ସୋମବାର, 2 ନଭେମ୍ବର 2026
English
ଲାଇଭ୍ ଅପଡେଟ୍ସ
08:44 AM କାହିଁକି ରଖାଗଲା ବାତ୍ୟାର ନାମ ‘ମୁରାସୁ’? ଜାଣନ୍ତୁ ଭାରତ ଦ୍ୱାରା ଦିଆଯାଇଥିବା ଏହି ନାମର ଅର୍ଥ! | 07:49 AM ଜନ୍ମଦିନର ପୂର୍ବରୁ ଚାଲିଗଲା ଜୀବନ: ବେଲୁନ୍ ଖଣ୍ଡ ଗିଳିଦେବାରୁ ୧୧ ମାସର ଶିଶୁର ମୃତ୍ୟୁ | 07:41 AM ଗ୍ରାମାଞ୍ଚଳ ବିକାଶ ମନ୍ତ୍ରାଳୟର ବଡ଼ ପଦକ୍ଷେପ: ‘VB-G RAM G’ ଯୋଜନା ପାଇଁ ସ୍ୱଚ୍ଛ ଓ ସମୟବଦ୍ଧ ଅଭିଯୋଗ ନିବାରଣ ନିୟମ ୨୦୨୬ ବିଜ୍ଞପ୍ତି ପ୍ରକାଶ | 07:04 AM ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଫେରିଲା ୬୦୦ କୋଟିର ଜମି! ପୁରୀରେ ୨୮.୮୪ ଏକର ଜମି ହଡ଼ପ ଆଦେଶ ରଦ୍ଦ କଲେ କୋର୍ଟ | 08:44 AM କାହିଁକି ରଖାଗଲା ବାତ୍ୟାର ନାମ ‘ମୁରାସୁ’? ଜାଣନ୍ତୁ ଭାରତ ଦ୍ୱାରା ଦିଆଯାଇଥିବା ଏହି ନାମର ଅର୍ଥ! | 07:49 AM ଜନ୍ମଦିନର ପୂର୍ବରୁ ଚାଲିଗଲା ଜୀବନ: ବେଲୁନ୍ ଖଣ୍ଡ ଗିଳିଦେବାରୁ ୧୧ ମାସର ଶିଶୁର ମୃତ୍ୟୁ | 07:41 AM ଗ୍ରାମାଞ୍ଚଳ ବିକାଶ ମନ୍ତ୍ରାଳୟର ବଡ଼ ପଦକ୍ଷେପ: ‘VB-G RAM G’ ଯୋଜନା ପାଇଁ ସ୍ୱଚ୍ଛ ଓ ସମୟବଦ୍ଧ ଅଭିଯୋଗ ନିବାରଣ ନିୟମ ୨୦୨୬ ବିଜ୍ଞପ୍ତି ପ୍ରକାଶ | 07:04 AM ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଫେରିଲା ୬୦୦ କୋଟିର ଜମି! ପୁରୀରେ ୨୮.୮୪ ଏକର ଜମି ହଡ଼ପ ଆଦେଶ ରଦ୍ଦ କଲେ କୋର୍ଟ | 08:44 AM କାହିଁକି ରଖାଗଲା ବାତ୍ୟାର ନାମ ‘ମୁରାସୁ’? ଜାଣନ୍ତୁ ଭାରତ ଦ୍ୱାରା ଦିଆଯାଇଥିବା ଏହି ନାମର ଅର୍ଥ! | 07:49 AM ଜନ୍ମଦିନର ପୂର୍ବରୁ ଚାଲିଗଲା ଜୀବନ: ବେଲୁନ୍ ଖଣ୍ଡ ଗିଳିଦେବାରୁ ୧୧ ମାସର ଶିଶୁର ମୃତ୍ୟୁ | 07:41 AM ଗ୍ରାମାଞ୍ଚଳ ବିକାଶ ମନ୍ତ୍ରାଳୟର ବଡ଼ ପଦକ୍ଷେପ: ‘VB-G RAM G’ ଯୋଜନା ପାଇଁ ସ୍ୱଚ୍ଛ ଓ ସମୟବଦ୍ଧ ଅଭିଯୋଗ ନିବାରଣ ନିୟମ ୨୦୨୬ ବିଜ୍ଞପ୍ତି ପ୍ରକାଶ | 07:04 AM ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଫେରିଲା ୬୦୦ କୋଟିର ଜମି! ପୁରୀରେ ୨୮.୮୪ ଏକର ଜମି ହଡ଼ପ ଆଦେଶ ରଦ୍ଦ କଲେ କୋର୍ଟ
ଓଡ଼ିଶା

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଫେରିଲା ୬୦୦ କୋଟିର ଜମି! ପୁରୀରେ ୨୮.୮୪ ଏକର ଜମି ହଡ଼ପ ଆଦେଶ ରଦ୍ଦ କଲେ କୋର୍ଟ

