ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଓଡ଼ିଶା

ଓଡ଼ିଶାର ଏକାଧିକ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ: ବାଙ୍କୀ ଓ ଖଡ଼ିଆଳ କଲେଜ ‘ସାଇନ୍ ଡାଇ’ ଘୋଷଣା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୧୫ ରେ ହେବାକୁ ଥିବା ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ଓଡ଼ିଶାର ଏକାଧିକ ପ୍ରମୁଖ କଲେଜରେ ନିର୍ବାଚନ ବାତିଲ କରାଯାଇଛି। କ୍ୟାମ୍ପସରେ ଅଶାନ୍ତି ଏବଂ ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲାର ବାଙ୍କୀ ସ୍ୱୟଂଶାସିତ କଲେଜ ଏବଂ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ସ୍ୱୟଂଶାସିତ କଲେଜରେ ନିର୍ବାଚନ ବାତିଲ କରାଯିବା ସହ କଲେଜକୁ ‘ସାଇନ୍ ଡାଇ’ ଘୋଷଣା କରାଯାଇଛି।

ବିଭିନ୍ନ ଜିଲ୍ଲାରେ ନିର୍ବାଚନ ବାତିଲର ସ୍ଥିତି: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା କଲେଜଗୁଡ଼ିକରେ ନିର୍ବାଚନ ବାତିଲ ହୋଇଥିବା ରିପୋର୍ଟ ମିଳିଛି..

ଗଞ୍ଜାମ: ଆସିକାର ନିମିନାସ୍ଥିତ ବୃନ୍ଦାବନ ଚନ୍ଦ୍ର କଲେଜରେ ନିର୍ବାଚନ ବାତିଲ କରାଯାଇଛି।

କେନ୍ଦ୍ରାପଡ଼ା ଓ ନବରଙ୍ଗପୁର: ପଟ୍ଟାମୁଣ୍ଡାଇର ୟୁ.କେ. ମହାବୀର କଲେଜ ଏବଂ ନବରଙ୍ଗପୁର ଜିଲ୍ଲା ଉମରକୋଟସ୍ଥିତ କଲେଜରେ ମଧ୍ୟ ଭୋଟଗ୍ରହଣ ପ୍ରକ୍ରିୟାକୁ ରଦ୍ଦ କରାଯାଇଛି।

ଯାଜପୁର: ମୁଗୁପାଳସ୍ଥିତ ଉପେନ୍ଦ୍ରନାଥ ସାରଦା ମହାବିଦ୍ୟାଳୟରେ ନିର୍ବାଚନକୁ ବାତିଲ କରାଯାଇଛି।

ଭଦ୍ରକ: ଭଦ୍ରକ ମହିଳା କଲେଜ ଏବଂ ଭଣ୍ଡାରିପୋଖରୀର ନାମୀ ମହାବିଦ୍ୟାଳୟରେ ନିର୍ବାଚନ ବାତିଲ ହୋଇଛି।

ବାଲେଶ୍ୱର: ସୋରସ୍ଥିତ ଜାମ୍ବେଶ୍ୱର ଡିଗ୍ରୀ କଲେଜରେ ମଧ୍ୟ ଭୋଟଗ୍ରହଣ ହେବ ନାହିଁ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି।

ନିର୍ବାଚନ ବାତିଲ ହେବା ଫଳରେ ଛାତ୍ରଛାତ୍ରୀମାନେ ନିର୍ବାଚନୀ ପ୍ରକ୍ରିୟାରେ ଭାଗ ନେବାରୁ ବଞ୍ଚିତ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏହାସହ ବାଙ୍କୀ ଏବଂ ଖଡ଼ିଆଳ କଲେଜରେ ସାଇନ୍ ଡାଇ ଘୋଷଣା ହେବା ଯୋଗୁଁ କ୍ୟାମ୍ପସର ସାଧାରଣ ଶିକ୍ଷାଦାନ ଓ ଅନ୍ୟାନ୍ୟ କାର୍ଯ୍ୟକଳାପ ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)