ମଙ୍ଗଳବାର, 3 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
04:42 AM ଅଡୁଆରେ ପୂର୍ବତନ ଡିଜି ସୁଶାନ୍ତ ନାଥ, ନିର୍ଦ୍ଦେଶ ନମାନିବାରୁ ମିଳିଲା ସସ୍‌ପେନ୍ସନ୍, ବାଲେଶ୍ୱର ଜେଲର୍‌ଙ୍କ ବଡ ଖୁଲାସା | 04:29 AM କୋରାପୁଟ କୋଟିଆରେ ପୁଣି ଉତ୍ତେଜନା: ଆନ୍ଧ୍ରର ଚାଉଳ ବୋଝେଇ ଟ୍ରକ୍ ଅଟକାଇଲା ଓଡ଼ିଶା ପୋଲିସ | 04:23 AM ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜାମିନ ଖାରଜ! ନଭେମ୍ବର ୧୩ ଯାଏଁ ଜେଲ୍ ଗଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା | 03:58 AM ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ମୁରାସୁ’: ଆନ୍ଧ୍ରପ୍ରଦେଶର ଓଙ୍ଗୋଲ୍‌ ନିକଟରେ ଛୁଇଁଲା ସ୍ଥଳଭାଗ, ଘଣ୍ଟାପ୍ରତି ୧୨୦ କିମି ବେଗରେ ବୋହିଲା ପବନ | 04:42 AM ଅଡୁଆରେ ପୂର୍ବତନ ଡିଜି ସୁଶାନ୍ତ ନାଥ, ନିର୍ଦ୍ଦେଶ ନମାନିବାରୁ ମିଳିଲା ସସ୍‌ପେନ୍ସନ୍, ବାଲେଶ୍ୱର ଜେଲର୍‌ଙ୍କ ବଡ ଖୁଲାସା | 04:29 AM କୋରାପୁଟ କୋଟିଆରେ ପୁଣି ଉତ୍ତେଜନା: ଆନ୍ଧ୍ରର ଚାଉଳ ବୋଝେଇ ଟ୍ରକ୍ ଅଟକାଇଲା ଓଡ଼ିଶା ପୋଲିସ | 04:23 AM ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜାମିନ ଖାରଜ! ନଭେମ୍ବର ୧୩ ଯାଏଁ ଜେଲ୍ ଗଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା | 03:58 AM ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ମୁରାସୁ’: ଆନ୍ଧ୍ରପ୍ରଦେଶର ଓଙ୍ଗୋଲ୍‌ ନିକଟରେ ଛୁଇଁଲା ସ୍ଥଳଭାଗ, ଘଣ୍ଟାପ୍ରତି ୧୨୦ କିମି ବେଗରେ ବୋହିଲା ପବନ | 04:42 AM ଅଡୁଆରେ ପୂର୍ବତନ ଡିଜି ସୁଶାନ୍ତ ନାଥ, ନିର୍ଦ୍ଦେଶ ନମାନିବାରୁ ମିଳିଲା ସସ୍‌ପେନ୍ସନ୍, ବାଲେଶ୍ୱର ଜେଲର୍‌ଙ୍କ ବଡ ଖୁଲାସା | 04:29 AM କୋରାପୁଟ କୋଟିଆରେ ପୁଣି ଉତ୍ତେଜନା: ଆନ୍ଧ୍ରର ଚାଉଳ ବୋଝେଇ ଟ୍ରକ୍ ଅଟକାଇଲା ଓଡ଼ିଶା ପୋଲିସ | 04:23 AM ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଜାମିନ ଖାରଜ! ନଭେମ୍ବର ୧୩ ଯାଏଁ ଜେଲ୍ ଗଲେ ପତ୍ନୀ ବିଦ୍ୟାଭାରତୀ ପଣ୍ଡା | 03:58 AM ଲ୍ୟାଣ୍ଡଫଲ୍ କଲା ବାତ୍ୟା ‘ମୁରାସୁ’: ଆନ୍ଧ୍ରପ୍ରଦେଶର ଓଙ୍ଗୋଲ୍‌ ନିକଟରେ ଛୁଇଁଲା ସ୍ଥଳଭାଗ, ଘଣ୍ଟାପ୍ରତି ୧୨୦ କିମି ବେଗରେ ବୋହିଲା ପବନ
ଓଡ଼ିଶା

