ଗୁରୁବାର, 22 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
07:12 AM ଭାରତରୁ ଇଣ୍ଡୋନେସିଆ ଫେରିବେ ବିରଳ ଓରାଙ୍ଗୁଟାନ୍: ଖୁବ୍ ଶୀଘ୍ର ନନ୍ଦନକାନନରୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବେ ୫ ଶିଶୁ | 06:52 AM ଜେଲ୍‌ରୁ ମୁକ୍ତି ପରେ CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ସମନ୍: ଆଜି ହେବ ଜେରା | 06:15 AM ଇଞ୍ଜିନିୟର ବାବୁଙ୍କୁ ଭିଜିଲାନ୍ସ ଝଟ୍‌କା: ୭ଟି ଠିକଣାରେ ଏକକାଳୀନ ଚଢ଼ଉ, କୋଠାବାଡ଼ି ଓ ଫାର୍ମ ହାଉସ୍ ଠାବ | 05:36 AM ବଙ୍ଗୋପସାଗରରେ ବାତ୍ୟା: ଅକ୍ଟୋବର ୨୩ରେ ଲଘୁଚାପ, ଓଡ଼ିଶା ଉପକୂଳ ମୁହାଁ ହେବ କି ସମ୍ଭାବ୍ୟ ବାତ୍ୟା? ଜାଣନ୍ତୁ ତାଜା ରିପୋର୍ଟ | 07:12 AM ଭାରତରୁ ଇଣ୍ଡୋନେସିଆ ଫେରିବେ ବିରଳ ଓରାଙ୍ଗୁଟାନ୍: ଖୁବ୍ ଶୀଘ୍ର ନନ୍ଦନକାନନରୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବେ ୫ ଶିଶୁ | 06:52 AM ଜେଲ୍‌ରୁ ମୁକ୍ତି ପରେ CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ସମନ୍: ଆଜି ହେବ ଜେରା | 06:15 AM ଇଞ୍ଜିନିୟର ବାବୁଙ୍କୁ ଭିଜିଲାନ୍ସ ଝଟ୍‌କା: ୭ଟି ଠିକଣାରେ ଏକକାଳୀନ ଚଢ଼ଉ, କୋଠାବାଡ଼ି ଓ ଫାର୍ମ ହାଉସ୍ ଠାବ | 05:36 AM ବଙ୍ଗୋପସାଗରରେ ବାତ୍ୟା: ଅକ୍ଟୋବର ୨୩ରେ ଲଘୁଚାପ, ଓଡ଼ିଶା ଉପକୂଳ ମୁହାଁ ହେବ କି ସମ୍ଭାବ୍ୟ ବାତ୍ୟା? ଜାଣନ୍ତୁ ତାଜା ରିପୋର୍ଟ | 07:12 AM ଭାରତରୁ ଇଣ୍ଡୋନେସିଆ ଫେରିବେ ବିରଳ ଓରାଙ୍ଗୁଟାନ୍: ଖୁବ୍ ଶୀଘ୍ର ନନ୍ଦନକାନନରୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବେ ୫ ଶିଶୁ | 06:52 AM ଜେଲ୍‌ରୁ ମୁକ୍ତି ପରେ CJP ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କାଙ୍କୁ ଦିଲ୍ଲୀ ପୋଲିସ କ୍ରାଇମବ୍ରାଞ୍ଚର ସମନ୍: ଆଜି ହେବ ଜେରା | 06:15 AM ଇଞ୍ଜିନିୟର ବାବୁଙ୍କୁ ଭିଜିଲାନ୍ସ ଝଟ୍‌କା: ୭ଟି ଠିକଣାରେ ଏକକାଳୀନ ଚଢ଼ଉ, କୋଠାବାଡ଼ି ଓ ଫାର୍ମ ହାଉସ୍ ଠାବ | 05:36 AM ବଙ୍ଗୋପସାଗରରେ ବାତ୍ୟା: ଅକ୍ଟୋବର ୨୩ରେ ଲଘୁଚାପ, ଓଡ଼ିଶା ଉପକୂଳ ମୁହାଁ ହେବ କି ସମ୍ଭାବ୍ୟ ବାତ୍ୟା? ଜାଣନ୍ତୁ ତାଜା ରିପୋର୍ଟ
ଓଡ଼ିଶା

