ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ମନୋରଞ୍ଜନ

ଓଡ଼ିଆ ହରର୍ ଫିଲ୍ମ ‘ଦାହାନ୍’: ଭୁବନେଶ୍ୱରର ବିଭିନ୍ନ ସିନେମା ହଲ୍‌ରେ ଆରମ୍ଭ ହେଲା ଲେଟ୍‌-ନାଇଟ୍ ଶୋ’

ଭୁବନେଶ୍ୱର: ଓଡ଼ିଆ ସିନେପ୍ରେମୀଙ୍କୁ ଭୟଙ୍କର ଅନୁଭୂତି ଦେବା ପାଇଁ ହଲ୍‌କୁ ଆସିଥିବା ସୁପରନ୍ୟାଚୁରାଲ୍ ହରର୍ ଫିଲ୍ମ ‘ଦାହାନ୍: ଦି ଇଭିଲ୍ ୱିଦିନ୍’ (Dahaan: The Evil Within) ବର୍ତ୍ତମାନ ଚର୍ଚ୍ଚାରେ ରହିଛି।

ଫିଲ୍ମକୁ ମିଳୁଥିବା ଜବରଦସ୍ତ ପ୍ରତିକ୍ରିୟାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଭୁବନେଶ୍ୱରର ପ୍ରମୁଖ ସିନେମା ହଲ୍‌ଗୁଡ଼ିକରେ ବିଶେଷ ‘ଲେଟ୍‌-ନାଇଟ୍ ଶୋ’ ଆରମ୍ଭ ହୋଇଥିବା ଘୋଷଣା କରିଛନ୍ତି। “Horror hits different at night” (ରାତିରେ ହରର୍‌ର ମଜା ଅଲଗା) ଟ୍ୟାଗ୍‌ଲାଇନ୍ ସହ ଏହି ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଉଛି।

ପ୍ରଦର୍ଶନ ସମୟ:

ସିନେପୋଲିସ୍ (Cinepolis): ରାତି ୯:୧୦

ସିମ୍ଫୋନୀ (Symphony): ରାତି ୯:୩୦

ପିଭିଆର୍ (PVR): ରାତି ୧୦:୧୫

ଇନୋକ୍ସ, ଭବାନୀ ମଲ୍ (INOX Bhawani Mall): ରାତି ୧୦:୫୫

ଡିଏନ୍ ରେଗାଲିଆ (DN Regalia): ରାତି ୧୧:୩୦

କାହାଣୀ: ପ୍ରାୟ ୩୦ ବର୍ଷ ପରେ ସିଂହଦେବ ପରିବାର ନିଜର ପୈତୃକ ପ୍ରାସାଦକୁ ଫେରିବା ଏବଂ ଗୋଟିଏ ବନ୍ଦ ବାକ୍ସ ଖୋଲିବା ପରେ ଏକ ଆଦିମ ଆତ୍ମା ବାହାରି ସେମାନଙ୍କୁ କବଳିତ କରିବା କାହାଣୀ ଉପରେ ଆଧାରିତ।

ପ୍ରଦର୍ଶନ ଓ ନିର୍ଦ୍ଦେଶନା: ଜାତୀୟ ପୁରସ୍କାରପ୍ରାପ୍ତ ଫିଲ୍ମ ‘ପ୍ରତୀକ୍ଷା’ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ପ୍ରମୁଖ ଭୂମିକାରେ ଅଭିନେତ୍ରୀ ଅରୋସିଖା ମିଶ୍ରଙ୍କ ଦମଦାର ଅଭିନୟ ଏବଂ ଦୀପକ କୁମାରଙ୍କ ସିନେମାଟୋଗ୍ରାଫି ପ୍ରଶଂସା ସାଉଁଟିଛି।

ଅଭୂତପୂର୍ବ ସଫଳତା: ‘ଅମିୟ ପଟ୍ଟନାୟକ ପ୍ରୋଡକ୍ସନ୍ସ’ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ‘A’ ସାର୍ଟିଫିକେଟ୍ ପାଇଥିବା ବେଳେ ଏହାର ରନ୍-ଟାଇମ୍ ୨ ଘଣ୍ଟା ୧୨ ମିନିଟ୍ ରହିଛି। IMDbରେ ଏହାକୁ ୯.୧ ରେଟିଂ ମିଳିଛି। ରିଲିଜ୍ ପୂର୍ବରୁ ମୁମ୍ବାଇରେ ଏହାର ସ୍ୱତନ୍ତ୍ର ପ୍ରିମିୟର୍ ମଧ୍ୟ କରାଯାଇଥିଲା।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)