ବୁଧବାର, 28 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍ | 08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍ | 08:39 AM ତିଖିରୀ ସରପଞ୍ଚଙ୍କୁ ଆଶ୍ୱସ୍ତି: ଅନାସ୍ଥା ପ୍ରସ୍ତାବକୁ ବେଆଇନ ଘୋଷଣା କରି ବାତିଲ କଲେ ହାଇକୋର୍ଟ | 08:34 AM ଯାଜପୁର ସରକାରୀ ପଲିଟେକ୍ନିକ୍‌ରେ ମାରପିଟ୍: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ କଡ଼ା ନିର୍ଦ୍ଦେଶ, ୩ ଅଧ୍ୟାପକ ନିଲମ୍ବିତ | 08:26 AM କେନ୍ଦୁଝରରେ ମର୍ମନ୍ତୁଦ ଦୁର୍ଘଟଣା: ଜେନେରେଟର ଗ୍ୟାସ୍ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୨ ଯୁବକଙ୍କ ମୃତ୍ୟୁ, ୩ ଗୁରୁତର | 07:37 AM କୁନୋରେ ଚିତା ମୃତ୍ୟୁ: ଶିକାରୀଙ୍କ ଗୁଳିମାଡ଼ରେ ଚାଲିଗଲା ‘KNG22’ ର ଜୀବନ, କେନ୍ଦ୍ରର ବଡ଼ ଆକ୍ସନ୍
ଓଡ଼ିଶା

‘ଆନ୍ଧ୍ର ଗୋ ବ୍ୟାକ୍’ ନାରାରେ ପ୍ରକମ୍ପିତ ହେଲା କୋଟିଆ: କଂଗ୍ରେସ ତଥ୍ୟ ଅନ୍ୱେଷଣ ଟିମ୍ ଗସ୍ତ, ଆନ୍ଧ୍ର ପୋଲିସ ସହ ମୁହାଁମୁହିଁ

କୋରାପୁଟ: ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ମଧ୍ୟରେ ଲାଗିରହିଥିବା କୋଟିଆ ସୀମା ବିବାଦ ଭିତରେ ମଙ୍ଗଳବାର ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ୱରେ ଏକ କଂଗ୍ରେସ ତଥ୍ୟ ଅନ୍ୱେଷଣ ଦଳ କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତ ଗସ୍ତ କରିଛି। ବାତ୍ୟାଜନିତ ଖରାପ ପାଗ ଓ ବର୍ଷା ସତ୍ତ୍ୱେ କଂଗ୍ରେସ ନେତାମାନେ ପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ଲୋକଙ୍କୁ ଭେଟି ସ୍ଥିତିର ସମୀକ୍ଷା କରିଛନ୍ତି।

ବୈଠକରେ କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ସରକାର କୋଟିଆରେ ସରକାରୀ ସହାୟତା ବଣ୍ଟନ ଏବଂ ନିର୍ବାଚନ କରି ନିଜର ପ୍ରଭାବ ବିସ୍ତାର କରିବାକୁ ଚେଷ୍ଟା କରୁଛି। ମାତ୍ର ଓଡ଼ିଶା ସରକାର ରାଜ୍ୟର ସ୍ୱାର୍ଥ ରକ୍ଷା କରିବାରେ ବିଫଳ ହୋଇଛନ୍ତି।

ଭକ୍ତ ଚରଣ ଦାସ କହିଛନ୍ତି ଯେ, କୋଟିଆରେ ଆନ୍ଧ୍ରର ନିର୍ବାଚନୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ କଂଗ୍ରେସ ଲଢ଼େଇ ଜାରି ରଖିବ। କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲକା ମାସ ମାସ ସ୍ଥାନୀୟ ଅଞ୍ଚଳରେ ରାଜସ୍ୱ ପରିଦର୍ଶକ ପଦବୀ ଖାଲି ପଡ଼ିଥିବା ପ୍ରସଙ୍ଗ ଉଠାଇ ଜିଲ୍ଲା ପ୍ରଶାସନର ନିଷ୍କ୍ରିୟତାକୁ ସମାଲୋଚନା କରିଛନ୍ତି।

ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ, ସୁପ୍ରିମ୍ କୋର୍ଟଙ୍କ ଆଦେଶ ସତ୍ତ୍ୱେ ବିବାଦର ସମଧାନ ହୋଇପାରୁନାହିଁ। ଯଦି ଓଡ଼ିଶାର ଏମ୍‌ପିମାନେ ସଂସଦରେ ରାଜ୍ୟର ସ୍ୱାର୍ଥ ଦୃଢ଼ ଭାବେ ଉପସ୍ଥାପନ କରିପାରୁନାହାନ୍ତି, ତେବେ ସେମାନେ ଇସ୍ତଫା ଦେବାଚିତ।

ବୈଠକ ପରେ କଂଗ୍ରେସ ପ୍ରତିନିଧି ଦଳ ନେରିଡିଭାଲସା ଗାଆଁ ଆଡ଼କୁ ଯାଉଥିବା ସମୟରେ ଉପ-ସେମ୍ବି ଗ୍ରାମରେ ଆନ୍ଧ୍ରପ୍ରଦେଶ ପୋଲିସ କର୍ମଚାରୀଙ୍କ ସହ ସେମାନଙ୍କର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଧାୟକ ତାରା ପ୍ରସାଦ ବାହିନୀପତି ସେଠାରେ ମୁତୟନ ଥିବା ଆନ୍ଧ୍ର ପୋଲିସକୁ ପ୍ରଶ୍ନ କରିବା ସହ ସେଠାରୁ ଚାଲିଯିବାକୁ କହିଥିଲେ।

ଏହି ସମୟରେ କଂଗ୍ରେସ କର୍ମୀମାନେ ରାସ୍ତାରୁ ଟ୍ରାଫିକ୍ ବ୍ୟାରିକେଡ୍ ଭଙ୍ଗାଭଙ୍ଗି କରି ‘ଆନ୍ଧ୍ର ଗୋ ବ୍ୟାକ୍’ ନାରା ଦେଇଥିଲେ। ପରେ ଦଳ ନେରିଡିଭାଲସା ପହଞ୍ଚି ସେଠାକାର ବାସିନ୍ଦାଙ୍କ ସହ ଆଲୋଚନା କରିଥିଲା।

ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶା ପୋଲିସ କଂଗ୍ରେସ ପ୍ରତିନିଧି ଦଳକୁ କୋଟିଆ ଦେଇ ଫେରିବା ପରିବର୍ତ୍ତେ ‘ବ୍ରିଟିଶ୍ ରୋଡ୍’ ଦେଇ ପୋଟଙ୍ଗି ବ୍ଲକ୍ ମୁଖ୍ୟାଳୟକୁ ଫେରିବା ପାଇଁ ପରାମର୍ଶ ଦେଇଥିଲା। ଏହି ଟିମ୍‌ରେ ପାଞ୍ଚରୁ ଅଧିକ ବିଧାୟକ, ମହିଳା କଂଗ୍ରେସ ସଭାପତି ଏବଂ ବହୁ ବରିଷ୍ଠ ନେତା ଓ କର୍ମୀ ସାମିଲ ଥିଲେ।

Nirnay TV

ସମ୍ବନ୍ଧିତ ଖବର

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)