ମଙ୍ଗଳବାର, 20 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ?
କ୍ରୀଡ଼ା

ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ

ନୂଆଦିଲ୍ଲୀ: ଆଗାମୀ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ୨୦୨୭ ପ୍ଲେୟାର୍ ଅକ୍‌ସନ୍ କୁ ନେଇ ଏକ ବଡ଼ ସୂଚନା ସାମ୍ନାକୁ ଆସିଛି। BCCI ର ଲଜିଷ୍ଟିକ୍ସ ଟିମ୍ ପକ୍ଷରୁ ପ୍ରସାରିତ ଏକ ହ୍ୱାଟ୍ସଆପ୍ ମେସେଜ୍ ଅନୁଯାୟୀ, ଆଇପିଏଲ୍ ୨୦୨୭ ନିଲାମୀ ଆସନ୍ତା ଡିସେମ୍ବର ୧୬, ୨୦୨୬ ଦିନ ଗୋଆର ପ୍ରସିଦ୍ଧ ‘ଆଇଟିସି ଗ୍ରାଣ୍ଡ୍ ଗୋଆ’ ହୋଟେଲରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ଏହା ସହିତ ଡିସେମ୍ବର ୧୫ ତାରିଖରେ ଅକ୍‌ସନ୍ ବ୍ରିଫିଂ କରାଯିବ ବୋଲି ଜଣାପଡ଼ିଛି।

ବିଭିନ୍ନ ଆଇପିଏଲ୍ ଫ୍ରାଞ୍ଚାଇଜ୍ ଏହି ମେସେଜ୍ ପାଇଥିବା ନେଇ ସ୍ପଷ୍ଟ କରିଛନ୍ତି। ନିଲାମୀରେ ଯାଗଦେବାକୁଥିବା ପ୍ରତ୍ୟେକ ଫ୍ରାଞ୍ଚାଇଜ୍‌ର ପ୍ରତିନିଧି ଦଳ ବା ଡେଲିଗେସନ୍ ସାଇଜ୍ କେତେ ରହିବ, ସେନେଇ ମଧ୍ୟ ତଥ୍ୟ ମଗାଯାଇଛି। ତେବେ BCCI ପକ୍ଷରୁ ଏଯାଏଁ ଫ୍ରାଞ୍ଚାଇଜ୍ ମାଲିକ ଓ ସିଇଓ ମାନଙ୍କୁ କୌଣସି ଆନୁଷ୍ଠାନିକ ଇମେଲ୍ ପଠାଯାଇ ନାହିଁ। ଯାତ୍ରା ଏବଂ ଅନ୍ୟାନ୍ୟ ପ୍ରସ୍ତୁତିକୁ ସହଜ କରିବା ପାଇଁ ଏହି ପ୍ରାରମ୍ଭିକ ସୂଚନା ଦିଆଯାଇଛି।

ପ୍ରସ୍ତାବିତ ନିଲାମୀ ତାରିଖ (ଡିସେମ୍ବର ୧୬) ଦିନ ହିଁ ବେଙ୍ଗାଲୁରୁରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଏକ ଦିନିକିଆ ମ୍ୟାଚ୍ ମଧ୍ୟ ଧାର୍ଯ୍ୟ ହୋଇଛି। ଏହା ବ୍ୟତୀତ ଡିସେମ୍ବର ୧୩ରେ ନୂଆଦିଲ୍ଲୀରେ ଖେଳାଯିବାକୁଥିବା ପ୍ରଥମ ଦିନିକିଆର ଭେନ୍ୟୁ ପରିବର୍ତ୍ତନ ନେଇ ଚର୍ଚ୍ଚା ହେଉଥିଲେ ମଧ୍ୟ BCCI ଏହାକୁ ଖଣ୍ଡନ କରିଛି। ଆଗାମୀ ଦିନରେ ବୋର୍ଡ ପକ୍ଷରୁ ଏନେଇ ସ୍ପଷ୍ଟ ଏବଂ ଅଧିକୃତ ସୂଚନା ଜାରି କରାଯିବ ବୋଲି ଆଶା କରାଯାଉଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)