ବୁଧବାର, 28 ଅକ୍ଟୋବର 2026
English
ଲାଇଭ୍ ଅପଡେଟ୍ସ
06:20 AM ‘ଆନ୍ଧ୍ର ଗୋ ବ୍ୟାକ୍’ ନାରାରେ ପ୍ରକମ୍ପିତ ହେଲା କୋଟିଆ: କଂଗ୍ରେସ ତଥ୍ୟ ଅନ୍ୱେଷଣ ଟିମ୍ ଗସ୍ତ, ଆନ୍ଧ୍ର ପୋଲିସ ସହ ମୁହାଁମୁହିଁ | 06:01 AM ନିର୍ବାଚନ କମିଶନଙ୍କୁ କଂଗ୍ରେସର କଟାକ୍ଷ: ସୁପ୍ରିମ୍ କୋର୍ଟ ଆଫିଡେଭିଟ୍‌କୁ କହିଲା ‘ଛଳନାପୂର୍ଣ୍ଣ’, ଜୟରାମ ରମେଶଙ୍କ ୬ ଆପତ୍ତି | 05:22 AM ପାକିସ୍ତାନକୁ ଭାରତର ନିମନ୍ତ୍ରଣ: ନଭେମ୍ବରରେ ଦିଲ୍ଲୀ ଆସିପାରନ୍ତି ପାକ୍ ମନ୍ତ୍ରୀ, SCO ସମ୍ମିଳନୀ ପାଇଁ ବଡ଼ ନିଷ୍ପତ୍ତି | 05:01 AM SRC ଅଫିସ୍‌ରେ ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ: ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସ୍ଥାନାନ୍ତରିତ, ସଜାଗ ଅଛନ୍ତି ୩୧୩ ବିପର୍ଯ୍ୟୟ ପ୍ରଶମନ ଟିମ୍ | 06:20 AM ‘ଆନ୍ଧ୍ର ଗୋ ବ୍ୟାକ୍’ ନାରାରେ ପ୍ରକମ୍ପିତ ହେଲା କୋଟିଆ: କଂଗ୍ରେସ ତଥ୍ୟ ଅନ୍ୱେଷଣ ଟିମ୍ ଗସ୍ତ, ଆନ୍ଧ୍ର ପୋଲିସ ସହ ମୁହାଁମୁହିଁ | 06:01 AM ନିର୍ବାଚନ କମିଶନଙ୍କୁ କଂଗ୍ରେସର କଟାକ୍ଷ: ସୁପ୍ରିମ୍ କୋର୍ଟ ଆଫିଡେଭିଟ୍‌କୁ କହିଲା ‘ଛଳନାପୂର୍ଣ୍ଣ’, ଜୟରାମ ରମେଶଙ୍କ ୬ ଆପତ୍ତି | 05:22 AM ପାକିସ୍ତାନକୁ ଭାରତର ନିମନ୍ତ୍ରଣ: ନଭେମ୍ବରରେ ଦିଲ୍ଲୀ ଆସିପାରନ୍ତି ପାକ୍ ମନ୍ତ୍ରୀ, SCO ସମ୍ମିଳନୀ ପାଇଁ ବଡ଼ ନିଷ୍ପତ୍ତି | 05:01 AM SRC ଅଫିସ୍‌ରେ ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ: ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସ୍ଥାନାନ୍ତରିତ, ସଜାଗ ଅଛନ୍ତି ୩୧୩ ବିପର୍ଯ୍ୟୟ ପ୍ରଶମନ ଟିମ୍ | 06:20 AM ‘ଆନ୍ଧ୍ର ଗୋ ବ୍ୟାକ୍’ ନାରାରେ ପ୍ରକମ୍ପିତ ହେଲା କୋଟିଆ: କଂଗ୍ରେସ ତଥ୍ୟ ଅନ୍ୱେଷଣ ଟିମ୍ ଗସ୍ତ, ଆନ୍ଧ୍ର ପୋଲିସ ସହ ମୁହାଁମୁହିଁ | 06:01 AM ନିର୍ବାଚନ କମିଶନଙ୍କୁ କଂଗ୍ରେସର କଟାକ୍ଷ: ସୁପ୍ରିମ୍ କୋର୍ଟ ଆଫିଡେଭିଟ୍‌କୁ କହିଲା ‘ଛଳନାପୂର୍ଣ୍ଣ’, ଜୟରାମ ରମେଶଙ୍କ ୬ ଆପତ୍ତି | 05:22 AM ପାକିସ୍ତାନକୁ ଭାରତର ନିମନ୍ତ୍ରଣ: ନଭେମ୍ବରରେ ଦିଲ୍ଲୀ ଆସିପାରନ୍ତି ପାକ୍ ମନ୍ତ୍ରୀ, SCO ସମ୍ମିଳନୀ ପାଇଁ ବଡ଼ ନିଷ୍ପତ୍ତି | 05:01 AM SRC ଅଫିସ୍‌ରେ ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ: ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସ୍ଥାନାନ୍ତରିତ, ସଜାଗ ଅଛନ୍ତି ୩୧୩ ବିପର୍ଯ୍ୟୟ ପ୍ରଶମନ ଟିମ୍
ଓଡ଼ିଶା

SRC ଅଫିସ୍‌ରେ ବାତ୍ୟା ‘ଅର୍ଣ୍ଣବ’ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ: ୧ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ସ୍ଥାନାନ୍ତରିତ, ସଜାଗ ଅଛନ୍ତି ୩୧୩ ବିପର୍ଯ୍ୟୟ ପ୍ରଶମନ ଟିମ୍

