ଗୁରୁବାର, 30 ଜୁଲାଇ 2026
English
ଲାଇଭ୍ ଅପଡେଟ୍ସ
02:33 PM ଚଳନ୍ତା ବସ୍ ଆଗରେ ଛିଡ଼ା ହୋଇ ଦୁର୍ଘଟଣା ଟାଳିଲେ ACP ମୋନିକା ଶୁକ୍ଲା | 02:33 PM କଙ୍ଗନାଙ୍କ ମନ୍ତବ୍ୟକୁ ସୌରଭ ଦାସଙ୍କ ଜବାବ, ହ୍ରିତିକ୍ ତୁଳନାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା | 02:33 PM ପାକିସ୍ତାନର ହାଙ୍ଗୁ ଚେକ୍‌ପୋଷ୍ଟରେ ଆକ୍ରମଣ, ୭ ପୋଲିସ କର୍ମଚାରୀଙ୍କ ମୃତ୍ୟୁ | 02:32 PM ଗୁଜରାଟରେ ଘର ବାଥରୁମରୁ ମିଳିଲା ୭ ଫୁଟର କୁମ୍ଭୀର, ଘଣ୍ଟାଏ ପରେ ସୁରକ୍ଷିତ ଉଦ୍ଧାର | 02:33 PM ଚଳନ୍ତା ବସ୍ ଆଗରେ ଛିଡ଼ା ହୋଇ ଦୁର୍ଘଟଣା ଟାଳିଲେ ACP ମୋନିକା ଶୁକ୍ଲା | 02:33 PM କଙ୍ଗନାଙ୍କ ମନ୍ତବ୍ୟକୁ ସୌରଭ ଦାସଙ୍କ ଜବାବ, ହ୍ରିତିକ୍ ତୁଳନାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା | 02:33 PM ପାକିସ୍ତାନର ହାଙ୍ଗୁ ଚେକ୍‌ପୋଷ୍ଟରେ ଆକ୍ରମଣ, ୭ ପୋଲିସ କର୍ମଚାରୀଙ୍କ ମୃତ୍ୟୁ | 02:32 PM ଗୁଜରାଟରେ ଘର ବାଥରୁମରୁ ମିଳିଲା ୭ ଫୁଟର କୁମ୍ଭୀର, ଘଣ୍ଟାଏ ପରେ ସୁରକ୍ଷିତ ଉଦ୍ଧାର | 02:33 PM ଚଳନ୍ତା ବସ୍ ଆଗରେ ଛିଡ଼ା ହୋଇ ଦୁର୍ଘଟଣା ଟାଳିଲେ ACP ମୋନିକା ଶୁକ୍ଲା | 02:33 PM କଙ୍ଗନାଙ୍କ ମନ୍ତବ୍ୟକୁ ସୌରଭ ଦାସଙ୍କ ଜବାବ, ହ୍ରିତିକ୍ ତୁଳନାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା | 02:33 PM ପାକିସ୍ତାନର ହାଙ୍ଗୁ ଚେକ୍‌ପୋଷ୍ଟରେ ଆକ୍ରମଣ, ୭ ପୋଲିସ କର୍ମଚାରୀଙ୍କ ମୃତ୍ୟୁ | 02:32 PM ଗୁଜରାଟରେ ଘର ବାଥରୁମରୁ ମିଳିଲା ୭ ଫୁଟର କୁମ୍ଭୀର, ଘଣ୍ଟାଏ ପରେ ସୁରକ୍ଷିତ ଉଦ୍ଧାର
ପାଣିପାଗ

ଓଡ଼ିଶାରୁ ହଟିଲା ଲଘୁଚାପ ପ୍ରଭାବ, ଅଗଷ୍ଟ ୩ରୁ ପୁଣି ବଢ଼ିପାରେ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ଓଡ଼ିଶାଠାରୁ ଦୂରେଇ ଯାଇଥିବାରୁ ରାଜ୍ୟ ଉପରେ ଲଘୁଚାପର ସିଧାସଳଖ ପ୍ରଭାବ ଆଉ ନାହିଁ। ତଥାପି ଦକ୍ଷିଣ ଓଡ଼ିଶା ସମେତ କେତେକ ସ୍ଥାନରେ ବର୍ଷା ଜାରି ରହିପାରେ।

ପାଣିପାଗ ପୂର୍ବାନୁମାନ ଅନୁସାରେ ଆସନ୍ତା ଚାରି ଦିନ ମଧ୍ୟରେ ବଡ଼ ବର୍ଷାର ସମ୍ଭାବନା କମ୍। କିନ୍ତୁ ୧୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ବର୍ଷା ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ଓ ବିଜୁଳି-ଘଡ଼ଘଡ଼ି ହୋଇପାରେ। ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି ରହିଛି।

ଅଗଷ୍ଟ ୩ ତାରିଖରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢ଼ିବା ଆଶଙ୍କା ରହିଛି। ଗତ ୨୪ ଘଣ୍ଟାରେ ନୂଆପଡ଼ାର ସିନାପାଲିରେ ସର୍ବାଧିକ ୧୬୪ ମିଲିମିଟର ବର୍ଷା ହୋଇଥିବାବେଳେ ଜୁନ୍ ୧ରୁ ଏପର୍ଯ୍ୟନ୍ତ ରାଜ୍ୟରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି।


ସୂତ୍ର: ମୂଳ ରିପୋର୍ଟ

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)