ଇଞ୍ଜିନିୟର ବାବୁଙ୍କୁ ଭିଜିଲାନ୍ସ ଝଟ୍‌କା: ୭ଟି ଠିକଣାରେ ଏକକାଳୀନ ଚଢ଼ଉ, କୋଠାବାଡ଼ି ଓ ଫାର୍ମ ହାଉସ୍ ଠାବ

ଭୁବନେଶ୍ୱର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯାଜପୁର ଜିଲ୍ଲା ବଡ଼ଚଣା ଗ୍ରାମ୍ୟ ଉନ୍ନୟନ (R&B) ସବ୍-ଡିଭିଜନର ଆସିଷ୍ଟାଣ୍ଡ ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର (AEE) ତପନ ସେଠୀଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଗୁରୁବାର ଦିନ ଭିଜିଲାନ୍ସର ଏକ ବିଶାଳ ଦଳ ତାଙ୍କର ଏକାଧିକ ଠିକଣାରେ ଏକକାଳୀନ ଚଢ଼ଉ ଜାରି ରଖିଛି।

କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍‌ଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାର୍ଣ୍ଣର ଆଧାରରେ ଏହି ରେଡ୍ କରାଯାଉଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୩ ଜଣ ଅତିରିକ୍ତ ଏସପି , ୬ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ କଟକ, ଭୁବନେଶ୍ୱର, ପୁରୀ ଏବଂ ଯାଜପୁରର ମୋଟ ୭ଟି ସ୍ଥାନରେ ଏହି ତଲାସୀ ଚଳାଇଛନ୍ତି।

ଯେଉଁ ଠିକଣାଗୁଡ଼ିକରେ ରେଡ୍ ଚାଲିଛି, ସେଗୁଡ଼ିକ ହେଲା:

କଟକ ସିଡିଏ (CDA) ସେକ୍ଟର-୭ ସ୍ଥିତ ଏକ ୩ ମହଲା କୋଠା।

ପୁରୀ ସିଦ୍ଧମହାବୀର ଅଞ୍ଚଳରେ ଏକ ତହଲା ମହଲା କୋଠା।

କଟକ ଜିଲ୍ଲା କାନ୍ତପଡ଼ାଠାରେ ଏକ ଫାର୍ମ ହାଉସ୍ ଏବଂ ସିମ୍ପ୍ଲେକ୍ସ।

ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ତାଙ୍କ ଜନ୍ମମାଟି ଝିଙ୍କିରିଆରେ ଏକ ଦ୍ୱିତଳ କୋଠା।

କଟକ ୪୨ ମୌଜା ବନ୍ତୁନିଆ ଶିବମନ୍ଦିର ନିକଟରେ ଥିବା ଶ୍ୱଶୁରଘର।

ଭୁବନେଶ୍ୱର କାନ୍ତବଡ଼ାଠାରେ ଏକ ଦ୍ୱିତଳ କୋଠା।

ଯାଜପୁର ବଡ଼ଚଣା R&B ସବ୍-ଡିଭିଜନ୍ ସ୍ଥିତ ତାଙ୍କ ଅଫିସ୍ ଚାମ୍ବର।

ଚଢ଼ଉ ପ୍ରକ୍ରିୟା ବର୍ତ୍ତମାନ ମଧ୍ୟ ଜାରି ରହିଥିବାବେଳେ ଆଗକୁ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି।

Nirnay TV

ସମ୍ବନ୍ଧିତ ଖବର

ଭାରତରୁ ଇଣ୍ଡୋନେସିଆ ଫେରିବେ ବିରଳ ଓରାଙ୍ଗୁଟାନ୍: ଖୁବ୍ ଶୀଘ୍ର ନନ୍ଦନକାନନରୁ ମଧ୍ୟ ପ୍ରତ୍ୟାବର୍ତ୍ତନ କରିବେ ୫ ଶିଶୁ

ବଙ୍ଗୋପସାଗରରେ ବାତ୍ୟା: ଅକ୍ଟୋବର ୨୩ରେ ଲଘୁଚାପ, ଓଡ଼ିଶା ଉପକୂଳ ମୁହାଁ ହେବ କି ସମ୍ଭାବ୍ୟ ବାତ୍ୟା? ଜାଣନ୍ତୁ ତାଜା ରିପୋର୍ଟ

ଭୁବନେଶ୍ୱର ଓ କଟକରେ ଜମିଲା ଭସାଣି ଉତ୍ସବ: କମିଶନରେଟ୍ ପୋଲିସ ଏବଂ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)