ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ନିଅଣ୍ଟିଆ ରହିଲା ମୌସୁମୀ ବର୍ଷା: ସ୍ୱାଭାବିକଠାରୁ ୧୩ ପ୍ରତିଶତ କମ୍, ଏଲ୍-ନିନୋ ପ୍ରଭାବରେ ଅକ୍ଟୋବରରେ ବଢ଼ିବ ତାତି

ନୂଆଦିଲ୍ଲୀ: ଚଳିତବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦେଶରୁ ପ୍ରତ୍ୟାହାର ଜାରି ରଖିଛି। ସେପ୍ଟେମ୍ବର ୨୩ ତାରିଖ ସୁଦ୍ଧା ଦିଲ୍ଲୀ ସହିତ ପଞ୍ଜାବ, ହରିୟାଣା ଏବଂ ରାଜସ୍ଥାନର ଅଧିକାଂଶ ଅଞ୍ଚଳରୁ ମୌସୁମୀ ପ୍ରତ୍ୟାହାର କରିସାରିଛି।

ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆଗାମୀ କିଛି ଦିନ ମଧ୍ୟରେ ଦେଶର ଅନ୍ୟ କିଛି ଅଞ୍ଚଳରୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରତ୍ୟାହାର ହୋଇଯିବ। ଚଳିତ ବର୍ଷ ଜୁନ୍ ରୁ ସେପ୍ଟେମ୍ବର ମାସ ମଧ୍ୟରେ ୪ ମାସିଆ ଅବଧି ଭିତରେ ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି। ଦେଶରେ ସ୍ୱାଭାବିକଠାରୁ ହାରାହାରି ୧୩% କମ୍ ବର୍ଷା ରେକର୍ଡ କରାଯାଇଛି।

ଜୁନ୍ ରୁ ସେପ୍ଟେମ୍ବର ମଧ୍ୟରେ ସମଗ୍ର ଦେଶରେ ୭୫୯.୪ ମିମି ବର୍ଷା ହୋଇଛି, ଯାହାକି ୧୯୦୧ ପରଠାରୁ ୧୩ତମ ଏବଂ ୨୦୦୧ ପରଠାରୁ ଚତୁର୍ଥ ସର୍ବନିମ୍ନ ଅଟେ। ସେପଟେ ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତରେ ମାତ୍ର ୧୦୧୭.୧ ମିମି ବର୍ଷା ହୋଇଛି, ଯାହା ୧୯୦୧ ମସିହା ପରଠାରୁ ସର୍ବନିମ୍ନ।

ତେବେ ସେପ୍ଟେମ୍ବର ମାସରେ ଓଡ଼ିଶା, ଉପକୂଳବର୍ତ୍ତୀ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗ, ସିକିମ୍ ଏବଂ ଉତ୍ତର ପ୍ରଦେଶର କିଛି ସ୍ଥାନରେ ଭଲ ବର୍ଷା ହୋଇଥିଲେ ମଧ୍ୟ ସାମଗ୍ରିକ ଭାବେ ତାପମାତ୍ରା ବେଶ୍ ଅଧିକ ରହିଥିଲା। ସମଗ୍ର ଭାରତରେ ସେପ୍ଟେମ୍ବରର ହାରାହାରି ତାପମାତ୍ରା ୨୭.୭୨ ଡିଗ୍ରୀ ସେଲସିୟସ୍ ରହିଥିଲା, ଯାହା ସ୍ୱାଭାବିକଠାରୁ ୦.୬୦ ଡିଗ୍ରୀ ଅଧିକ।

ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଅନୁଯାୟୀ, ଚଳିତ ବର୍ଷ ଶକ୍ତିଶାଳୀ ‘ଏଲ୍-ନିନୋ’ ପ୍ରଭାବ ଜାରି ରହିବ। ଅକ୍ଟୋବର ମାସରେ ଦେଶର ଅଧିକାଂଶ ସ୍ଥାନରେ ସର୍ବାଧିକ ଏବଂ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବା ସହ ବର୍ଷା ପରିମାଣ କମ୍ ହେବାର ସମ୍ଭାବନା ରହିଛି। ଡିସେମ୍ବର ଯାଏ ଏଲ୍-ନିନୋ ସ୍ଥିତି ଶୀର୍ଷ ସ୍ତରରେ ରହିବ ଏବଂ ଚଳିତ ଥର ଶୀତ ମଧ୍ୟ କମ ହେବା ନେଇ ଆକଳନ କରାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)