ଭୁବନେଶ୍ଵର: ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲା ୟାନାମ ନିକଟରେ ଅତି ଭୀଷଣ ସାମୁଦ୍ରିକ ଝଡ଼ ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ଓଡ଼ିଶାରେ ସ୍ଥିତି ସମୀକ୍ଷା ପାଇଁ ଆକ୍ସନ୍ ମୋଡ୍‌କୁ ଆସିଛନ୍ତି ସରକାର। ରାଜ୍ୟ ବିପର୍ଯ୍ୟୟ ପରିଚାଳନା କମିଶନରଙ୍କ ଅଫିସ୍‌ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ବାତ୍ୟାର ପ୍ରଭାବ ଓ ପ୍ରସ୍ତୁତିର ସମୀକ୍ଷା କରିବେ। ଏହି ବୈଠକ ପୂର୍ବରୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏସଆରସି ଅଫିସ୍‌ରେ ପହଞ୍ଚି ବାତ୍ୟା ମୁକାବିଲା ନେଇ ବୃହତ୍ ତଥ୍ୟ ପ୍ରଦାନ କରିଛନ୍ତି।

ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ହାଇଆଲର୍ଟରେ ରହିଛି। ସୁରକ୍ଷାକୁ ପ୍ରାଥମିକତା ଦେଇ ବର୍ତ୍ତମାନ ସୁଦ୍ଧା ପ୍ରାୟ ୧ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନ ଓ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇସାରିଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି, ଗଜପତି, ଗଞ୍ଜାମ, କୋରାପୁଟ, ନବରଙ୍ଗପୁର ଏବଂ ରାୟଗଡ଼ା ଜିଲ୍ଲାରେ ବାତ୍ୟାର ପ୍ରଭାବ ବେଶି ଦେଖିବାକୁ ମିଳିଥିବା ବେଳେ ପ୍ରଶାସନ ସମସ୍ତ ଜିଲ୍ଲାପାଳଙ୍କ ସହ କ୍ରମାଗତ ସମ୍ପର୍କରେ ରହିଛି। ଏପର୍ଯ୍ୟନ୍ତ କୌଣସି ବଡ଼ ଧରଣର କ୍ଷୟକ୍ଷତିର ଖବର ମିଳିନଥିବା ବେଳେ ଗୁରୁବାର ସୁଦ୍ଧା ବାତ୍ୟାର ପ୍ରଭାବ କମିଯିବ ବୋଲି ଆଶା କରାଯାଉଛି।

ବାତ୍ୟାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ସହ ପବନ ଜାରି ରହିଛି। ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ମୋଟ ୩୧୩ଟି ଉଦ୍ଧାରକାରୀ ଟିମ୍ ମୁତୟନ କରିଛନ୍ତି, ଯେଉଁଥିରେ ୬୦ଟି ଓଡ୍ରାଫ୍, ୯ଟି ଏନ୍‌ଡିଆର୍‌ଏଫ୍ ଏବଂ ୨୪୪ଟି ଅଗ୍ନିଶମ ସେବା ଟିମ୍ ରହିଛନ୍ତି। ଏହାସହ ୧୪୧ଟି ସ୍ଥାୟୀ ଓ ୧,୯୨୬ଟି ଅସ୍ଥାୟୀ ସହିତ ମୋଟ ୨,୦୩୭ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି।

ବିଶେଷ କରି ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେଇ ୪,୦୭୨ ଜଣ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୮୯୮ ଜଣଙ୍କୁ ଆଗୁଆ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସମୁଦ୍ର ଓ ଚିଲିକାରେ ଥିବା ୧୯,୧୪୩ଟି ମତ୍ସ୍ୟଜୀବୀ ଡଙ୍ଗା (୧୧,୯୫୫ ସାମୁଦ୍ରିକ ଡଙ୍ଗା ଓ ୭,୧୮୮ ଚିଲିକା ଡଙ୍ଗା) କୁ ସୁରକ୍ଷିତ ସ୍ଥାନରେ ରଖାଯାଇଛି। ବାତ୍ୟା ପରବର୍ତ୍ତୀ ସ୍ଥିତିରେ ତୁରନ୍ତ ରାସ୍ତା ସଫା, ବିଦ୍ୟୁତ୍ ଯୋଗାଣ ପୁନରୁଦ୍ଧାର ଏବଂ ଜନଜୀବନ ସ୍ୱାଭାବିକ କରିବା ପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

Nirnay TV

ସମ୍ବନ୍ଧିତ ଖବର

‘ଆନ୍ଧ୍ର ଗୋ ବ୍ୟାକ୍’ ନାରାରେ ପ୍ରକମ୍ପିତ ହେଲା କୋଟିଆ: କଂଗ୍ରେସ ତଥ୍ୟ ଅନ୍ୱେଷଣ ଟିମ୍ ଗସ୍ତ, ଆନ୍ଧ୍ର ପୋଲିସ ସହ ମୁହାଁମୁହିଁ

ବାତ୍ୟା ‘ଅର୍ଣ୍ଣବ’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ: ଘଣ୍ଟାପ୍ରତି ୧୪୦ କିମି ବେଗରେ ବହୁଛି ପବନ, ଆନ୍ଧ୍ର ଓ ଓଡ଼ିଶାରେ ପ୍ରବଳ ବର୍ଷା

ରାଜ୍ୟରେ ୮ IAS ଅଧିକାରୀଙ୍କ ନୂଆ ନିଯୁକ୍ତି: ବିଜୟ ଅମୃତା କୁଲାଙ୍ଗେ ହେଲେ ବ୍ରହ୍ମପୁର RDC, ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ସଦ୍ୟ ଚର୍ଚ୍ଚିତ

ସମ୍ପର୍କିତ ଖବର (Related News)