ସୋମବାର, 19 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ | 09:28 AM ଆସନ୍ତା ଦୁଇ ଦିନ ଯାଏଁ ଜାରି ରହିବ କାଳବୈଶାଖୀ ଓ ବର୍ଷା: ୯ଟି ଜିଲ୍ଲାକୁ ୟେଲୋ ୱାର୍ନିଂ | 09:20 AM ପାକିସ୍ତାନରେ ୨୦୦ ବର୍ଷର ଐତିହାସିକ ରାମଲୀଳା ମନ୍ଦିର ଉପରେ ଚାଲିଥିଲା ବୁଲ୍‌ଡୋଜର୍ | 09:12 AM ଦଶହରାରେ ରାବଣ ସହ ଜଳିବ ୩୦ ଫୁଟ୍‌ର ଅସରପା | 06:25 AM ଭକ୍ତିମୟ ପରିବେଶରେ ସମ୍ପନ୍ନ ହେଲା କଳାହାଣ୍ଡିର ପ୍ରସିଦ୍ଧ ମା’ ମାଣିକେଶ୍ୱରୀଙ୍କ ଛତର ଯାତ୍ରା: ହଜାର ହଜାର ଭକ୍ତଙ୍କ ସମାବେଶ
ଅପରାଧ

ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼: ସମସ୍ତ ସେଲିବ୍ରିଟିଙ୍କ ସୁରକ୍ଷା ସମୀକ୍ଷା କରିବେ ମହାରାଷ୍ଟ୍ର ସରକାର

ମୁମ୍ବାଇ: ବଲିଉଡ୍ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଗାଡ଼ି ଉପରକୁ ମୁମ୍ବାଇର ଜୁହୁ ଅଞ୍ଚଳରେ ହୋଇଥିବା ମରଣାନ୍ତକ ଗୁଳିମାଡ଼ ଘଟଣା ପରେ ସିନେ ଜଗତରେ କୋଳାହଳ ସୃଷ୍ଟି ହୋଇଛି। ଏହି ଗମ୍ଭୀର ଘଟଣାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ରାଜ୍ୟର ସମସ୍ତ ପ୍ରମୁଖ ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥାର ପୁନଃ ସମୀକ୍ଷା କରିବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ରବିବାର ସନ୍ଧ୍ୟାରେ ଜୁହୁର ପୁଷ୍ପା ପାର୍କ ନିକଟରେ କିଛି ଦୁର୍ବୃତ୍ତ ଅଭିନେତା ଟାଇଗର ଶ୍ରଫ୍‌ଙ୍କ କାର୍‌କୁ ଟାର୍ଗେଟ୍ କରି ବାଣ ବା ଗୁଳି ଚଳାଇଥିଲେ। ଏହି ଅଘଟଣରେ ଟାଇଗର ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ତାଙ୍କ ଡ୍ରାଇଭର ଏବଂ ଜଣେ ସାଧାରଣ ନାଗରିକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ଆକ୍ରମଣ ପରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହୋଇଥିଲା, ଯେଉଁଥିରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ଅନିଲ ପଣ୍ଡିତ ଏହି ଗୁଳିକାଣ୍ଡର ଦାୟିତ୍ୱ ନେଇ ସଲମାନ ଖାନଙ୍କ ସହ କାମ କରୁଥିବା କଳାକାରମାନଙ୍କୁ ପରବର୍ତ୍ତୀ ଟାର୍ଗେଟ୍ ବୋଲି ଚେତାବନୀ ଦେଇଛନ୍ତି।

ଘଟଣା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଟାଇଗର ଶ୍ରଫ୍ ଏବଂ ତାଙ୍କ ପିତା ଜ୍ୟାକି ଶ୍ରଫ୍‌ଙ୍କ ସହ ଫୋନରେ କଥା ହୋଇ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଓ ସୁରକ୍ଷାର ପ୍ରତିଶ୍ରୁତି ଦେଇଛନ୍ତି। ମୁମ୍ବାଇ ପୋଲିସ ଏହି ମାମଲାରେ ଏକାଧିକ ଟିମ୍ ଗଠନ କରି ତଦନ୍ତ ଜାରି ରଖିଥିବାବେଳେ ରାଜ୍ୟରେ ସେଲିବ୍ରିଟିଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ା କରାଯାଉଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)