ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ବ୍ରଜ ମୋହନ ରାମ

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ବ୍ରଜ ମୋହନ ରାମଙ୍କୁ ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି। ସେ ବର୍ତ୍ତମାନର ରାଜ୍ୟପାଳ ଡ. ହରି ବାବୁ କମ୍ଭମପତିଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ।

ଦେଶର ୬ଟି ରାଜ୍ୟରେ ରାଜ୍ୟପାଳ ପରିବର୍ତ୍ତନ ନେଇ ରାଷ୍ଟ୍ରପତି ଭବନ ପକ୍ଷରୁ ଏକ ବଡ଼ଧରଣର ଅଦଳବଦଳ ଘୋଷଣା କରାଯାଇଛି, ଯାହାକି ସେମାନେ ନିଜ କାର୍ଯ୍ୟଭାର ଗ୍ରହଣ କଲା ପାଖରୁ କାର୍ଯ୍ୟକାରୀ ହେବ।

୬୮ ବର୍ଷୀୟ ବ୍ରଜ ମୋହନ ରାମ ଝାଡ଼ଖଣ୍ଡ ରାଜନୀତିର ଜଣେ ଜଣାଶୁଣା ଚେହେରା ଅଟନ୍ତି। ସେ ୧୯୫୮ ଜାନୁଆରୀ ୧ ତାରିଖରେ ପାଲାମୁ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ।ସେ ୧୯୯୧ ରୁ 1995 ପର୍ଯ୍ୟନ୍ତ ବିହାର ବିଧାନସଭାର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।

ପରେ ସେ ବିଜେପି ଟିକେଟ୍‌ରେ ପାଲାମୁ ଲୋକସଭା ଆସନରୁ ୧୯୯୬, ୧୯୯୮ ଏବଂ ୧୯୯୯ ମସିହାରେ କ୍ରମାଗତ ଭାବେ ତିନିଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସଂସଦରେ ସେ ବିଜୁଳି, କୋଇଲା ଏବଂ ରେଳବାଇ ଭଳି ପ୍ରମୁଖ କମିଟିରେ ସେବା ପ୍ରଦାନ କରିଛନ୍ତି।

ଏହି ପ୍ରଶାସନିକ ଅଦଳବଦଳ ଅଧୀନରେ ରାଷ୍ଟ୍ରପତି ଓମ୍ ପ୍ରକାଶ ମାଥୁରଙ୍କୁ କେରଳର ରାଜ୍ୟପାଳ, ରାଜେନ୍ଦ୍ର ବିଶ୍ୱନାଥ ଆରଲେକରଙ୍କୁ ତାମିଲନାଡ଼ୁ, ଡ. ସୁଧା ଯାଦବଙ୍କୁ କର୍ଣ୍ଣାଟକ, ଡ. ଢାଲ ସିଂହ ବିସେନଙ୍କୁ ଉତ୍ତରାଖଣ୍ଡ ଏବଂ ଦୁଷ୍ୟନ୍ତ ଗୌତମଙ୍କୁ ସିక్కిମର ରାଜ୍ୟପାଳ ଭାବେ ନିଯୁକ୍ତି ଦେଇଛନ୍ତି। ନୂତନ ରାଜ୍ୟପାଳ ବ୍ରଜ ମୋହନ ରାମ ଭୁବନେଶ୍ୱରରେ ପହଞ୍ଚି ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବେ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)