ପଦ୍ମଶ୍ରୀ ଡାକ୍ତର ଅଶୋକ କୁମାର ମହାପାତ୍ରଙ୍କ ପରଲୋକ, ଜଗା-ବଳିଆଙ୍କୁ ସଫଳତାର ସହ ଅଲଗା କରି୍ କରିଥିଲେ ଇତିହାସ ସୃଷ୍ଟି

ଭୁବନେଶ୍ୱର: ଦେଶର ଜଣେ ବିଶିଷ୍ଟ ସ୍ନାୟୁ ଶଲ୍ୟ ଚିକିତ୍ସକ ତଥା ପଦ୍ମଶ୍ରୀ ସମ୍ମାନିତ ପ୍ରଫେସର (ଡାକ୍ତର) ଅଶୋକ କୁମାର ମହାପାତ୍ର ଆଉ ନାହାନ୍ତି। ଗତ ସୋମବାର ସନ୍ଧ୍ୟାରେ ନୂଆଦିଲ୍ଲୀସ୍ଥିତ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ (AIIMS) ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା।

ଡାକ୍ତର ମହାପାତ୍ର ମସ୍ତିଷ୍କ ଜନିତ ସମସ୍ୟାରେ ପୀଡ଼ିତ ଥିବାରୁ ଗତ ଅକ୍ଟୋବର ୨ ତାରିଖରୁ ଏମ୍ସ, ନୂଆଦିଲ୍ଲୀରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ଭୁବନେଶ୍ୱରର ଏକ ବେସରକାରୀ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ଦିଲ୍ଲୀ ନେଇଥିଲେ। ସେଠାରେ ସୋମବାର ରାତି ୯:୧୫ ମିନିଟ୍‌ରେ ସେ ଶେଷ ନିଃଶ୍ୱାସତ୍ୟାଗ କରିଛନ୍ତି।

ଡାକ୍ତର ଏ.କେ. ମହାପାତ୍ରଙ୍କ ଅବର୍ଣ୍ଣନୀୟ ଅବଦାନ:

ଜଗା-ବଳିଆ ଅଲଗା ଅପରେସନ୍: ୨୦୧୭ ମସିହାରେ ଓଡ଼ିଶାର ମୁଣ୍ଡ ଲାଗିଥିବା ଯମଜ ଶିଶୁ ଜଗା ଏବଂ ବଳିଆଙ୍କୁ ଏମ୍ସ ଦିଲ୍ଲୀରେ ସଫଳତାର ସହ ଅଲଗା କରିବା ପଛରେ ଡାକ୍ତର ମହାପାତ୍ରଙ୍କ ନେତୃତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ଏହି ଜଟିଳ ଅପରେସନ୍ ତାଙ୍କୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ବେଶ୍ ପରିଚିତ କରାଇଥିଲା।

ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠାତା ନିର୍ଦ୍ଦେଶକ: ସେ ଏମ୍ସ ଭୁବନେଶ୍ୱରର ପ୍ରତିଷ୍ଠାତା ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରି ଓଡ଼ିଶାରେ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟସେବା ଏବଂ ମେଡିକାଲ୍ ଶିକ୍ଷାର ମୂଳଦୁଆ ପକାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ପଦ୍ମଶ୍ରୀ ସମ୍ମାନ: ଚିକିତ୍ସା ବିଜ୍ଞାନ ଏବଂ ସ୍ନାୟୁ ଶଲ୍ୟ ବିଦ୍ୟାରେ ଅତୁଳନୀୟ ଅବଦାନ ପାଇଁ ଭାରତ ସରକାର ତାଙ୍କୁ ୨୦୨୪ ମସିହାରେ ଦେଶର ଚତୁର୍ଥ ସର୍ବୋଚ୍ଚ କାଳୀନ ନାଗରିକ ସମ୍ମାନ ‘ପଦ୍ମଶ୍ରୀ’ ରେ ଭୂଷିତ କରିଥିଲେ।

ତାଙ୍କର ଏହି ମହାପ୍ରୟାଣ ଭାରତୀୟ ଚିକିତ୍ସା ଜଗତ୍ ବିଶେଷକରି ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)