ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ନନ୍ଦନକାନନରେ ସୁସ୍ଥ ହେଉଛନ୍ତି ଶିଶୁ ଓରାଙ୍ଗଉଟାନ୍: ୩ ଜଣଙ୍କଠାରେ ରକ୍ତହୀନତା ଚିହ୍ନଟ, ସପ୍ଲିମେଣ୍ଟ ଓ ଔଷଧ ସେବନ ଆରମ୍ଭ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲାର ଜଙ୍ଗଲରୁ ଉଦ୍ଧାର କରାଯାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନର କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିବା ୫ଟି ଶିଶୁ ଓରାଙ୍ଗଉଟାନ୍‌ଙ୍କ ମଧ୍ୟରୁ ୩ ଜଣ ରକ୍ତହୀନତା (Anemia) ରୋଗରେ ଆକ୍ରାନ୍ତ ଥିବା ଜଣାପଡ଼ିଛି। ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି ସ୍ୱାସ୍ଥ୍ୟ ବିବରଣୀ ଅନୁଯାୟୀ, ରକ୍ତ ପରୀକ୍ଷାରୁ ଗୋଟିଏ ଓରାଙ୍ଗଉଟାନ୍ ଗୁରୁତର ରକ୍ତହୀନତାରେ ପୀଡ଼ିତ ଥିବା ବେଳେ ଅନ୍ୟ ଦୁଇଟିଠାରେ ସାମାନ୍ୟ ରକ୍ତହୀନତା ଲକ୍ଷଣ ଦେଖାଯାଇଛି।

ବନ ବିଭାଗର ବନ୍ୟପ୍ରାଣୀ ଶାଖା ପକ୍ଷରୁ ଗଠିତ ୫-ସଦସ୍ୟ ବିଶିଷ୍ଟ ବୈଷୟିକ କମିଟି ନନ୍ଦନକାନନ ସ୍ଥିତ ‘ହ୍ୟାଣ୍ଡ-ରିୟରିଂ ସେଣ୍ଟର’ ପରିଦର୍ଶନ କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। କମିଟିର ପରାମର୍ଶ କ୍ରମେ ଆକ୍ରାନ୍ତ ଶିଶୁ ଓରାଙ୍ଗଉଟାନ୍‌ମାନଙ୍କୁ ପୁଷ୍ଟିକର ସହାୟକ ଖାଦ୍ୟ ଏବଂ ପ୍ରଶମନକାରୀ ଔଷଧ ଦିଆଯିବା ଆରମ୍ଭ ହୋଇଛି।

ନିୟମିତ ପରୀକ୍ଷା ସମୟରେ ସମସ୍ତ ୫ଟି ଶିଶୁ ଓରାଙ୍ଗଉଟାନ୍‌ଙ୍କ ଶରୀରର ତାପମାତ୍ରା ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୂଚକାଙ୍କ ସ୍ୱାଭାବିକ ଥିବା ସ୍ପଷ୍ଟ ହୋଇଛି। ଏହାପୂର୍ବରୁ ସେମାନଙ୍କର ଛାତି, ପେଟ ଓ ମୁଣ୍ଡର ଏକ୍ସ-ରେ ସହ ରକ୍ତ, ସେରମ୍ ଏବଂ ନାସୋ-ଫାରିଞ୍ଜିଆଲ୍ ସ୍ୱାବ୍ ନମୁନା ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠାଯାଇଥିଲା।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୮ ତାରିଖରେ ବାଲେଶ୍ୱର ଜିଲ୍ଲାର ଏକ ଜଙ୍ଗଲରୁ ଏହି ୫ଟି ଓରାଙ୍ଗଉଟାନ୍ ଛୁଆଙ୍କୁ ଉଦ୍ଧାର କରାଯାଇଥିଲା। ସେମାନଙ୍କର ଉଚିତ୍ ସ୍ୱାସ୍ଥ୍ୟସେବା, ଯତ୍ନ ଏବଂ ପରିଚାଳନା ପାଇଁ ରାଜ୍ୟ ବନ ବିଭାଗ ପକ୍ଷରୁ ଏହି ସ୍ୱତନ୍ତ୍ର ବୈଷୟିକ କମିଟି ଗଠନ କରାଯାଇ ନଜର ରଖାଯାଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)