ଗୁରୁବାର, 22 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
08:10 AM ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ | 07:59 AM ଟାଇଗର୍ ସ୍ରଫ୍ ପରେ ସଲମାନ ଓ ଆମୀର ଖାନ ଥିଲେ ଟାର୍ଗେଟ୍? ମୁମ୍ବାଇ ପୋଲିସର ବଡ଼ ଖୁଲାସା | 07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ | 08:10 AM ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ | 07:59 AM ଟାଇଗର୍ ସ୍ରଫ୍ ପରେ ସଲମାନ ଓ ଆମୀର ଖାନ ଥିଲେ ଟାର୍ଗେଟ୍? ମୁମ୍ବାଇ ପୋଲିସର ବଡ଼ ଖୁଲାସା | 07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ | 08:10 AM ଶ୍ରୀମନ୍ଦିରରେ ମହାକାର୍ତ୍ତିକ ନୀତି ଆରମ୍ଭ: ରାଧାଦାମୋଦର ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ | 07:59 AM ଟାଇଗର୍ ସ୍ରଫ୍ ପରେ ସଲମାନ ଓ ଆମୀର ଖାନ ଥିଲେ ଟାର୍ଗେଟ୍? ମୁମ୍ବାଇ ପୋଲିସର ବଡ଼ ଖୁଲାସା | 07:48 AM ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ଘୋଷଣା: ନଭେମ୍ବର ୧୨ରେ ହେବ ମତଦାନ | 07:39 AM ନୂଆ ରୂପରେ ଖୋଲିଲା କଳିଙ୍ଗ ଷ୍ଟୁଡିଓ: ଆରମ୍ଭ ହେଲା ପ୍ରଥମ ଓଡ଼ିଆ ଫିଲ୍ମ ‘ବିବାହ ଡଟ୍ କମ୍’ର ସୁଟିଂ, ଜାଣନ୍ତୁ ଟିକେଟ୍ ମୂଲ୍ୟ ଓ ଆକର୍ଷଣ
ଓଡ଼ିଶା

ଭାରତରୁ ଇଣ୍ଡୋନେସିଆ ଫେରିବେ ବିରଳ ଓରାଙ୍ଗୁଟାନ୍: ଖୁବ୍ ଶୀଘ୍ର ନନ୍ଦନକାନନରୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବେ ୫ ଶିଶୁ

ଭୁବନେଶ୍ୱର: ବନ୍ୟପ୍ରାଣୀ ସୁରକ୍ଷା ଏବଂ ଦ୍ୱିପାକ୍ଷିକ ସହଯୋଗର ଏକ ବଡ଼ ସଫଳତା ସ୍ୱରୂପ, ଭାରତରେ ଉଦ୍ଧାର ହୋଇଥିବା ଏକ ଶିଶୁ ସୁମାତ୍ରାନ୍ ଓରାଙ୍ଗୁଟାନ୍ କୁ ସଫଳତାର ସହ ଇଣ୍ଡୋନେସିଆକୁ ପ୍ରତ୍ୟାବର୍ତ୍ତନ କରାଯାଇଛି।

ନଭେମ୍ବର ୨୦୨୪ରେ ଭାରତରେ ଉଦ୍ଧାର ହୋଇଥିବା ଏହି ଶିଶୁ ଓରାଙ୍ଗୁଟାନ୍‌କୁ ଗୁଜୁରାଟରୁ ଅକ୍ଟୋବର ୧୯, ୨୦୨୬ରେ ଇଣ୍ଡୋନେସିଆର ମେଡାନ୍ ସ୍ଥିତ କୁଆଲାସାମୁ ବିମାନବନ୍ଦରରେ ପହଞ୍ଚାଯାଇଛି। ଇଣ୍ଡୋନେସିଆର ବଣବିଭାଗ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ଏକ ସ୍ୱତନ୍ତ୍ର ସ୍ୱାଗତ କରାଯାଇଥିବାବେଳେ ଭାରତ ସରକାର ଏହାର ସମସ୍ତ ଯତ୍ନ ଓ ରକ୍ଷଣାବେକ୍ଷଣ ଖର୍ଚ୍ଚକୁ ଛାଡ଼ କରି ଏକ ସ୍ୱତନ୍ତ୍ର ମାନବୀୟ ପଦକ୍ଷେପ ଗ୍ରହଣ କରିଛନ୍ତି। CITES ର ନିୟମାନୁଯାୟୀ ଉଭୟ ଦେଶର ମିଳିତ ପ୍ରୟାସରେ ଏହା ସମ୍ଭବ ହୋଇପାରିଛି।

ଅନ୍ୟପକ୍ଷରେ, ଗତ ସେପ୍ଟେମ୍ବର ୨୦୨୬ରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ବିଚିତ୍ରପୁର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ଟି ଶିଶୁ ଓରାଙ୍ଗୁଟାନଙ୍କୁ ମଧ୍ୟ ଶୀଘ୍ର ଇଣ୍ଡୋନେସିଆକୁ ଫେରାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ବର୍ତ୍ତମାନ ଏହି ୫ଟି ଶିଶୁ ଓରାଙ୍ଗୁଟାନ୍ ଭୁବନେଶ୍ୱରସ୍ଥ ନନ୍ଦନକାନନ ପ୍ରାଣୀଦ୍ୟାନରେ ସ୍ୱତନ୍ତ୍ର ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ରହିଛନ୍ତି।

ଓରାଙ୍ଗୁଟାନ୍‌ଗୁଡ଼ିକ ଭାରତର ସ୍ଥାନୀୟ ପ୍ରାଣୀ ନୁହଁନ୍ତି ଏବଂ ଏମାନେ ମୁଖ୍ୟତଃ ଦକ୍ଷିଣ-ପୂର୍ବ ଏସିଆର ବର୍ଷାଜଙ୍ଗଲରେ ମିଳିଥାଆନ୍ତି। ଏମାନଙ୍କ ପ୍ରକୃତ ଉତ୍ସ ଏବଂ ପ୍ରଜାତିକୁ ନିଶ୍ଚିତ କରିବା ପାଇଁ ଆଗାମୀ ନଭେମ୍ବର ମାସରେ ଇଣ୍ଡୋନେସିଆର ବଣବିଭାଗର ଏକ ବିଶେଷଜ୍ଞ ଦଳ ଭାରତ ଗସ୍ତ କରିବେ। ଆଇନଗତ ପ୍ରକ୍ରିୟା ଏବଂ ନିୟମାବଳୀ ଶେଷ ହେବା ପରେ ଏମାନଙ୍କୁ ମଧ୍ୟ ସ୍ୱଦେଶ ଫେରାଯିବ ବୋଲି ଆଶା କରାଯାଉଛି।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)