ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ନନ୍ଦନକାନନରେ ଥିବା ୫ଟି ଓରାଙ୍ଗଉଟାନ୍ ସୁସ୍ଥ: ନୂତନ ରକ୍ତ ପରୀକ୍ଷାରେ ବୃଦ୍ଧି ପାଇଲା ହେମୋଗ୍ଲୋବିନ୍ ସ୍ତର

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପ୍ରାଣୀଉଦ୍ୟାନରେ କ୍ୱାରେଣ୍ଟାଇନ୍‌ରେ ଥିବା ୫ଟି ଓରାଙ୍ଗଉଟାନ୍ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଥିବାଜଣାପଡ଼ିଛି। ନିକଟରେ ସେମାନଙ୍କର କରାଯାଇଥିବା ରକ୍ତ ପରୀକ୍ଷା ରିପୋର୍ଟରୁ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସିଥିବା ଏବଂ ହେମୋଗ୍ଲୋବିନ୍ ସ୍ତର ବୃଦ୍ଧି ପାଇଥିବା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ, ସମସ୍ତ ପାଞ୍ଚଟି ଯାକ ଓରାଙ୍ଗଉଟାନ୍ ଶିଶୁ ସ୍ୱାଭାବିକ ଭାବେ ଖାଦ୍ୟ ଖାଉଛନ୍ତି ଏବଂ ସେମାନଙ୍କ ଆଚରଣ ମଧ୍ୟ ସ୍ୱାଭାବିକ ରହିଛି। ନିକଟରେ ହୋଇଥିବା ରକ୍ତ ପରୀକ୍ଷା ରିପୋର୍ଟରେ ‘M3’ ଏବଂ ‘F2’ ନାମକ ଶିଶୁମାନଙ୍କର ହେମୋଗ୍ଲୋବିନ୍ ସ୍ତରରେ ସନ୍ତୋଷଜନକ ଉନ୍ନତି ପରିଲକ୍ଷିତ ହୋଇଛି। ‘M3’ ର ସ୍ୱାସ୍ଥ୍ୟଗତ ଆବଶ୍ୟକତାକୁ ଦୃଷ୍ଟିରେ ରଖି ତାଙ୍କୁ ଆବଶ୍ୟକୀୟ ଇଞ୍ଜେକ୍ସନ୍ ମଧ୍ୟ ଦିଆଯାଇଛି। ପ୍ରାଣୀ ଚିକିତ୍ସକ ଏବଂ କର୍ମଚାରୀମାନେ ନିରନ୍ତର ସେମାନଙ୍କ ସ୍ୱାସ୍ଥ୍ୟ ଉପରେ କଡ଼ା ନଜର ରଖିଛନ୍ତି।

ପୂର୍ବରୁ ହୋଇଥିବା ସ୍ୱାସ୍ଥ୍ୟ ପରୀକ୍ଷାରୁ ଜଣାପଡ଼ିଥିଲା ଯେ ଏହି ଓରାଙ୍ଗଉଟାନମାନଙ୍କ ମଧ୍ୟରୁ ତିନିଜଣ ରକ୍ତହୀନତା ବା ଆନିମିଆ ସମସ୍ୟାରେ ପୀଡ଼ିତ ଥିଲେ, ଯେଉଁଥିରୁ ଜଣଙ୍କ ଅବସ୍ଥା ଗୁରୁତର ଥିଲା। ଏହାପରେ ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ସେମାନଙ୍କୁ ସପ୍ତାହ ଏବଂ ପୁଷ୍ଟିକର ଖାଦ୍ୟ ଯୋଗାଇଦିଆଯାଉଛି।

ଦିଲ୍ଲୀ ଚିଡ଼ିଆଖାନାର ପ୍ରାଣୀ ଚିକିତ୍ସକ ଡାକ୍ତର ଅଭିଜିତ ଭାୱଲ ଏବଂ ଡେରାଡୁନ୍‌ସ୍ଥିତ ବନ୍ୟପ୍ରାଣୀ ସଂସ୍ଥାନର (WII) ଡାକ୍ତର ସନାଥ କୃଷ୍ଣା ମୁଳିଆ ପ୍ରମୁଖ ବନ୍ୟପ୍ରାଣୀ ବିଶେଷଜ୍ଞମାନେ ନନ୍ଦନକାନନରେ ପହଞ୍ଚି ଏହି ଓରାଙ୍ଗଉଟାନମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସେମାନେ ସେମାନଙ୍କ ଖାଦ୍ୟରେ ପରିବର୍ତ୍ତନ ଆଣିବାକୁ, ଧୀରେ ଧୀରେ ଖାଦ୍ୟର ପରିମାଣ ବୃଦ୍ଧି କରିବାକୁ ଏବଂ ପେଟର କୃମି ନିୟନ୍ତ୍ରଣ ପାଇଁ ଆବଶ୍ୟକୀୟ ଔଷଧ ଦେବାକୁ ପରାମର୍ଶ ଦେଇଥିଲେ।

ସୂଚନାଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରୁ ଏହି ୫ଟି ଓରାଙ୍ଗଉଟାନଙ୍କୁ ଉଦ୍ଧାର କରାଯାଇ ନନ୍ଦନକାନନ ଅଣାଯାଇଥିଲା। ଏନେଇ ବନ୍ୟପ୍ରାଣୀ ଚାଲାଣ ସମ୍ପର୍କିତ ତଦନ୍ତ ଜାରି ରହିଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)