ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ଓଡ଼ିଶାର ଏହି ଛୋଟ ଆଦିବାସୀ ଗାଁ ପାଲଟିଛି ଦେଶ ପାଇଁ ମଡେଲ୍: ଗତ ୧୫ ବର୍ଷ ହେବ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ ଓ ଅଳିଆମୁକ୍ତ

ଭୁବନେଶ୍ୱର: ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଏକ କ୍ଷୁଦ୍ର ଆଦିବାସୀ ଗାଁ ବାବୈଜୋଡ଼ା (Babeijoda) ଏବେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ପ୍ରସିଦ୍ଧ ଶିଳ୍ପପତି ତଥା RPG ଗ୍ରୁପ୍ ଅଧ୍ୟକ୍ଷ ହର୍ଷ ଗୋଏଙ୍କା ନିଜର ଅଫିସିଆଲ୍ ‘ଏକ୍ସ’ ହ୍ୟାଣ୍ଡେଲରେ ଏହି ଗାଁର ଏକ ଭିଡିଓ ସେୟାର କରି ଏହାର ଅତ୍ୟନ୍ତ ପରିଷ୍କାର ପରିଚ୍ଛନ୍ନତା ଏବଂ ସାମୂହିକ ଅନୁଶାସନକୁ ଭୂୟସୀ ପ୍ରଶଂସା କରିଛନ୍ତି।

୧୫ ବର୍ଷରୁ ଅଧିକ ସମୟ ଧରି ଅଳିଆ ଓ ପ୍ଲାଷ୍ଟିକ୍ ମୁକ୍ତ: ହର୍ଷ ଗୋଏଙ୍କା ତାଙ୍କ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, ଦୃଢ଼ ସାମୂହିକ ଭାବନା ଏବଂ ଲୋକଙ୍କ ନିଜସ୍ୱ ଉଦ୍ୟମ ବଳରେ ଏହି ଗାଁଟି ଗତ ୧୫ ବର୍ଷ ହେବ ସମ୍ପୂର୍ଣ୍ଣ ପରିଷ୍କାର, ଆବର୍ଜନା ମୁକ୍ତ ଏବଂ ପ୍ଲାଷ୍ଟିକ୍-ମୁକ୍ତ ହୋଇ ରହିପାରିଛି।

ସରକାରୀ ସହାୟତାକୁ ଅପେକ୍ଷା ନ କରି ଗାଁର ମହିଳାମାନେ ଦିନକୁ ତିନିଥର ରାସ୍ତାଘାଟ ସଫା କରିବା, ବାହାରୁ ଆସୁଥିବା ଲୋକଙ୍କୁ ପ୍ଲାଷ୍ଟିକ୍ ବ୍ୟବହାର ନ କରିବାକୁ କଡ଼ା ନିୟମ କରିବା ଭଳି ପଦକ୍ଷେପ ନେଇଛନ୍ତି। ଏହି ପଦ୍ଧତିକୁ ଦେଶର ପ୍ରତ୍ୟେକ ଗାଁ ଏବଂ ସହରର ୱାର୍ଡ଼ଗୁଡ଼ିକରେ କାହିଁକି ଆପଣାଯାଇପାରିବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ଜୀବନ୍ତ କାନଭାସ୍ ପାଲଟିଥିବା ସାଂସ୍କୃତିକ ପରମ୍ପରା:ମୁଖ୍ୟତଃ ସାନ୍ତାଳ ସମ୍ପ୍ରଦାୟର ଲୋକେ ବାସ କରୁଥିବା ଏହି ଗାଁଟି ଏହାର ଶାନ୍ତ ଏବଂ ଏକତାବଦ୍ଧ ଜୀବନଶୈଳୀ ପାଇଁ ଜଣାଶୁଣା। ଏଠାକାର ମାଟି କାନ୍ଥଗୁଡ଼ିକରେ ସ୍ଥାନୀୟ ମହିଳାମାନଙ୍କ ଦ୍ୱାରା ଅଙ୍କିତ ପାରମ୍ପରିକ ଭିତ୍ତିଚିତ୍ର ଗାଁର ଶୋଭାକୁ ଦ୍ୱିଗୁଣିତ କରିଥାଏ। ପରମ୍ପରା ଏବଂ ସଚେତନତାର ଏଭଳି ଅନନ୍ୟ ମିଶ୍ରଣ ଗାଁକୁ ଏକ ଜୀବନ୍ତ କାନଭାସ୍‌ର ରୂପ ଦେଇଛି।

ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ନାଗରିକମାନେ ଏହାକୁ ନେଇ ବେଶ୍ ଚର୍ଚ୍ଚା କରୁଛନ୍ତି। ସହରାଞ୍ଚଳର ବାସିନ୍ଦାମାନେ ଏହି ଗାଁରୁ ନାଗରିକ ଦାୟିତ୍ୱବୋଧର ଶିକ୍ଷା ନେବା ଆବଶ୍ୟକ ବୋଲି ନେଟିଜେନ୍ସମାନେ ମତ ଦେଇଛନ୍ତି। ପୂର୍ବରୁ ମଧ୍ୟ ଦେଶର ବିଭିନ୍ନ ଶିଳ୍ପପତି ଓଡ଼ିଶାର ସାଂସ୍କୃତିକ ବିଭବ ଏବଂ ଏପରି ଗ୍ରାମୀଣ ସଫଳତାକୁ ପ୍ରଶଂସା କରିଆସିଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)