ପୁରୀ: ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନକୁ ଏକ ବଡ଼ ଆଇନଗତ ସଫଳତା ମିଳିଛି। ପୁରୀ ସହର ନିକଟସ୍ଥ ଏକ ଅତ୍ୟନ୍ତ ମୂଲ୍ୟବାନ ୨୮.୮୪ ଏକର ଜମିର ମାଲିକାନା ପୁନର୍ବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ରେକର୍ଡ କରିବାକୁ କନସୋଲିଡେସନ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି।

ପୁରୀ ତହସିଲ ଅନ୍ତର୍ଗତ ଶଙ୍କରପୁର ମୌଜାରେ ଅବସ୍ଥିତ ଏହି ଜମିଟି ଓମକାରେଶ୍ୱର ମନ୍ଦିର ନିକଟବର୍ତ୍ତୀ ଏବଂ ଜାତୀୟ ରାଜପଥ ସଂଲଗ୍ନ ଅଟେ। ସରକାରୀ ଆକଳନ ଅନୁଯାୟୀ ଏହି ସମ୍ପତ୍ତିର ସାମ୍ପ୍ରତିକ ବଜାର ମୂଲ୍ୟ ୬୦୦ କୋଟି ଟଙ୍କାରୁ ଅଧିକ ହେବ।

ଏକ OSS ରିଭିଜନ୍ ମାମଲାର (Case No. 303/2016) ଶୁଣାଣି କରି କନସୋଲିଡେସନ୍ କମିଶନର ପ୍ରବୀର କୁମାର ନାୟକ ପୂର୍ବର ହେରଫେର୍ ହୋଇଥିବା ଜମି ରେକର୍ଡକୁ ରଦ୍ଦ କରିବା ସହ ମନ୍ଦିର ପରିଚାଳନା କମିଟି ଜରିଆରେ ଏହାକୁ ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ, ପୁରୀଙ୍କ ନାମରେ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତତ୍କାଳୀନ ମହନ୍ତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସେବା ଓ ଭୋଗ ପାଇଁ ଏହି ଜମି ଦାନ କରିଥିଲେ ଏବଂ ଏହାକୁ ଠାକୁରଙ୍କ ନାମରେ ରେକର୍ଡ କରିବାକୁ ନିବେଦନ କରିଥିଲେ। ୧୯୭୭ ର ସାବିକ୍ ରେକର୍ଡ ଅଫ୍ ରାଇଟ୍ସ ରେ ଏହା ଉତ୍ତରପାର୍ଶ୍ୱ ମଠ ଏଣ୍ଡୋମେଣ୍ଟ ଟ୍ରଷ୍ଟ ବୋର୍ଡ ଜରିଆରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନାମରେ ଦାଖଲ ଥିଲା।

୨୦୧୦ ଜୁନ୍ ୧୮ ରେ ପୁରୀର ତତ୍କାଳୀନ ଆଡିସନାଲ ସବ୍-କଲେକ୍ଟରଙ୍କ ଏକ ବିବାଦୀୟ ଆଦେଶ ବଳରେ ମନ୍ଦିର ପ୍ରଶାସନକୁ କୌଣସି ନୋଟିସ୍ ନଦେଇ ମାତ୍ର ୨୬ ଦିନ ମଧ୍ୟରେ ଠାକୁରଙ୍କ ନାମ ହଟାଇ ଜମିକୁ ମହନ୍ତଙ୍କ ନାମରେ ହସ୍ତାନ୍ତର କରାଯାଇଥିଲା। ୨୦୧୩ ରେ ମହନ୍ତଙ୍କ ନାମରେ ପଟ୍ଟା ମଧ୍ୟ ଜାରି ହୋଇସାରିଥିଲା।

ଏହି ବେଆଇନ୍ ପରିବର୍ତ୍ତନ ବିରୋଧରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ୨୦୧୬ ରେ କନସୋଲିଡେସନ୍ କମିଶନରଙ୍କ ପାଖରେ ମାମଲା ଦାୟର କରିଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଆଇନଜୀବୀ ଅମ୍ବିକା ପ୍ରସାଦ ମିଶ୍ର ଐତିହାସିକ ଜମି ଦଲିଲ୍ ଏବଂ ପୂର୍ବ ନଜିର ଉପସ୍ଥାପନ କରି ମହାପ୍ରଭୁଙ୍କ ମାଲିକାନା ସାବ୍ୟସ୍ତ କରିଥିଲେ।

କମିଶନର ନିଜ ଆଦେଶରେ ସ୍ପଷ୍ଟ କରିଛନ୍ତି ଯେ ୨୦୧୦ ର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିଲା ଏବଂ ମନ୍ଦିର ପ୍ରଶାସନ କିମ୍ବା ଦେବୋତ୍ତର କମିଶନରଙ୍କୁ କୌଣସି ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନଥିଲା। ଏହି ରାୟ ପରେ ମହାପ୍ରଭୁଙ୍କ ୬୦୦ କୋଟିର ସମ୍ପତ୍ତି ସୁରକ୍ଷିତ ହୋଇପାରିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)