ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର; ନନ୍ଦନକାନନରେ ଦେଖିବାକୁ ମିଳିବେ ୫ ଓରାଙ୍ଗଉଟାନ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ଏଠାରେ ପର୍ଯ୍ୟଟକମାନେ ନୂଆ ଓରାଙ୍ଗଉଟାନ ଅତିଥିଙ୍କୁ ଦେଖିବାର ସୁଯୋଗ ପାଇବେ। ନନ୍ଦନକାନନ ଗସ୍ତ ସମୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀଙ୍କ ସହ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ପିସିସିଏଫ୍‌ ପ୍ରେମ କୁମାର ଝା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଥିଲେ। ଏହି ସମୟରେ ସେମାନେ ଉଦ୍ଧାର ହୋଇ ଆସିଥିବା ୫ଟି ଓରାଙ୍ଗଉଟାନ ଶାବକଙ୍କ ସ୍ୱାସ୍ଥ୍ୟ ଏବଂ ସେବାଯତ୍ନର ତଦାରଖ କରିଥିଲେ। ଶାବକମାନଙ୍କ ଖାଦ୍ୟପେୟ ତଥା ସେମାନଙ୍କ ଗତିବିଧି ସମ୍ପର୍କରେ ମଧ୍ୟ ଅଧିକାରୀମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।

ସୂଚନା ଅନୁସାରେ, ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱରରୁ ଏହି ୫ଟି ଓରାଙ୍ଗଉଟାନ ଶାବକଙ୍କୁ ଉଦ୍ଧାର କରାଯାଇଥିଲା। ବର୍ତ୍ତମାନ ସେମାନଙ୍କୁ ପ୍ରାଣୀ ଚିକିତ୍ସାଳୟ ନିକଟସ୍ଥ ଶିଶୁ ଯତ୍ନ କେନ୍ଦ୍ରର ସଙ୍ଗରୋଧ ଗୃହରେ ରଖାଯାଇଛି। ଆରମ୍ଭରୁ ସେମାନେ ରକ୍ତହୀନତାର ଶିକାର ଥିବାରୁ ଏକ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଠନ କରାଯାଇ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଥିଲା। ଡାକ୍ତରମାନେ ସେମାନଙ୍କୁ ୨୪ ଘଣ୍ଟା ନଜରରେ ରଖିବା ସହ ଖେଳିବା ପାଇଁ କଣ୍ଢେଇ ଓ ଦୋଳିର ବ୍ୟବସ୍ଥା କରିଥିଲେ। ଏବେ ଶାବକମାନେ ଧୀରେ ଧୀରେ ସୁସ୍ଥ ହେଉଥିବା ବେଳେ ସେମାନଙ୍କୁ ସିଝା ଗାଜର ଓ ବିନ୍ସ ଭଳି ପୃଷ୍ଟିକର ଖାଦ୍ୟ ଦିଆଯାଉଛି। ଏହା ସହିତ ପ୍ରତିଦିନ ସକାଳେ ସେମାନଙ୍କୁ କଅଁଳ ଖରାରେ ମଧ୍ୟ ବୁଲାଯାଉଛି। ବୈଷୟିକ କମିଟିର ପରାମର୍ଶ କ୍ରମେ ଖୁବ୍ ଶୀଘ୍ର ଏହି ଶାବକମାନଙ୍କ ଡିଏନ୍‌ଏ (DNA) ପରୀକ୍ଷା ପାଇଁ ରକ୍ତ ନମୁନା ସଂଗ୍ରହ କରାଯିବ। ୩୦ ଦିନର ସଙ୍ଗରୋଧ ଅବଧି ଶେଷ ହେବା ପରେ ପର୍ଯ୍ୟଟକମାନଙ୍କ ଦେଖିବା ପାଇଁ ଏମାନଙ୍କୁ ନିର୍ଦ୍ଦିଷ୍ଟ ଖୁଆଡ଼କୁ ଛଡ଼ାଯିବ ।

ଏହି ଗସ୍ତ କାଳରେ ଉପମୁଖ୍ୟମନ୍ତ୍ରୀ ପାଣି ଓଧଙ୍କ ଖୁଆଡ଼ ବୁଲି ଦେଖିବା ସହ ସେମାନଙ୍କ ଜଳକ୍ରୀଡ଼ାର ମଜା ନେଇଥିଲେ। ଏଥିସହ ଆଗାମୀ ଦିନରେ ନନ୍ଦନକାନନରେ କଙ୍ଗାରୁ, ୱାଲାବି ଓ ଜେବ୍ରା ଭଳି ନୂଆ ଜନ୍ତୁଙ୍କୁ ଦେଖିବାକୁ ମିଳିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ପରିଦର୍ଶନ ସମୟରେ ଉପନିର୍ଦ୍ଦେଶକ ପ୍ରଦୀପ ମୀରାସେ ଓ ବରିଷ୍ଠ ପ୍ରାଣୀ ଚିକିତ୍ସକ ଶରତ ସାହୁଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

ଏବେ ସମସ୍ତଙ୍କ ଅପେକ୍ଷା କେବେ ଶେଷ ହେବ ୩୦ ଦିନର କ୍ୱାରେଣ୍ଟାଇନ୍? କେବେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ସାମ୍ନାକୁ ଆସିବେ ଏହି ୫ ଓରାଙ୍ଗଉଟାନ ଶାବକ? ସ୍ୱାସ୍ଥ୍ୟରେ ଉନ୍ନତି ପରେ ଏହି ନୂଆ ଅତିଥିଙ୍କୁ ଦେଖିବାକୁ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼ ବଢ଼ିବା ନେଇ ଆଶା ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

Debi Prasad Ojha
ଲେଖକ
Debi Prasad Ojha

Editorial Head at Nirnay TV, leading the newsroom’s editorial direction, news standards, and content strategy. Committed to accurate, responsible, and impactful journalism that keeps audiences informed and empowers them with the truth.

8 ଟି ଖବର ଦେଖନ୍ତୁ →

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)