ମଙ୍ଗଳବାର, 20 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ? | 03:28 AM ଭୁବନେଶ୍ୱରରେ କଡ଼ା ସୁରକ୍ଷା: ୨୦୦ ପୂଜା ମଣ୍ଡପ କ୍ୟାଟାଗୋରାଇଜ୍, ଫ୍ଲାଏଓଭରରେ ରିଲ୍ସ ବନାଉଥିଲେ କଟକଣା | 03:16 AM ଆସୁଛି କି ଆଉ ଏକ ସାଇକ୍ଲୋନ୍? ବଙ୍ଗୋପସାଗରର ପାଣିପାଗ ପରିବର୍ତ୍ତନକୁ ନେଇ ବଡ଼ ଅପ୍‌ଡେଟ୍ | 03:05 AM ଆଇପିଏଲ୍ ୨୦୨୭ : ଗୋଆର ଆଇଟିସି ଗ୍ରାଣ୍ଡ୍‌ରେ ହେବ ଖେଳାଳିଙ୍କ ମହା-ନିଲାମୀ | 02:42 AM ଟାଇଗର ଶ୍ରଫ୍‌ଙ୍କ କାର୍ ଉପରେ ଗୁଳିମାଡ଼ ଘଟଣା: କିପରି ପ୍ଲାନିଂ ହୋଇଥିଲା ଏବଂ କେମିତି ଧରାପଡ଼ିଲେ ଦୁର୍ବୃତ୍ତ?
ଓଡ଼ିଶା

ଭାରତୀୟ କ୍ରିକେଟ୍‌ରେ ଓଡ଼ିଶାର ଦବ୍‌ଦବା: BCCI ଚୟନ କମିଟି ଅଧ୍ୟକ୍ଷ ହେଲେ ପ୍ରଜ୍ଞାନ ଓଝା, ଶିବ ସୁନ୍ଦର ଦାସ ମଧ୍ୟ ପ୍ୟାନେଲ୍‌ରେ ସାମିଲ

ମୁମ୍ବାଇ: ଭାରତୀୟ କ୍ରିକେଟ୍ ପ୍ରଶାସନରେ ଓଡ଼ିଶା କ୍ରିକେଟ୍ ପାଇଁ ଏକ ନୂତନ ଏବଂ ଗୌରବମୟ ଅଧ୍ୟାୟ ଯୋଡ଼ିହୋଇଛି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ର ପୁରୁଷ ଚୟନ କମିଟିର ଚେୟାରମ୍ୟାନ୍ ଭାବେ ପୂର୍ବତନ ଷ୍ଟାର୍ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ପୂର୍ବତନ ଓପନର ଶିବ ସୁନ୍ଦର ଦାସ ମଧ୍ୟ ଏହି ୫ ଜଣିଆ ଚୟନ ପ୍ୟାନେଲ୍‌ର ସଦସ୍ୟ ଭାବେ କାର୍ଯ୍ୟ କରିବେ।

ଅଜିତ୍ ଅଗରକରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ପ୍ରଜ୍ଞାନ ଓଝାଙ୍କୁ ଚୟନ କମିଟିର ମୁଖ୍ୟ ଭାବେ ମନୋନୀତ କରାଯାଇଛି। ଟେଷ୍ଟ ମ୍ୟାଚ୍ ଖେଳିବାର ବରିଷ୍ଠତା ଆଧାରରେ ଓଝା (୨୪ଟି ଟେଷ୍ଟ) ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଗ୍ରହଣ କରିଛନ୍ତି। ଅଶୋକ ମଲ୍‌ହୋତ୍ରା ଏବଂ ଜତିନ୍ ପରାଞ୍ଜପେଙ୍କୁ ନେଇ ଗଠିତ ‘କ୍ରିକେଟ୍ ଆଡଭାଇଜରୀ କମିଟି’ (CAC) ର ସୁପାରିଶ କ୍ରମେ ପୂର୍ବତନ ସ୍ପିନର ରମେଶ ପାୱାରଙ୍କୁ ମଧ୍ୟ ନୂତନ ସଦସ୍ୟ ଭାବେ କମିଟିରେ ସାମିଲ କରାଯାଇଛି।

ବର୍ତ୍ତମାନର ୫ ଜଣିଆ ଚୟନ ପ୍ୟାନେଲ୍‌ରେ ପ୍ରଜ୍ଞାନ ଓଝା (ଅଧ୍ୟକ୍ଷ), ଶିବ ସୁନ୍ଦର ଦାସ, ଆର୍.ପି. ସିଂ, ଅଜୟ ରାତ୍ରା ଏବଂ ରମେଶ ପାୱାର ରହିଛନ୍ତି। ଭାରତୀୟ କ୍ରିକେଟ୍‌ର ଶୀର୍ଷ ଚୟନ କମିଟିରେ ଓଡ଼ିଶାର ଦୁଇଜଣ ପୂର୍ବତନ କ୍ରିକେଟର ସ୍ଥାନ ପାଇବା ପରେ ସାରା ରାଜ୍ୟରେ ଖୁସିର ଲହରୀ ଖେଳିଯାଇଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋସିଆଲ ମିଡିଆ ‘X’ ମାଧ୍ୟମରେ ଦୁଇ ଖେଳାଳିଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଇଛନ୍ତି। ଓଝା ଏବଂ ଦାସଙ୍କ ଏହି ସଫଳତା ସାରା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ପ୍ରକାଶ କରିବା ସହ ସେମାନଙ୍କର ଆଗାମୀ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଛନ୍ତି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)