ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଭାରତ

ଦିଲ୍ଲୀ ଜନ୍ତର ମନ୍ତରରେ ହଙ୍ଗାମା: ମନା ସତ୍ତ୍ୱେ ପ୍ରତିବାଦ କରିବାକୁ ପହଞ୍ଚିଥିବା ୩ CJP ନେତା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତର ମନ୍ତର ଠାରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିବାକୁ ଯାଇଥିବା କକ୍ରୋଚ୍ ଜନତା ପାର୍ଟିର ନେତାମାନେ ଗିରଫ ହୋଇଛନ୍ତି। ମଙ୍ଗଳବାର ସକାଳେ CJP ନେତା ସୌରଭ ଦାସ ଏବଂ ଆଶୁତୋଷ ରଙ୍କାଙ୍କୁ ଦିଲ୍ଲୀ ପୋଲିସ ହେପାଜତକୁ ନେଇଛି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜନ୍ତର ମନ୍ତରରେ କୌଣସି ବି ଦଳକୁ ପ୍ରତିବାଦ କରିବାକୁ ଅନୁମତି ଦିଆଯାଇ ନାହିଁ ଏବଂ ଏହାକୁ ‘ପ୍ରତିବାଦ ସ୍ଥଳ’ ତାଲିକାରୁ ମଧ୍ୟ ବାଦ୍ ଦିଆଯାଇଛି।

କଡ଼ା ସୁରକ୍ଷା ବ୍ୟବସ୍ଥାକୁ ଏଡ଼ାଇ ଏହି ଦୁଇ ନେତା ଓ ଅନ୍ୟ କର୍ମୀମାନେ ଜେଡିୟୁ ଜାତୀୟ କାର୍ଳାୟ ପାଖପାଖ ଅଞ୍ଚଳ ଦେଇ ଜନ୍ତର ମନ୍ତର ପରିସରରେ ପ୍ରବେଶ କରିଥିଲେ। CJP ପ୍ରତିଷ୍ଠାତା ଅଭିଜୀତ ଦିପକେ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ହାତରେ ତ୍ରିରଙ୍ଗା ଧରି କର୍ମୀମାନେ ଭିତରକୁ ପଶିଥିଲେ।

ଭିଡିଓରେ ଦେଖିବାକୁ ମିଳିଛି ଯେ ସୌରଭ ଦାସ ଓ ଆଶୁତୋଷ ରଙ୍କା ଗେଟ୍ ଡେଇଁ ଭିତରକୁ ଯାଉଛନ୍ତି ଏବଂ “ଭାରତ ମାତା କୀ ଜୟ” ସହିତ “ଜ୍ଞାନେଶ କୁମାର ଇସ୍ତଫା ଦିଅ” ସ୍ଲୋଗାନ୍ ଦେଉଛନ୍ତି। ସେଠାରେ ମୁତୟନ ଥିବା ପୋଲିସ କର୍ମଚାରୀମାନେ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ ଏବଂ ପରେ ସେମାନଙ୍କୁ ପୋଲିସ ଭ୍ୟାନ୍‌ରେ ଉଠାଇ ନେଇଥିଲେ। ସରକାରଙ୍କ ଏଭଳି କଟକଣାକୁ ବିରୋଧ କରି CJP ପକ୍ଷରୁ କୁହାଯାଇଛି ଯେ ପ୍ରତିବାଦ କରିବାର ଅଧିକାରକୁ କେହି ରୋକିପାରିବେ ନାହିଁ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)