ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ୨୨ ତାରିଖରୁ ଓଡ଼ିଶା ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ ହୋଇ ଅକ୍ଟୋବର ୩ ପର୍ଯ୍ୟନ୍ତ ଚାଲିବ। ବିଧାନସଭା ଚାଲୁଥିବା ସମୟରେ ସାଧାରଣ ଯାତାୟାତ ନିୟନ୍ତ୍ରଣ, ଯାନବାହନ ଚଳାଚଳ ସୁଗମ କରିବା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଓଡ଼ିଶା ସହରାଞ୍ଚଳ ଆଇନ୍ ୨୦୦୩ ଏବଂ ପୋଲିସ କମିଶନରେଟ ଟ୍ରାଫିକ୍ ଓ ପବ୍ଲିକ୍ ଅର୍ଡର ରେଗୁଲେଶନ ୨୦୦ର୍୮ ଅନୁଯାୟୀ ଏହି କଟକଣା ବଳବତ୍ତର ରହିବ।
ପ୍ରମୁଖ ଟ୍ରାଫିକ୍ କଟକଣା ଓ ବିକଳ୍ପ ରୁଟ୍:
ହାଉସିଂ ବୋର୍ଡ ଛକରୁ ରବୀନ୍ଦ୍ର ମଣ୍ଡପ: ଏହି ପଟୁ ଆସୁଥିବା ଯାନବାହନଗୁଡ଼ିକ କେଶରୀ ଟକୀଜ୍ ଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ନିଜ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।
ଏ.ଜି. ଛକରୁ ପି.ଏମ୍.ଜି. ଛକ: ଏହି ରୁଟ୍ର ଗାଡ଼ିଗୁଡ଼ିକ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ୱରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ଗତି କରିବେ।
ମାଷ୍ଟର କ୍ୟାଣ୍ଟିନ୍ ଛକ: ଏହି ପଟୁ ଆସୁଥିବା ଗାଡ଼ିଗୁଡ଼ିକ ଲୋୟର ପି.ଏମ୍.ଜି. ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ।
୧୨୦ ବାଟାଲିୟନ ଛକରୁ ରବୀନ୍ଦ୍ର ମଣ୍ଡପ: ଏହି ପଥରେ ଯିବାକୁ ଚାହୁଁଥିବା ଯାନବାହନଗୁଡ଼ିକ ପାଣ୍ଡରା ହାଉସ୍ ଛକ ଦେଇ ଗତି କରିବେ।
ଲୋକଭବନ ଛକରୁ ଏମ୍.ଏଲ୍.ଏ କଲୋନୀ/ରବୀନ୍ଦ୍ର ମଣ୍ଡପ: ଏହି ଆଡ଼କୁ ଯାଉଥିବା ସମସ୍ତ ଯାନବାହନ ଶାସ୍ତ୍ରୀ ନଗର ଛକ ଦେଇ ଯାଇପାରିବେ।
କାହା ପାଇଁ କଟକଣା ଲାଗୁ ହେବ ନାହିଁ: ଏହି ସମସ୍ତ କଟକଣା ଜରୁରୀକାଳୀନ କାର୍ଯ୍ୟରେ ନିୟୋଜିତ ପୋଲିସ, ଅଗ୍ନିଶମ, ଆମ୍ବୁଲାନ୍ସ ଏବଂ ବିଧାନସଭା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଗାଡ଼ିଗୁଡ଼ିକ ପାଇଁ ଲାଗୁ ହେବନାହିଁ।