ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ଦଶହରା ତାରିଖକୁ ନେଇ ଦ୍ୱନ୍ଦ୍ୱ: ବଦଳିପାରେ ସରକାରୀ ଛୁଟି ତାଲିକା

ଭୁବନେଶ୍ୱର: ଆସନ୍ତା ଦଶହରା ପୂଜା ଏବଂ ସରକାରୀ ଛୁଟିକୁ ନେଇ ଓଡ଼ିଶାରେ ଭିନ୍ନ ଭିନ୍ନ ପାଞ୍ଜି ଓ କ୍ୟାଲେଣ୍ଡର ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କେତେକ କ୍ୟାଲେଣ୍ଡରରେ ଅକ୍ଟୋବର ୨୦ ରେ ଦଶମୀ ପୂଜା ଦର୍ଶାଯାଇଥିବା ବେଳେ ଅନ୍ୟ ପାଞ୍ଜିଗୁଡ଼ିକରେ ଅକ୍ଟୋବର ୨୧ କୁ ବିଜୟାଦଶମୀ ଭାବେ ଦର୍ଶାଯାଇଛି। ଏହି ପାର୍ଥକ୍ୟ ହେତୁ ରାବଣ ପୋଡ଼ି, ଭାସାଣି ଉତ୍ସବ ଏବଂ ସରକାରୀ ଛୁଟି ଦିନକୁ ନେଇ ସାଧାରଣରେ ଗଭୀର ଦ୍ୱନ୍ଦ୍ୱ ଦେଖାଦେଇଛି।

କଟକରେ ଅକ୍ଟୋବର ୧୭ ରେ ଷଷ୍ଠୀ ପୂଜା, ୨୧ ରେ ଦଶମୀ ପୂଜା ଏବଂ ୨୨ ତାରିଖରେ ମୂର୍ତ୍ତି ବିସର୍ଜନ ଅନୁଷ୍ଠିତ ହେବ। ରାଉରକେଲାରେ ମଧ୍ୟ ଏହି ସମାନ ସୂଚୀ ପାଳନ କରାଯିବ। ବାଲେଶ୍ୱରରେ ଅକ୍ଟୋବର ୨୦ ରେ ଦଶମୀ ପୂଜା ସମାପ୍ତ ହେବାର କାର୍ଯ୍ୟକ୍ରମ ରହିଛି। ସେହିପରି ବ୍ରହ୍ମପୁରରେ ଅକ୍ଟୋବର ୧୧ ରୁ ଦୁର୍ଗାପୂଜା ଆରମ୍ଭ ହୋଇଥିବା ବେଳେ ଏହା ଅକ୍ଟୋବର ୨୧ ପର୍ଯ୍ୟନ୍ତ ଅର୍ଥାତ୍ ମୋଟ ୧୧ ଦିନ ଧରି ଚାଲିବ।

ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଧାରିତ କ୍ୟାଲେଣ୍ଡର ଅନୁଯାୟୀ, ଅକ୍ଟୋବର ୧୭ ରୁ ୨୦ ପର୍ଯ୍ୟନ୍ତ ଦଶହରା ଛୁଟି ଘୋଷଣା କରାଯାଇଛି। କିନ୍ତୁ ଯଦି ମୁଖ୍ୟ ବିଜୟାଦଶମୀ ଅକ୍ଟୋବର ୨୧ ରେ ପାଳିତ ହୁଏ, ତେବେ ପୂଜା ଦିନ ସରକାରୀ କାର୍ଯ୍ୟାଳୟଗୁଡ଼ିକ ଖୋଲା ରହିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଏହି ସମସ୍ୟାର ସମାଧାନ ପାଇଁ ଛୁଟି ସୂଚୀରେ ପରିବର୍ତ୍ତନ ନେଇ ଆଲୋଚନା ଚାଲିଛି। ପ୍ରସ୍ତାବିତ ଯୋଜନା ଅନୁଯାୟୀ, ଅକ୍ଟୋବର ୧୯ (ମହା ଅଷ୍ଟମୀ), ୨୦ (ନବମୀ) ଏବଂ ୨୧ (ଦଶମୀ) କୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇପାରେ। ଏହାଦ୍ୱାରା ସରକାରୀ କର୍ମଚାରୀମାନେ କ୍ରମାଗତ ୪ ଦିନର ଛୁଟି ପାଇପାରିବେ। ତେବେ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚୂଡ଼ାନ୍ତ ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)