୁ ଦୃଢ଼ ବିରୋଧ କରିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)