ମଙ୍ଗଳବାର, 20 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ?
ଓଡ଼ିଶା

ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ: ୨୦୨୭ ପରୀକ୍ଷା ପାଇଁ ନିୟମିତ ଏବଂ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ ତାରିଖ ପ୍ରକାଶ

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ପକ୍ଷରୁ ଆଗାମୀ ବର୍ଷର ଉଚ୍ଚ ମାଧ୍ୟମିକ ପରୀକ୍ଷା ପାଇଁ ନିୟମିତ ଏବଂ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀଙ୍କ ନାମାଙ୍କନ ଏବଂ ଫର୍ମ ପୂରଣ ତାରିଖ ଘୋଷଣା କରାଯାଇଛି।

ଆସନ୍ତା ଅକ୍ଟୋବର ୨୬ ରୁ ନଭେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ନିୟମିତ ଛାତ୍ରଛାତ୍ରୀଙ୍କ ପଞ୍ଜୀକରଣ କରାଯିବ। ଏସବିଆଇ କଲେକ୍ଟ ଜରିଆରେ ଅକ୍ଟୋବର ୨୭ ରୁ ନଭେମ୍ବର ୧୬ ତାରିଖ ମଧ୍ୟରେ ପରୀକ୍ଷା ଦେୟ ଜମା କରାଯାଇପାରିବ। ନଭେମ୍ବର ୧୭ ରୁ ୧୯ ଭିତରେ ଫର୍ମ ଜମା କଲେ ୨୦୦ ଟଙ୍କା ଏବଂ ନଭେମ୍ବର ୨୩ ରୁ ୨୬ ଭିତରେ କଲେ ୬୦୦ ଟଙ୍କା ଅତିରିକ୍ତ ଜରିମାନା ଦେବାକୁ ପଡ଼ିବ।

ସୂଚନାଯୋଗ୍ୟ ଯେ, ଯେଉଁ ଛାତ୍ରଛାତ୍ରୀମାନେ ୨୦୨୫ ମସିହାରେ CHSE (O) ଅଧୀନରେ ପଞ୍ଜୀକୃତ ହୋଇଛନ୍ତି, ସେମାନେ ୨୦୨୭ ଉଚ୍ଚ ମାଧ୍ୟମିକ ପରୀକ୍ଷା ପାଇଁ ନିୟମିତ ପ୍ରାର୍ଥୀ ଭାବେ ଯୋଗ୍ୟ ବିବେଚିତ ହେବେ।

ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀଙ୍କ ପାଇଁ ଫର୍ମ ପୂରଣ ପ୍ରକ୍ରିୟା ଅକ୍ଟୋବର ୧ ରୁ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିସହ SBI Collect ଜରିଆରେ ଅକ୍ଟୋବର ୩ ରୁ ଅକ୍ଟୋବର ୧୫ ତାରିଖ ମଧ୍ୟରେ ଦେୟ ପୈଠ କରାଯାଇପାରିବ।

କଳା, ବାଣିଜ୍ୟ, ବିଜ୍ଞାନ ଏବଂ ବୃତ୍ତିଗତ ଧାରା ସମେତ ଦୂରଶିକ୍ଷା ପାଠ୍ୟକ୍ରମରେ ଅଧ୍ୟୟନରତ ସମସ୍ତ ନିୟମିତ ଓ ଏକ୍ସ-ରେଗୁଲାର୍ ଛାତ୍ରଛାତ୍ରୀଙ୍କ ଏହି ନାମାଙ୍କନ ଓ ଫର୍ମ ପୂରଣ ପ୍ରକ୍ରିୟା CHSE ସ୍ୱୀକୃତିପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଅନୁଷ୍ଠିତ ହେବ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)