ଗୁରୁବାର, 30 ଜୁଲାଇ 2026
English
ଲାଇଭ୍ ଅପଡେଟ୍ସ
02:33 PM ଚଳନ୍ତା ବସ୍ ଆଗରେ ଛିଡ଼ା ହୋଇ ଦୁର୍ଘଟଣା ଟାଳିଲେ ACP ମୋନିକା ଶୁକ୍ଲା | 02:33 PM କଙ୍ଗନାଙ୍କ ମନ୍ତବ୍ୟକୁ ସୌରଭ ଦାସଙ୍କ ଜବାବ, ହ୍ରିତିକ୍ ତୁଳନାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା | 02:33 PM ପାକିସ୍ତାନର ହାଙ୍ଗୁ ଚେକ୍‌ପୋଷ୍ଟରେ ଆକ୍ରମଣ, ୭ ପୋଲିସ କର୍ମଚାରୀଙ୍କ ମୃତ୍ୟୁ | 02:32 PM ଗୁଜରାଟରେ ଘର ବାଥରୁମରୁ ମିଳିଲା ୭ ଫୁଟର କୁମ୍ଭୀର, ଘଣ୍ଟାଏ ପରେ ସୁରକ୍ଷିତ ଉଦ୍ଧାର | 02:33 PM ଚଳନ୍ତା ବସ୍ ଆଗରେ ଛିଡ଼ା ହୋଇ ଦୁର୍ଘଟଣା ଟାଳିଲେ ACP ମୋନିକା ଶୁକ୍ଲା | 02:33 PM କଙ୍ଗନାଙ୍କ ମନ୍ତବ୍ୟକୁ ସୌରଭ ଦାସଙ୍କ ଜବାବ, ହ୍ରିତିକ୍ ତୁଳନାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା | 02:33 PM ପାକିସ୍ତାନର ହାଙ୍ଗୁ ଚେକ୍‌ପୋଷ୍ଟରେ ଆକ୍ରମଣ, ୭ ପୋଲିସ କର୍ମଚାରୀଙ୍କ ମୃତ୍ୟୁ | 02:32 PM ଗୁଜରାଟରେ ଘର ବାଥରୁମରୁ ମିଳିଲା ୭ ଫୁଟର କୁମ୍ଭୀର, ଘଣ୍ଟାଏ ପରେ ସୁରକ୍ଷିତ ଉଦ୍ଧାର | 02:33 PM ଚଳନ୍ତା ବସ୍ ଆଗରେ ଛିଡ଼ା ହୋଇ ଦୁର୍ଘଟଣା ଟାଳିଲେ ACP ମୋନିକା ଶୁକ୍ଲା | 02:33 PM କଙ୍ଗନାଙ୍କ ମନ୍ତବ୍ୟକୁ ସୌରଭ ଦାସଙ୍କ ଜବାବ, ହ୍ରିତିକ୍ ତୁଳନାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା | 02:33 PM ପାକିସ୍ତାନର ହାଙ୍ଗୁ ଚେକ୍‌ପୋଷ୍ଟରେ ଆକ୍ରମଣ, ୭ ପୋଲିସ କର୍ମଚାରୀଙ୍କ ମୃତ୍ୟୁ | 02:32 PM ଗୁଜରାଟରେ ଘର ବାଥରୁମରୁ ମିଳିଲା ୭ ଫୁଟର କୁମ୍ଭୀର, ଘଣ୍ଟାଏ ପରେ ସୁରକ୍ଷିତ ଉଦ୍ଧାର
ଓଡ଼ିଶା

କଳାହାଣ୍ଡି ବନ୍ୟାରେ ଜିଲ୍ଲାପାଳଙ୍କ ରେସ୍କ୍ୟୁ ଅପରେସନ୍, ଲାଇଫ୍ ଜ୍ୟାକେଟ୍ ପିନ୍ଧି ୧୫ ଜଣଙ୍କୁ ଉଦ୍ଧାର

କଳାହାଣ୍ଡି: ବନ୍ୟାଜଳରେ ଫସିଥିବା ଲୋକଙ୍କ ଉଦ୍ଧାରରେ ନିଜେ ସାମିଲ ହୋଇଛନ୍ତି କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ। କେସିଙ୍ଗା ବ୍ଲକ୍‌ର ବେଲଖଣ୍ଡି ଶିବ ମନ୍ଦିରରେ ଜଳବନ୍ଦୀ ହୋଇଥିବା ୧୫ ଜଣଙ୍କୁ ଅଗ୍ନିଶମ ବାହିନୀ ସହଯୋଗରେ ସୁରକ୍ଷିତ ଭାବେ ବାହାର କରାଯାଇଛି।

ଉଦ୍ଧାର କାର୍ଯ୍ୟ ସମୟରେ ଜିଲ୍ଲାପାଳ ନିଜେ ଲାଇଫ୍ ଜ୍ୟାକେଟ୍ ପିନ୍ଧି ରେସ୍କ୍ୟୁ ଟିମ୍ ସହ ଯାଇଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ ମଧ୍ୟ ଅଭିଯାନରେ ଯୋଗ ଦେଇଥିଲେ। ରଜାପଡ଼ାରୁ ୭ ଜଣ ଏବଂ ବେଦାନ୍ତ ପମ୍ପ ହାଉସ୍ ଅଞ୍ଚଳରୁ ଆଉ ୨ ଜଣଙ୍କୁ ମଧ୍ୟ ଅଗ୍ନିଶମ କର୍ମଚାରୀ ଉଦ୍ଧାର କରିଛନ୍ତି।

ବନ୍ୟା ପ୍ରଭାବିତ କେସିଙ୍ଗାର ଅନେକ ଅଞ୍ଚଳ ପରିଦର୍ଶନ କରି ପ୍ରଶାସନ ସ୍ଥିତିର ସମୀକ୍ଷା କରିଛି। ଜଳମଗ୍ନ ଜମିରେ ବ୍ୟାପକ ଫସଲ କ୍ଷତି ହୋଇଥିବାରୁ ପରବର୍ତ୍ତୀ ପର୍ଯ୍ୟାୟରେ କ୍ଷୟକ୍ଷତି ଆକଳନ ଉପରେ ମଧ୍ୟ ନଜର ରହିଛି।


ସୂତ୍ର: ମୂଳ ରିପୋର୍ଟ

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)